IPL 2025: ଆଜିଠୁ ଆଇପିଏଲ୍ ମହାସମର, ମୁହାଁମୁହିଁ ହେବେ କେକେଆର୍-ଆରସିବି
ଆଜିଠୁ ଆରମ୍ଭ ହେବ ଆଇପିଏଲ୍ ମହାସମର । ଆଜି ଉଦ୍ଘାଟନୀ ମ୍ୟାଚ୍ରେ ଡିଫେଣ୍ଡିଂ ଚାମ୍ପିଅନ କୋଲକାତା ନାଇଟ ରାଇଡର୍ସକୁ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ । ଐତିହାସିକ ଇଡେନ ଗାର୍ଡେନରେ ଖେଳାଯିବ ଉଦ୍ଘାଟନୀ ମୁକାବିଲା ।