iPhone 15 ଏବଂ iPhone 16 ୟୁଜର୍ସଙ୍କ ପାଇଁ ଗୁଡ୍ ନ୍ୟୁଜ୍, ଖୁବଶୀଘ୍ର ଲଞ୍ଚ ହେବ ଅନେକ AI ଫିଚର୍ସ
ଟେକ୍ ଜିଆଣ୍ଟ ଆପଲ୍ ଗତ ବର୍ଷ ମାର୍କେଟରେ iPhone 16 Series କୁ ଲଞ୍ଚ କରିଥିଲା । ନୂଆ iPhone ସିରିଜର ଲଞ୍ଚ ସହିତ କମ୍ପାନୀ ନୂଆ iOS ଅପଡେଟ୍ କରିବା ବିଷୟରେ ମଧ୍ୟ କଥା ହୋଇଥିଲା । ନୂଆ iOS ଅପଡେଟରେ ୟୁଜର୍ସମାନେ ବହୁତ୍ କିଛି ନୂଆ ଫିଚର୍ସ ପାଉଥିଲେ । କିଛି ସମୟ ପୂର୍ବରୁ କମ୍ପାନୀ ଆମେରିକା ପାଇଁ iOS 18.3 ଅପଡେଟ୍ ଜାରି କରିଥିଲା । ଭାରତୀୟ ଫ୍ୟାନ୍ସମାନେ ମଧ୍ୟ ନୂଆ iOS […] The post iPhone 15 ଏବଂ iPhone 16 ୟୁଜର୍ସଙ୍କ ପାଇଁ ଗୁଡ୍ ନ୍ୟୁଜ୍, ଖୁବଶୀଘ୍ର ଲଞ୍ଚ ହେବ ଅନେକ AI ଫିଚର୍ସ appeared first on KNews Odisha.

ଟେକ୍ ଜିଆଣ୍ଟ ଆପଲ୍ ଗତ ବର୍ଷ ମାର୍କେଟରେ iPhone 16 Series କୁ ଲଞ୍ଚ କରିଥିଲା । ନୂଆ iPhone ସିରିଜର ଲଞ୍ଚ ସହିତ କମ୍ପାନୀ ନୂଆ iOS ଅପଡେଟ୍ କରିବା ବିଷୟରେ ମଧ୍ୟ କଥା ହୋଇଥିଲା । ନୂଆ iOS ଅପଡେଟରେ ୟୁଜର୍ସମାନେ ବହୁତ୍ କିଛି ନୂଆ ଫିଚର୍ସ ପାଉଥିଲେ । କିଛି ସମୟ ପୂର୍ବରୁ କମ୍ପାନୀ ଆମେରିକା ପାଇଁ iOS 18.3 ଅପଡେଟ୍ ଜାରି କରିଥିଲା । ଭାରତୀୟ ଫ୍ୟାନ୍ସମାନେ ମଧ୍ୟ ନୂଆ iOS ଅପଡେଟ୍ ପାଇଁ ଅପେକ୍ଷା କରିଥିଲେ ।
ଭାରତରେ iOS 18.3 ଉପଲବ୍ଧ ନଥିବାରୁ କମ୍ପାନୀକୁ ଟ୍ରୋଲ ମଧ୍ୟ ହେବାକୁ ପଡୁଥିଲା । କିନ୍ତୁ ବର୍ତ୍ତମାନ Apple ଏହାର ଜବାବ୍ ଦେଇଛି । ଏକ ରିପୋର୍ଟ ଅନୁଯାୟୀ ଟେକ୍ ଜିଆଣ୍ଟ ଆପଲ୍ ଏପ୍ରିଲ୍ ମାସରେ ଯେକୈଣସି ସମୟରେ ଭାରତରେ iOS 18.4 ର ବିଟା ଭର୍ସନ ଲଞ୍ଚ କରିପାରେ ।
