IPL 2024ରେ ଟସ୍ ଉପରେ ପଡ଼ିଲା କ୍ୟାମେରା ଫୋକସ୍, ସାମ୍ନାକୁ ଆସିବ ବାସ୍ତବ ଚିତ୍ର
ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୦୮ ମସିହା ଠିକ୍ ଆଜିର ଦିନରେ ଆରମ୍ଭ ହୋଇଥିଲା। ୨୦୨୪ ଏପ୍ରିଲ ୧୮ ତାରିଖରେ ଟୁର୍ଣ୍ଣାମେଣ୍ଟକୁ ୧୬ ବର୍ଷ ପୂରିଛି ଏବଂ ୧୭ମ ସିଜିନ ଆରମ୍ଭ ହୋଇଛି। ଏହି ଦିନ ଆୟୋଜକ ପକ୍ଷରୁ ଏକ ନୂତନ ପ୍ରୟାସ ଆରମ୍ଭ କରାଯାଇଛି। ଏବେ ଟସ୍ ସମୟର ବାସ୍ତବ ଚିତ୍ର ସାମ୍ନାକୁ ଆସିବ। ଚଳିତ ସଂସ୍କରଣର ମୁମ୍ବାଇ ବନାମ ପଞ୍ଜାବ ମଧ୍ୟରେ ଖେଳା ଯାଇଥିବା ୩୩ତମ ମ୍ୟାଚ୍ରୁ ଏହା ଆରମ୍ଭ ହୋଇଛି।ଗୁରୁବାର ମୁମ୍ବାଇ ବନାମ ପଞ୍ଜାବ ମ୍ୟାଚ୍ ସମୟରେ ଦୁଇ ଦଳର ଅଧିନାୟକ ଟସ୍ ପାଇଁ ପିଚ୍କୁ ଆସିଲେ। ଆୟୋଜକ ଦଳର ଅଧିନାୟକ ସାମ କରନ କଏନ ଉପରକୁ ଫିଙ୍ଗିଥିଲେ। ହାର୍ଦ୍ଦିକ ଟସ୍ ଜିତିବା ପାଇଁ ଟେଲ୍ସ ଡାକିଥିଲେ। ତେବେ କଏନ ତଳେ ପଡ଼ିବା ପରେ ହେଡ୍ ଆସିଥିଲା। ଆଉ କଏନ ଉପରେ କ୍ୟାମେରାରେ ଫୋକସ୍ କରାଯାଇଥିଲା, ଯାହା ସାଧାରଣତଃ କ୍ରିକେଟ୍ରେ ହୁଏ ନାହିଁ। ପୂର୍ବେ ଟସ୍ କିଏ ଜିତିଲା, ମ୍ୟାଚ୍ ରେଫରୀଙ୍କ ନିଷ୍ପତ୍ତିକୁ ସମସ୍ତେ ଗ୍ରହଣ କରି ନେଉଥିଲେ। ମାତ୍ର ଏବେ କ୍ୟାମେରାରେ ବାସ୍ତବ ଚିତ୍ର କହିବ। ???? Toss Update ????Punjab Kings win the toss and elect to bowl against Mumbai Indians.Follow the Match ▶️ https://t.co/m7TQkWeGn7#TATAIPL | #PBKSvMI pic.twitter.com/soKlffZDxX— IndianPremierLeague (@IPL) April 18, 2024କିନ୍ତୁ ଆଇପିଏଲ୍ କିମ୍ବା ବିସି
ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୦୮ ମସିହା ଠିକ୍ ଆଜିର ଦିନରେ ଆରମ୍ଭ ହୋଇଥିଲା। ୨୦୨୪ ଏପ୍ରିଲ ୧୮ ତାରିଖରେ ଟୁର୍ଣ୍ଣାମେଣ୍ଟକୁ ୧୬ ବର୍ଷ ପୂରିଛି ଏବଂ ୧୭ମ ସିଜିନ ଆରମ୍ଭ ହୋଇଛି। ଏହି ଦିନ ଆୟୋଜକ ପକ୍ଷରୁ ଏକ ନୂତନ ପ୍ରୟାସ ଆରମ୍ଭ କରାଯାଇଛି। ଏବେ ଟସ୍ ସମୟର ବାସ୍ତବ ଚିତ୍ର ସାମ୍ନାକୁ ଆସିବ। ଚଳିତ ସଂସ୍କରଣର ମୁମ୍ବାଇ ବନାମ ପଞ୍ଜାବ ମଧ୍ୟରେ ଖେଳା ଯାଇଥିବା ୩୩ତମ ମ୍ୟାଚ୍ରୁ ଏହା ଆରମ୍ଭ ହୋଇଛି।
