IPL 2024 : ଚିନ୍ନାସ୍ୱାମୀରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର-ଲକ୍ଷ୍ନୌ ସୁପର ଜାଏଣ୍ଟସ ମୁକାବିଲା
ବାଙ୍ଗାଲୋର ୦୨।୦୪ : ଆଇପିଏଲ୍ର ୧୭ ତମ ସଂସ୍କରଣ । ମଙ୍ଗଳବାର ଦିନ ଟୁର୍ଣ୍ଣାମେଣ୍ଟରେ ଖେଳାଯିବ ୧୫ ତମ ମ୍ୟାଚ୍ । ବାଙ୍ଗାଲୋରର ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଲକ୍ଷ୍ନୌ ସୁପର କିଙ୍ଗସ୍ । ରାତି ୮ଟାରେ ଖେଳାଯିବ ଏହି ମ୍ୟାଚ୍ । ବର୍ତ୍ତମାନ ସୁଦ୍ଧା ଟୁର୍ଣ୍ଣାମେଣ୍ଟରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଦୁଇଟି ମୁକାବିଲା ଖେଳାଯାଇଛି । ଯେଉଁଥିରେ ଗୋଟିଏ ମ୍ୟାଚ୍ରେ ୨୦ ରନ୍ରେ ପରାସ୍ତ ହୋଇଥିବା ବେଳେ ଅନ୍ୟ ଏକ ମୁକାବିଲାରେ ୨୧ରନ୍ରେ ବିଜୟୀ ହୋଇଛି । ଦୁଇ ଅଙ୍କ ସହ ପଏଣ୍ଟ ଟେବୁଲ୍ରେ ୬ଷ୍ଠ ସ୍ଥାନରେ ରହିଛି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ।ସେହିପରି ବର୍ତ୍ତମାନ ସୁଦ୍ଧା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମ୍ ବର୍ତ୍ତମାନ ସୁଦ୍ଧା ୩ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ଗୋଟିଏ ମ୍ୟାଚ୍ରେ ବିଜୟୀ ହୋଇଥିବା ବେଳେ ଦୁଇଟି ମ୍ୟାଚ୍ରେ ପରାସ୍ତ ହୋଇଛି । ପ୍ରଥମ ମ୍ୟାଚ୍ରେ ଚେନ୍ନାଇ ଠାରୁ ୬ଓ୍ୱିକେଟ୍ରେ ପରାସ୍ତ ହୋଇଥିବା ବେଳେ ୨ୟ ମ୍ୟାଚ୍ରେ ପଞ୍ଜାବ କିଙ୍ଗସ ଠାରୁ ୪ଓ୍ୱିକେଟ୍ରେ ବିଜୟୀ ହୋଇଥିଲା । ଆଉ ତୃତୀୟ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ଠାରୁ ୭ ଓ୍ୱିକେଟ୍ରେ ପରାସ୍ତ ହୋଇଥିଲା । ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ଟୁର୍ଣ୍ଣାମେଣ୍ଟରେ ରାଜସ୍ଥାନ ରୟାଲ୍ସ ୩ଟି ମ୍ୟାଚ୍ ଖେଳି ୩ଟି ବିଜୟୀ ହୋଇଛି । ୬ ଅଙ୍କ ସହ ପଏଣ୍ଟ ଟ
ବାଙ୍ଗାଲୋର ୦୨।୦୪ : ଆଇପିଏଲ୍ର ୧୭ ତମ ସଂସ୍କରଣ । ମଙ୍ଗଳବାର ଦିନ ଟୁର୍ଣ୍ଣାମେଣ୍ଟରେ ଖେଳାଯିବ ୧୫ ତମ ମ୍ୟାଚ୍ । ବାଙ୍ଗାଲୋରର ଚିନ୍ନାସ୍ୱାମୀ ଷ୍ଟାଡିୟମ୍ରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ ଲକ୍ଷ୍ନୌ ସୁପର କିଙ୍ଗସ୍ । ରାତି ୮ଟାରେ ଖେଳାଯିବ ଏହି ମ୍ୟାଚ୍ ।
ବର୍ତ୍ତମାନ ସୁଦ୍ଧା ଟୁର୍ଣ୍ଣାମେଣ୍ଟରେ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଦୁଇଟି ମୁକାବିଲା ଖେଳାଯାଇଛି । ଯେଉଁଥିରେ ଗୋଟିଏ ମ୍ୟାଚ୍ରେ ୨୦ ରନ୍ରେ ପରାସ୍ତ ହୋଇଥିବା ବେଳେ ଅନ୍ୟ ଏକ ମୁକାବିଲାରେ ୨୧ରନ୍ରେ ବିଜୟୀ ହୋଇଛି । ଦୁଇ ଅଙ୍କ ସହ ପଏଣ୍ଟ ଟେବୁଲ୍ରେ ୬ଷ୍ଠ ସ୍ଥାନରେ ରହିଛି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ।
ସେହିପରି ବର୍ତ୍ତମାନ ସୁଦ୍ଧା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଟିମ୍ ବର୍ତ୍ତମାନ ସୁଦ୍ଧା ୩ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ଗୋଟିଏ ମ୍ୟାଚ୍ରେ ବିଜୟୀ ହୋଇଥିବା ବେଳେ ଦୁଇଟି ମ୍ୟାଚ୍ରେ ପରାସ୍ତ ହୋଇଛି । ପ୍ରଥମ ମ୍ୟାଚ୍ରେ ଚେନ୍ନାଇ ଠାରୁ ୬ଓ୍ୱିକେଟ୍ରେ ପରାସ୍ତ ହୋଇଥିବା ବେଳେ ୨ୟ ମ୍ୟାଚ୍ରେ ପଞ୍ଜାବ କିଙ୍ଗସ ଠାରୁ ୪ଓ୍ୱିକେଟ୍ରେ ବିଜୟୀ ହୋଇଥିଲା । ଆଉ ତୃତୀୟ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ ଠାରୁ ୭ ଓ୍ୱିକେଟ୍ରେ ପରାସ୍ତ ହୋଇଥିଲା ।
ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ଟୁର୍ଣ୍ଣାମେଣ୍ଟରେ ରାଜସ୍ଥାନ ରୟାଲ୍ସ ୩ଟି ମ୍ୟାଚ୍ ଖେଳି ୩ଟି ବିଜୟୀ ହୋଇଛି । ୬ ଅଙ୍କ ସହ ପଏଣ୍ଟ ଟେବୁଲ୍ରେ ଟପ୍ରେ ରହିଛି । କୋଲକାଲା ନାଇଟ ରାଇଡର୍ସ ୨ଟି ମ୍ୟାଚ୍ ଖେଳି ଦୁଇଟିରେ ହୋଇଛି ବିଜୟୀ । ୪ ଅଙ୍କ ସହ ପଏଣ୍ଟ ଟେବୁଲ୍ରେ ୨ୟ ସ୍ଥାନରେ ରହିଛି । ବାକି ଚେନ୍ନାଇ ୩ଟି ମୁକାବିଲା ଖେଳି ୨ଟିରେ ବିଜୟୀ ଏବଂ ଗୋଟିଏ ମ୍ୟାଚ୍ରେ ପରାଜୟ ହୋଇଛି । ୪ ଅଙ୍କ ସହ ପଏଣ୍ଟ ଟେବୁଲ୍ରେ ତୃତୀୟ ସ୍ଥାନରେ ରହିଛି ।