IPL 2024: କୋହଲି-ବିରାଟଙ୍କ ଲଢେଇରେ ନୂଆ ଅଧ୍ୟାୟର ଆରମ୍ଭ ! ଫଟୋ କହୁଛି କଥା
ନୂଆଦିଲ୍ଲୀ: ଆରସିବି ଏବଂ କେକେଆର ମଧ୍ୟରେ ମୁକାବିଲା ପୂର୍ବରୁ କୋହଲି ଏବଂ ଗମ୍ଭୀରଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ କୋହଲି ଏବଂ ଗମ୍ଭୀର ଉଭୟଙ୍କ ମଧ୍ୟରେ ଲଢେଇର ସ୍ପଷ୍ଟ ଖଲକ ଦେଖିବାକୁ ମିଳୁଛି । ପ୍ରାକ୍ଟିସ୍ ସେସନ ସମୟରେ ଦୁହେଁ ମୈଦାନରେ ଅଛନ୍ତି, କିନ୍ତୁ ଦୁହିଁଙ୍କ ଚେହେରା ପୂରା କାହାଣୀକୁ ସ୍ପଷ୍ଟ କରିଛି । ଉଲ୍ଲେଖଯୋଗ୍ୟ ଯେ ଗମ୍ଭୀର ଏବଂ କୋହିଲଙ୍କ ମଧ୍ୟରେ ଆଇପିଏଲରେ ଲଢେଇ କୌଣସି ନୂଆ କଥା ନୁହେଁ । ଆଜିର ମ୍ୟାଚ୍ ପୂର୍ବରୁ ହିଁ ଏହି ଲଢେଇର ଏକ ନୂଆ ଅଧ୍ୟାୟର ଆରମ୍ଭ ହୋଇଛି । ଉଲ୍ଲେଖଯୋଗ୍ୟ ଯେ ୨୦୨୩ରେ ଆରସିବି ଏବଂ ଏଲଏସଜି ମ୍ୟାଚ୍ ସମୟରେ ବିରାଟ କୋହଲି ଏବଂ ଗୌତମ ଗମ୍ଭୀର ମୁହାଁମୁହିଁ ହୋଇଥିଲେ ।Cricket images that hit hard ???? pic.twitter.com/QYf5LanzYQ— KolkataKnightRiders (@KKRiders) March 29, 2024ଉଲ୍ଲେଖଯୋଗ୍ୟ ଯେ ଦୁଇ ଟିମ୍ ମଧ୍ୟରେ ବେଙ୍ଗାଲୁରୁରେ ମ୍ୟାଚ୍ କିଛି ସମୟ ପରେ ଆରମ୍ଭ ହେବ । କେକେଆର ମ୍ୟାଚ୍ ପୂର୍ବରୁ ଗମ୍ଭୀର ଏବଂ କୋହଲିଙ୍କ ଏକ ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛି । ପ୍ରଥମ ଫଟୋରେ ଗମ୍ଭୀର ଫୋକସରେ ଅଛନ୍ତି ଏବଂ ତାଙ୍କ ଗ୍ୟାକଗ୍ରାଉଣ୍ଡକୁ ବ୍ଲର କରାଯାଇଛି । ସେହିପରି ଦ୍ୱିତୀୟ ଫଟୋରେ ବ୍ୟାକଗ୍ରାଉଣ୍ଡ କ୍ଲିୟର ଅଛି ଏବଂ କୋହଲି ଗମ୍ଭୀରଙ୍କ ଆଡ଼କୁ ଦେଖୁଥିବା ନଜର ଆସୁଛି । ଏହି ଫଟୋକୁ ନେଇ କେକେଆର ଏକ ମଜାଦାର କ୍ୟା
