IPL 2024 : ହାଇଦ୍ରାବାଦ୍‌ରେ SRH-PBKS ଫାଇଟ୍‌, ଟସ୍‌ ଜିତି ବ୍ୟାଟିଂ କରିବ ପଞ୍ଜାବ

ହାଇଦ୍ରାବାଦ୍‌ ୧୯।୦୫ : ଆଇପିଏଲ୍‌ ୨୦୨୪ । ରବିବାର ଦିନ ହାଇଦ୍ରାବାଦ୍‌ର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଏବଂ ପଞ୍ଜାବ କିଙ୍ଗସ୍‌ । ଟସ୍‌ ଜିତି ପ୍ରଥମ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ପଞ୍ଜାବ କିଙ୍ଗସ୍‌ର ଅଧିନାୟକ ଜିତେଶ ଶର୍ମା ।ବର୍ତ୍ତମାନ ଯାଏଁ ସନରାଇଜର୍ସ ହାଇଦ୍ରାବାଦ୍‌ ୧୩ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୭ଟିରେ ବିଜୟୀ ହୋଇଥିବା ବେଳେ ୫ଟିରେ ହୋଇଛି ପରାସ୍ତ । ମୋଟ ୧୫ ଅଙ୍କ ସହ ପଏଣ୍ଟ ଟେବୁଲ୍‌ର ତୃତୀୟ ସ୍ଥାନରେ ରହିଛି । ଦଳ ଏବେ ପ୍ଲେ-ଅଫ ପାଇଁ କ୍ୱାଲିଫାଇ କରିସାରିଛି ସେପଟେ ପଞ୍ଜାବ କିଙ୍ଗସ୍‌ ଏବେ ସୁଦ୍ଧା ୧୩ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୫ଟିରେ ବିଜୟୀ ହୋଇଥିବା ବେଳେ ୮ଟିରେ ପରାସ୍ତ ହୋଇଛି । ମୋଟ ୧୦ ଅଙ୍କ ସହ ପଏଣ୍ଟ ଟେବୁଲ୍‌ର ୯ମ ସ୍ଥାନରେ ରହିଛି । ଦଳ ଚଳିତ ସିଜିନ୍‌ରୁ ଏଲିମିନିଟ୍‌ ହୋଇସାରିଲେଣି । ସୂଚନାଯୋଗ୍ୟ ଯେ, ପଏଣ୍ଟ ଟେବୁଲ୍‌ର ଟପ୍‌ରେ ରହିଛି କୋଲକାତା ନାଇଟ୍‌ ରାଇଡର୍ସ । ଦଳ ଏବେ ଯାଏଁ ୧୩ଟି ମୁକାବିଲା ଖେଳିଛି । ଯେଉଁଥିରେ ୯ଟିରେ ବିଜୟୀ ହୋଇଥିବା ବେଳେ ୩ଟିରେ ପରାସ୍ତ ହୋଇଛି । ମୋଟ ୧୯ ଅଙ୍କ ସହ ପଏଣ୍ଟ ଟେବୁଲ୍‌ର ଟପ୍‌ରେ ରହିଛି । ଏହାପଛକୁ ରହିଛି ରାଜସ୍ଥାନ ରୟାଲ୍ସ । ଦଳ ଏବେ ଯାଏଁ ୧୩ଟି ମୁକାବିଲା ଖେଳିଛି । ଯେଉଁଥିରେ ୮ଟିରେ ବିଜୟୀ ହୋଇଥିବା ବେଳେ ୫ଟିରେ

IPL 2024 : ହାଇଦ୍ରାବାଦ୍‌ରେ SRH-PBKS ଫାଇଟ୍‌, ଟସ୍‌ ଜିତି ବ୍ୟାଟିଂ କରିବ ପଞ୍ଜାବ

ହାଇଦ୍ରାବାଦ୍‌ ୧୯।୦୫ : ଆଇପିଏଲ୍‌ ୨୦୨୪ । ରବିବାର ଦିନ ହାଇଦ୍ରାବାଦ୍‌ର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ୍‌ ଷ୍ଟାଡିୟମ୍‌ରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଏବଂ ପଞ୍ଜାବ କିଙ୍ଗସ୍‌ । ଟସ୍‌ ଜିତି ପ୍ରଥମ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ପଞ୍ଜାବ କିଙ୍ଗସ୍‌ର ଅଧିନାୟକ ଜିତେଶ ଶର୍ମା ।