ଗୁରୁବାର ମୁମ୍ବାଇ ବନାମ ପଞ୍ଜାବ ମ୍ୟାଚ୍ ସମୟରେ ଦୁଇ ଦଳର ଅଧିନାୟକ ଟସ୍ ପାଇଁ ପିଚ୍କୁ ଆସିଲେ। ଆୟୋଜକ ଦଳର ଅଧିନାୟକ ସାମ କରନ କଏନ ଉପରକୁ ଫିଙ୍ଗିଥିଲେ। ହାର୍ଦ୍ଦିକ ଟସ୍ ଜିତିବା ପାଇଁ ଟେଲ୍ସ ଡାକିଥିଲେ। ତେବେ କଏନ ତଳେ ପଡ଼ିବା ପରେ ହେଡ୍ ଆସିଥିଲା। ଆଉ କଏନ ଉପରେ କ୍ୟାମେରାରେ ଫୋକସ୍ କରାଯାଇଥିଲା, ଯାହା ସାଧାରଣତଃ କ୍ରିକେଟ୍ରେ ହୁଏ ନାହିଁ। ପୂର୍ବେ ଟସ୍ କିଏ ଜିତିଲା, ମ୍ୟାଚ୍ ରେଫରୀଙ୍କ ନିଷ୍ପତ୍ତିକୁ ସମସ୍ତେ ଗ୍ରହଣ କରି ନେଉଥିଲେ। ମାତ୍ର ଏବେ କ୍ୟାମେରାରେ ବାସ୍ତବ ଚିତ୍ର କହିବ।
???? Toss Update ????
Punjab Kings win the toss and elect to bowl against Mumbai Indians.
Follow the Match ▶️ https://t.co/m7TQkWeGn7#TATAIPL | #PBKSvMI pic.twitter.com/soKlffZDxX— IndianPremierLeague (@IPL) April 18, 2024
କିନ୍ତୁ ଆଇପିଏଲ୍ କିମ୍ବା ବିସିସିଆଇ ପକ୍ଷରୁ ଏ ନେଇ କୌଣସି ଆନୁଷ୍ଠାନିକ ସୂଚନା ଦିଆଯାଇ ନାହିଁ କି କୌଣସି ଅଧିକାରୀଙ୍କ ବୟାନ ଆସିନାହିଁ। ମାତ୍ର ଯେଉଁଭଳି ପ୍ରୋଡକ୍ସନ ଟିମ୍ ଆଜି ଟସ୍ ଉପରେ କ୍ୟାମେରା ଫୋକସ୍ କଲେ ତାହା ଦେଖି ଲାଗୁଛି ବୋଧହୁଏ ଆଇପିଏଲ୍ରେ ଆଗାମୀ ମ୍ୟାଚ୍ରେ ଏମିତି ଦେଖିବାକୁ ମିଳିପାରେ। ବାସ୍ତବରେ ଏହା ଭଲ ପଦକ୍ଷେପ, କାରଣ ବେଳେ ବେଳେ ଟସ୍କୁ ନେଇ ବିବାଦୀୟ ପରିସ୍ଥିତି ଉପୁଜିଛି।
ସୂଚନାଯୋଗ୍ୟ, ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମ୍ୟାଚ୍ରେ ହାରଦ୍ଦିକ ପାଣ୍ଡ୍ୟା ଟସ୍ ବହୁତ ଉଚ୍ଚା ଫିଙ୍ଗିଥିଲେ। ଫଳରେ କଏନ ପଛକୁ ଯାଇ ପଡ଼ିଥିଲା। ମ୍ୟାଚ୍ ରେଫରୀ ଜଭାଗଲ ଶ୍ରୀନାଥ କଏନ ଦେଖି ଟସ୍ ମୁମ୍ବାଇ ଜିତିଥିବା କହିଥିଲେ। ତେବେ ପରବର୍ତ୍ତୀୟ ସମୟରେ ଏହି ଟସ୍ ବିଷୟରେ ଆରସିବିର ଅଧିନାୟକ ଫାଫ ଡୁପ୍ଲେସିସ୍ ହାଇଦ୍ରାବାଦର ଅଧିନାୟକ ପାଟ୍ କମିନ୍ସଙ୍କ ସହ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ଅନେକ ଚର୍ଚ୍ଚା ଦେଖିବାକୁ ମିଳିଥିଲା।