ଯଦି ଏହି ରିପୋର୍ଟକୁ ବିଶ୍ବାସ କରାଯାଏ, ତେବେ ଭାରତୀୟ ଆଇଫୋନ୍ ୟୁଜର୍ସମାନେ iOS 18 ଅପଡେଟରେ ଅନେକ ଫିଚର୍ସ ପାଇବେ । ସବୁଠାରୁ ଖାସ୍ କଥା ହେଉଛି ଯେ ନୂଆ ଅପଡେଟ୍ ସହିତ ଅନେକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି ଭଳି ଫିଚର୍ସ ମଧ୍ୟ ଆସିବ, ଯେଉଁଥିରେ ଅନ୍-ସ୍କ୍ରିନ୍ ଆୱରନେସ୍, ଇନ୍-ଆପ୍ ଆକ୍ସନ୍, ଏନହାନ୍ସଡ୍ ପରସ୍ନାଲାଇଜେସନ୍ ଭଳି ଫିଚର୍ସ ସାମିଲ ଅଛି । ଆପଣଙ୍କୁ କହିବୁ ଯେ ଅପକମିଙ୍ଗ iOS ଅପଡେଟ୍ ମାଧ୍ୟମରେ iPhone 15 ଏବଂ iPhone 16 ରେ ନୂଆ ଫିଚର ଆଡ୍ ହେବାକୁ ଯାଉଛି ।
Siri ହେବ ଏକ ପାୱାରଫୁଲ୍ ଟୁଲ୍ :
ଆପଣଙ୍କୁ କହିବୁ ଯେ iOS ଅପଡେଟ୍ ସହିତ ଆସୁଥିବା ସମସ୍ତ ଫିଚର୍ସକୁ ଏହାର AI ଆସିଷ୍ଟାଣ୍ଟ Siri ମାଧ୍ୟମରେ ମଧ୍ୟ ଆକ୍ସେସ୍ କରାଯାଇପାରିବ । iOS 18.4 ଅପଡେଟ୍ ସହିତ Siri ରେ କିଛି ନୂଆ ଫିଚର୍ସ ଆଡ୍ କରାଯିବ ଯାହା ଏହାକୁ ଏକ ପାୱାରଫୁଲ୍ ଟୁଲ୍ ତିଆରି କରିବ ।
ଗୁଗୁଲର Gemini AI ସହିତ ଟକ୍କର କରିବା ପାଇଁ ଆପଲ୍ Siri କୁ ଲଗାତାର୍ ଆଡଭାନ୍ସ କରିଛି । ନୂଆ ଅପଡେଟ୍ ସହିତ ଆପଲ Siri ପୂର୍ବ ଅପେକ୍ଷା ନେଚୁରାଲ ଭାବରେ ରେସପଣ୍ଡ କରିବ । ଅପକମିଙ୍ଗ ଅପଡେଟ୍ ପରେ Apple Siri ରେ ଅନ୍-ସ୍କ୍ରିନ୍ ଆୱାରନେସ୍ ମଧ୍ୟ ଦେଖାଯିବ । ଆପଲ ନୂଆ ଅପଡେଟ୍ ସହିତ Siri ର ଅନେକ ନୂଆ ଭାଷା ପାଇଁ ସପୋର୍ଟ ମଧ୍ୟ ଦେଇପାରେ, ଯେଉଁଥିରେ ଫରାସୀ, ଜର୍ମାନ, ଇଟାଲୀୟ, ପର୍ତ୍ତୁଗୀଜ୍, ସ୍ପାନିସ୍, ଜାପାନୀ, କୋରିଆନ୍, ଚାଇନିଜ୍, ଭାରତ ପାଇଁ ଲୋକାଲାଇଜ୍ଡ ଇଂରାଜୀ ଏବଂ ସିଙ୍ଗାପୁର୍ ଭାଷା ସାମିଲ୍ ହୋଇପାରେ ।
The post iPhone 15 ଏବଂ iPhone 16 ୟୁଜର୍ସଙ୍କ ପାଇଁ ଗୁଡ୍ ନ୍ୟୁଜ୍, ଖୁବଶୀଘ୍ର ଲଞ୍ଚ ହେବ ଅନେକ AI ଫିଚର୍ସ appeared first on KNews Odisha.