IPL 2024 : ହାଇଦ୍ରାବାଦ୍‌ରେ SRH-MI ଫାଇଟ୍‌, ପ୍ରଥମ ବିଜୟ ପାଇଁ ଉଭୟ ଟିମ୍‌ ତୟାର

ହାଇଦ୍ରାବାଦ ୨୭।୦୩ :  ଆଇପିଏଲ୍‌ ୨୦୨୪। ବୁଧବାର ମୁହାଁମୁହିଁ ହେବ ସନରାଇଜର୍ସ ହାଇଦ୍ରାବାଦ ଏବଂ ସୁମ୍ବାଇ ଇଣ୍ଡିଆନ୍ସ । ହାଇଦ୍ରାବାଦ୍‌ର ରାଜୀବ ଗାନ୍ଧୀ ଆନ୍ତର୍ଜତୀୟ ଷ୍ଟାଡିୟମ୍‌ରେ ରାତି ୮ଟାରେ ଖେଳାଯିବ ଏହି ମ୍ୟାଚ୍‌ । ଉଭୟ ଟିମ୍‌ ନିଜ ନିଜର ପ୍ରଥମ ମୁକାବିଲାରେ ପରାଜୟର ସାମ୍ନା କରିଛନ୍ତି । ତେଣୁ ବୁଧବାର ଖେଳାଯିବାକୁ ଥିବା ଏହି ମୁକାବିଲାଟି ହାଇଭୋଲ୍‌ଟେଜ୍‌ ହେବ ବୋଲି ଆଶା କରାଯାଉଛି । ମାର୍ଚ  ୨୨ରୁ ଆରମ୍ଭ ହୋଇଥିଲା ଆଇପିଏଲ୍‌ର ୧୭ ତମ ସଂସ୍କରଣ ଧୀରେ ଧୀରେ ରୋଚକ ହେବାକୁ ଲାଗିଛି । ଆଉ ସବୁ ଟିମ୍‌ ଏବେ ପଏଣ୍ଟ ଟେବୁଲ୍‌ ରେସ୍‌ରେ ଲାଗିପଡିଛନ୍ତି । ହେଲେ ଟୁର୍ଣ୍ଣାମେଣ୍ଟର  ଆରମ୍ଭରୁ ନିଜ ନିଜର  ପ୍ରଥମ ମ୍ୟାଚ୍‌ରେ ହାଇଯାଇଥିଲେ ହାଇଦ୍ରାବାଦ ଏବଂ ମୁମ୍ବାଇ ଦଳ ।  ୨୩ ତାରିଖରେ ଖେଳାଯାଇଥିବା କୋଲକାତା ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ହାଇଦ୍ରାବାଦ୍‌ ଟିମ୍‌କୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ମାତ୍ର ୪ ରନ୍‌ରେ ପରାସ୍ତ ହୋଇଥିଲା । ଦଳରେ କ୍ଲାସନ, କମିନ୍‌, ମୟଙ୍କ ପରି ଷ୍ଟାର ଥାଇ ବି ମାତ୍ର ୪ରନ୍‌ରେ ହାରିଥିଲା ଦଳ । ସେହିପରି ୨୪ ତାରିଖରେ ଗୁଜୁରାଟ ଟାଇଟନ୍ସ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ନୂଆ ସିଜିନ, ନୂଆ କ୍ୟାପଟେନ୍‌କୁ ପଡିଆକୁ ଓହ୍ଲାଇଥିଲେ ଉଭୟ ଦଳ । ହେଲେ ଯୁବ କ୍ୟାପଟେନ୍‌ ଶୁଭମନ୍‌ ଗିଲ୍‌ଙ୍କ ରଣନୀତିକୁ ଭେଦ କର

IPL 2024 : ହାଇଦ୍ରାବାଦ୍‌ରେ SRH-MI ଫାଇଟ୍‌, ପ୍ରଥମ ବିଜୟ ପାଇଁ ଉଭୟ ଟିମ୍‌ ତୟାର

ହାଇଦ୍ରାବାଦ ୨୭।୦୩ :  ଆଇପିଏଲ୍‌ ୨୦୨୪। ବୁଧବାର ମୁହାଁମୁହିଁ ହେବ ସନରାଇଜର୍ସ ହାଇଦ୍ରାବାଦ ଏବଂ ସୁମ୍ବାଇ ଇଣ୍ଡିଆନ୍ସ । ହାଇଦ୍ରାବାଦ୍‌ର ରାଜୀବ ଗାନ୍ଧୀ ଆନ୍ତର୍ଜତୀୟ ଷ୍ଟାଡିୟମ୍‌ରେ ରାତି ୮ଟାରେ ଖେଳାଯିବ ଏହି ମ୍ୟାଚ୍‌ । ଉଭୟ ଟିମ୍‌ ନିଜ ନିଜର ପ୍ରଥମ ମୁକାବିଲାରେ ପରାଜୟର ସାମ୍ନା କରିଛନ୍ତି । ତେଣୁ ବୁଧବାର ଖେଳାଯିବାକୁ ଥିବା ଏହି ମୁକାବିଲାଟି ହାଇଭୋଲ୍‌ଟେଜ୍‌ ହେବ ବୋଲି ଆଶା କରାଯାଉଛି । 

ମାର୍ଚ  ୨୨ରୁ ଆରମ୍ଭ ହୋଇଥିଲା ଆଇପିଏଲ୍‌ର ୧୭ ତମ ସଂସ୍କରଣ ଧୀରେ ଧୀରେ ରୋଚକ ହେବାକୁ ଲାଗିଛି । ଆଉ ସବୁ ଟିମ୍‌ ଏବେ ପଏଣ୍ଟ ଟେବୁଲ୍‌ ରେସ୍‌ରେ ଲାଗିପଡିଛନ୍ତି । ହେଲେ ଟୁର୍ଣ୍ଣାମେଣ୍ଟର  ଆରମ୍ଭରୁ ନିଜ ନିଜର  ପ୍ରଥମ ମ୍ୟାଚ୍‌ରେ ହାଇଯାଇଥିଲେ ହାଇଦ୍ରାବାଦ ଏବଂ ମୁମ୍ବାଇ ଦଳ ।  ୨୩ ତାରିଖରେ ଖେଳାଯାଇଥିବା କୋଲକାତା ବିପକ୍ଷ ପ୍ରଥମ ମ୍ୟାଚ୍‌ରେ ହାଇଦ୍ରାବାଦ୍‌ ଟିମ୍‌କୁ ପରାଜୟର ସାମ୍ନା କରିବାକୁ ପଡିଥିଲା । ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ମାତ୍ର ୪ ରନ୍‌ରେ ପରାସ୍ତ ହୋଇଥିଲା । ଦଳରେ କ୍ଲାସନ, କମିନ୍‌, ମୟଙ୍କ ପରି ଷ୍ଟାର ଥାଇ ବି ମାତ୍ର ୪ରନ୍‌ରେ ହାରିଥିଲା ଦଳ । 

ସେହିପରି ୨୪ ତାରିଖରେ ଗୁଜୁରାଟ ଟାଇଟନ୍ସ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ଖେଳିଥିଲା ମୁମ୍ବାଇ ଇଣ୍ଡିଆନ୍ସ । ନୂଆ ସିଜିନ, ନୂଆ କ୍ୟାପଟେନ୍‌କୁ ପଡିଆକୁ ଓହ୍ଲାଇଥିଲେ ଉଭୟ ଦଳ । ହେଲେ ଯୁବ କ୍ୟାପଟେନ୍‌ ଶୁଭମନ୍‌ ଗିଲ୍‌ଙ୍କ ରଣନୀତିକୁ ଭେଦ କରିପାରିନଥିଲେ ମୁମ୍ବାଇର ପାଣ୍ଡ୍ୟା । ଆଉ ଶେଷରେ ଷ୍ଟାର୍‌ ଖେଳାଳିରେ ଭରପୁର ଥିବା ମୁମ୍ବାଇ ଇଣ୍ଡିଆନ୍ସ ମାତ୍ର ୬ ରନ୍‌ରେ ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍‌ ହାରିଥିଲା ।  ତେଣୁ ଆଇପିଏଲ୍‌ର ୧୭ ତମ ସଂସ୍କରଣରେ ଉଭୟ ଟିମ୍‌ ନିଜ ନିଜର ପ୍ରଥମ ମ୍ୟାଚ୍‌ରେ ପରାଜୟର ସାମ୍ନା କରିଛନ୍ତି । ଦଳରେ ଭରପୁର ଷ୍ଟାର ଖେଳାଳି ଥାଇ ବି ଟିମ୍‌ ବିଜୟ ପାଇବା ଅସମ୍ଭବ ହୋଇଥିଲା । ତେଣୁ ଆଜିର ମ୍ୟାଚ୍‌ ଜିତି ଉଭୟ ଦଳ ପଏଣ୍ଟ ଟେବୁଲ୍‌ରେ ନିଜ ନିଜ ସ୍ଥିତି ଦୃଢ ରଖିବାକୁ ଚେଷ୍ଟା କରିବେ ।