ନୂଆଦିଲ୍ଲୀ: ଆରସିବି ଏବଂ କେକେଆର ମଧ୍ୟରେ ମୁକାବିଲା ପୂର୍ବରୁ କୋହଲି ଏବଂ ଗମ୍ଭୀରଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଫଟୋରେ କୋହଲି ଏବଂ ଗମ୍ଭୀର ଉଭୟଙ୍କ ମଧ୍ୟରେ ଲଢେଇର ସ୍ପଷ୍ଟ ଖଲକ ଦେଖିବାକୁ ମିଳୁଛି । ପ୍ରାକ୍ଟିସ୍ ସେସନ ସମୟରେ ଦୁହେଁ ମୈଦାନରେ ଅଛନ୍ତି, କିନ୍ତୁ ଦୁହିଁଙ୍କ ଚେହେରା ପୂରା କାହାଣୀକୁ ସ୍ପଷ୍ଟ କରିଛି । ଉଲ୍ଲେଖଯୋଗ୍ୟ ଯେ ଗମ୍ଭୀର ଏବଂ କୋହିଲଙ୍କ ମଧ୍ୟରେ ଆଇପିଏଲରେ ଲଢେଇ କୌଣସି ନୂଆ କଥା ନୁହେଁ । ଆଜିର ମ୍ୟାଚ୍ ପୂର୍ବରୁ ହିଁ ଏହି ଲଢେଇର ଏକ ନୂଆ ଅଧ୍ୟାୟର ଆରମ୍ଭ ହୋଇଛି । ଉଲ୍ଲେଖଯୋଗ୍ୟ ଯେ ୨୦୨୩ରେ ଆରସିବି ଏବଂ ଏଲଏସଜି ମ୍ୟାଚ୍ ସମୟରେ ବିରାଟ କୋହଲି ଏବଂ ଗୌତମ ଗମ୍ଭୀର ମୁହାଁମୁହିଁ ହୋଇଥିଲେ ।
Cricket images that hit hard ???? pic.twitter.com/QYf5LanzYQ— KolkataKnightRiders (@KKRiders) March 29, 2024
ଉଲ୍ଲେଖଯୋଗ୍ୟ ଯେ ଦୁଇ ଟିମ୍ ମଧ୍ୟରେ ବେଙ୍ଗାଲୁରୁରେ ମ୍ୟାଚ୍ କିଛି ସମୟ ପରେ ଆରମ୍ଭ ହେବ । କେକେଆର ମ୍ୟାଚ୍ ପୂର୍ବରୁ ଗମ୍ଭୀର ଏବଂ କୋହଲିଙ୍କ ଏକ ଫଟୋ ସୋସିଆଲ୍ ମିଡିଆରେ ପୋଷ୍ଟ କରିଛି । ପ୍ରଥମ ଫଟୋରେ ଗମ୍ଭୀର ଫୋକସରେ ଅଛନ୍ତି ଏବଂ ତାଙ୍କ ଗ୍ୟାକଗ୍ରାଉଣ୍ଡକୁ ବ୍ଲର କରାଯାଇଛି । ସେହିପରି ଦ୍ୱିତୀୟ ଫଟୋରେ ବ୍ୟାକଗ୍ରାଉଣ୍ଡ କ୍ଲିୟର ଅଛି ଏବଂ କୋହଲି ଗମ୍ଭୀରଙ୍କ ଆଡ଼କୁ ଦେଖୁଥିବା ନଜର ଆସୁଛି । ଏହି ଫଟୋକୁ ନେଇ କେକେଆର ଏକ ମଜାଦାର କ୍ୟାପ୍ସନ ଲେଖିଛି ।
ଚଳିତ ସିଜିନରେ କେକେଆର ନିଜ ପ୍ରଥମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ୪ ରନରେ ବିଜୟୀ ହୋଇଥିଲା । ଅନ୍ୟପଟେ ଆରସିବି, ସିଏସକେ ବିପକ୍ଷରେ ପ୍ରଥମ ମ୍ୟାଚରେ ପରାଜିତ ହୋଇଥିଲା । ଦ୍ୱିତୀୟ ମ୍ୟାଚରେ ପଞ୍ଜାବ ବିପକ୍ଷରେ ବିଜୟ ହାସଲ କରିଥିଲା ।