ବର୍ତ୍ତମାନ ଯାଏଁ ସନରାଇଜର୍ସ ହାଇଦ୍ରାବାଦ୍‌ ୧୩ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୭ଟିରେ ବିଜୟୀ ହୋଇଥିବା ବେଳେ ୫ଟିରେ ହୋଇଛି ପରାସ୍ତ । ମୋଟ ୧୫ ଅଙ୍କ ସହ ପଏଣ୍ଟ ଟେବୁଲ୍‌ର ତୃତୀୟ ସ୍ଥାନରେ ରହିଛି । ଦଳ ଏବେ ପ୍ଲେ-ଅଫ ପାଇଁ କ୍ୱାଲିଫାଇ କରିସାରିଛି ସେପଟେ ପଞ୍ଜାବ କିଙ୍ଗସ୍‌ ଏବେ ସୁଦ୍ଧା ୧୩ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୫ଟିରେ ବିଜୟୀ ହୋଇଥିବା ବେଳେ ୮ଟିରେ ପରାସ୍ତ ହୋଇଛି । ମୋଟ ୧୦ ଅଙ୍କ ସହ ପଏଣ୍ଟ ଟେବୁଲ୍‌ର ୯ମ ସ୍ଥାନରେ ରହିଛି । ଦଳ ଚଳିତ ସିଜିନ୍‌ରୁ ଏଲିମିନିଟ୍‌ ହୋଇସାରିଲେଣି । 

ସୂଚନାଯୋଗ୍ୟ ଯେ, ପଏଣ୍ଟ ଟେବୁଲ୍‌ର ଟପ୍‌ରେ ରହିଛି କୋଲକାତା ନାଇଟ୍‌ ରାଇଡର୍ସ । ଦଳ ଏବେ ଯାଏଁ ୧୩ଟି ମୁକାବିଲା ଖେଳିଛି । ଯେଉଁଥିରେ ୯ଟିରେ ବିଜୟୀ ହୋଇଥିବା ବେଳେ ୩ଟିରେ ପରାସ୍ତ ହୋଇଛି । ମୋଟ ୧୯ ଅଙ୍କ ସହ ପଏଣ୍ଟ ଟେବୁଲ୍‌ର ଟପ୍‌ରେ ରହିଛି । ଏହାପଛକୁ ରହିଛି ରାଜସ୍ଥାନ ରୟାଲ୍ସ । ଦଳ ଏବେ ଯାଏଁ ୧୩ଟି ମୁକାବିଲା ଖେଳିଛି । ଯେଉଁଥିରେ ୮ଟିରେ ବିଜୟୀ ହୋଇଥିବା ବେଳେ ୫ଟିରେ ପରାସ୍ତ ହୋଇଛି । ମୋଟ ୧୬ ଅଙ୍କ ସହ ପଏଣ୍ଟ ଟେବୁଲ୍‌ରେ ୨ୟ ସ୍ଥାନରେ ରହିଛି । ସେହିପରି ୩ୟ ସ୍ଥାନରେ ରହିଛି ସନରାଇଜର୍ସ ହାଇଦ୍ରାବାଦ୍‌ । ଦଳ ଏବେ ସୁଦ୍ଧା ୧୩ଟି ମୁକାବିଲା ଖେଳିସାରିଛି । ଯେଉଁଥିରେ ୭ଟିରେ ବିଜୟୀ ହୋଇଥିବା ବେଳେ ୫ଟିରେ ପରାସ୍ତ ହୋଇଛି। ଦଳ ପାଖରେ ଏବେ ୧୫ ପଏଣ୍ଟ ରହିଛି । ଏହାପରେ ଚତୁର୍ଥ ସ୍ଥାନରେ ରହିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଦଳ ଏବେ ସୁଦ୍ଧା ୧୪ଟି ମୁକାବିଲା ଖେଳିଛି । ଯେଉଁଥିରେ ୭ଟିରେ ବିଜୟୀ ହୋଇଥିବା ବେଳେ ୭ଟିରେ ପରାସ୍ତ ହୋଇଛି । ଦଳ ପାଖରେ ଏବେ ୧୪ ପଏଣ୍ଟ ରହିଛି । ଟପ୍‌ ୪ଟି ଦଳ ପ୍ଲେ-ଅଫ୍ ପାଇଁ କ୍ୱାଲିଫାଇ କରିସାରିଛନ୍ତି ।