IPL 2025: ହାଇସ୍କୋରିଂ ମ୍ୟାଚ୍ରେ ବାଜି ମାରିଲା ପଞ୍ଜାବ କିଙ୍ଗ୍ସ, ପ୍ଲେ ଅଫ୍ର ହେଲା ନିକଟତର
ଜୟପୁର: ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିବେ। ପାଓ୍ବାର ପ୍ଲେ ସହ ପ୍ରଥମ ୧୦ ