iPhone 16 ପାଇଁ ମୁମ୍ବାଇ BKC ସମ୍ମୁଖରେ ଜନତାଙ୍କ ଭିଡ଼, ୨୧ ଘଣ୍ଟା ହେଲା ଧାଡ଼ିରେ ଛିଡା ହୋଇଛନ୍ତି ଲୋକେ, ଦେଖନ୍ତୁ VIdeo
ମୁମ୍ବାଇ ୨୦।୯: ଭାରତରେ ୨୦ ସେପ୍ଟେମ୍ବର ଶୁକ୍ରବାର ଆଇଫୋନ-୧୬ର ବିକ୍ରି ପ୍ରାରମ୍ଭ ହୋଇଛି। ଆପଲ ସେପ୍ଟେମ୍ବର ୯ ତାରିଖରେ ଆଇଫୋନ-୧୬ସିରିଜ ଲଞ୍ଚ କରିଥିଲେ। ଏହି ଫୋନରେ ‘ଇଟସ୍ ଗ୍ଲୋଟାଇମ’ ନାମକ ଏକ ‘ଏଆଇ’ ଫିଚର ରହିଛି, ଯାହାକୁ ନେଇ ଲୋକେ ଫୋନ ପାଇଁ ବେଶ୍ ଉତ୍ସାହିତ ଥିବା ଦେଖାଯାଉଛନ୍ତି। ମୁମ୍ବାଇ ଆପଲ ଷ୍ଟୋର ବାହାରେ ଲୋକେ ଗତ କାଲି ରାତିରୁ ଧାଡି ବାନ୍ଧିଛନ୍ତି। ମୁମ୍ବାଇ ବିକେସିରେ ଆଇ ଫୋନ ପାଇଁ ଲୋକେ ଧାଡିରେ ଛିଡା ହୋଇଥିବା ଦେଖାଯାଇଛନ୍ତି। କେବଳ ମୁମ୍ବାଇ ନୁହେଁ ଦିଲ୍ଲୀରେ ମଧ୍ୟ ଆଇ ଫୋନ-୧୬ କିଣିବା ପାଇଁ ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି। ଏଠାରେ ସାକେତ ସ୍ଥିତ ସିଲେକ୍ଟ ସିଟି ୱାକ୍ରେ ଲୋକେ ଦୀର୍ଘ ଧାଡିରେ ଛିଡା ହୋଇଥିବା ଦେଖାଯାଉଛନ୍ତି। ଆଇଫୋନ-୧୬ କିଣିବା ପାଇଁ ଉଜ୍ଜ୍ୱଳ ଶାହ ଅହମଦାବାଦରୁ ମୁମ୍ବାଇ ଆସିଛନ୍ତି। ସେ ଫୋନ କିଣିବାକୁ ଦୀର୍ଘ ୨୧ ଘଣ୍ଟା ହେଲା ଧାଡିରେ ଛିଡା ହୋଇଥିବା କହିଛନ୍ତି। ଉଜ୍ଜ୍ୱଳ ଗୁରୁବାର ସକାଳ ୧୧ଟା ଠାରୁ ଧାଡି ଲଗାଇଛନ୍ତି। #WATCH | Maharashtra: A huge crowd gathered outside Apple store at Mumbai's BKC - India's first Apple store.Apple's iPhone 16 series to go on sale in India from today. pic.twitter.com/RbmfFrR4pI— ANI (@ANI) September 20, 2024ଏହି ଫୋନର କ୍ୟାମେରା, ସ୍କ୍ରିନ ସାଇଜ, ଫାଷ୍ଟ ୱେରଲେସ୍
ମୁମ୍ବାଇ ୨୦।୯: ଭାରତରେ ୨୦ ସେପ୍ଟେମ୍ବର ଶୁକ୍ରବାର ଆଇଫୋନ-୧୬ର ବିକ୍ରି ପ୍ରାରମ୍ଭ ହୋଇଛି। ଆପଲ ସେପ୍ଟେମ୍ବର ୯ ତାରିଖରେ ଆଇଫୋନ-୧୬ସିରିଜ ଲଞ୍ଚ କରିଥିଲେ। ଏହି ଫୋନରେ ‘ଇଟସ୍ ଗ୍ଲୋଟାଇମ’ ନାମକ ଏକ ‘ଏଆଇ’ ଫିଚର ରହିଛି, ଯାହାକୁ ନେଇ ଲୋକେ ଫୋନ ପାଇଁ ବେଶ୍ ଉତ୍ସାହିତ ଥିବା ଦେଖାଯାଉଛନ୍ତି। ମୁମ୍ବାଇ ଆପଲ ଷ୍ଟୋର ବାହାରେ ଲୋକେ ଗତ କାଲି ରାତିରୁ ଧାଡି ବାନ୍ଧିଛନ୍ତି। ମୁମ୍ବାଇ ବିକେସିରେ ଆଇ ଫୋନ ପାଇଁ ଲୋକେ ଧାଡିରେ ଛିଡା ହୋଇଥିବା ଦେଖାଯାଇଛନ୍ତି।

କେବଳ ମୁମ୍ବାଇ ନୁହେଁ ଦିଲ୍ଲୀରେ ମଧ୍ୟ ଆଇ ଫୋନ-୧୬ କିଣିବା ପାଇଁ ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳୁଛି। ଏଠାରେ ସାକେତ ସ୍ଥିତ ସିଲେକ୍ଟ ସିଟି ୱାକ୍ରେ ଲୋକେ ଦୀର୍ଘ ଧାଡିରେ ଛିଡା ହୋଇଥିବା ଦେଖାଯାଉଛନ୍ତି। ଆଇଫୋନ-୧୬ କିଣିବା ପାଇଁ ଉଜ୍ଜ୍ୱଳ ଶାହ ଅହମଦାବାଦରୁ ମୁମ୍ବାଇ ଆସିଛନ୍ତି। ସେ ଫୋନ କିଣିବାକୁ ଦୀର୍ଘ ୨୧ ଘଣ୍ଟା ହେଲା ଧାଡିରେ ଛିଡା ହୋଇଥିବା କହିଛନ୍ତି। ଉଜ୍ଜ୍ୱଳ ଗୁରୁବାର ସକାଳ ୧୧ଟା ଠାରୁ ଧାଡି ଲଗାଇଛନ୍ତି।
#WATCH | Maharashtra: A huge crowd gathered outside Apple store at Mumbai's BKC - India's first Apple store.
Apple's iPhone 16 series to go on sale in India from today. pic.twitter.com/RbmfFrR4pI— ANI (@ANI) September 20, 2024
ଏହି ଫୋନର କ୍ୟାମେରା, ସ୍କ୍ରିନ ସାଇଜ, ଫାଷ୍ଟ ୱେରଲେସ୍ ଚାର୍ଜିଂ, ଆପଲ ଇଣ୍ଟେଲିଜେନ୍ସ ଆଦି ଫିଚର ରହିଛି। ଏହି ସବୁକୁ ନେଇ ଲୋକେ ଉତ୍ସାହିତ ଥିବା କହିଛନ୍ତି। ଫୋନ ପାଇଁ ମୁମ୍ବାଇରେ ଯେଉଁ ପରିବେଶ ରହିଛି ତାହା ବାସ୍ତବିକ ଉଲ୍ଲେଖନିୟ। ଫୋନ ପାଇଁ ଲୋକଙ୍କ ଉତ୍ସାହ ଓ ଷ୍ଟୋରର ଉତ୍ସାହ ଅଲଗା ଦେଖାଯାଇଛି। ତେବେ କେବଳ ଆଇଫୋନ-୧୬ ନୁହେଁ ଏହାର ପୂର୍ବ ଭର୍ସନ କିଣିବା ପାଇଁ ମଧ୍ୟ ଗତବର୍ଷ ଲୋକେ ଏଠାରେ ଦୀର୍ଘ ଧାଡି ବାନ୍ଧିଥିଲେ।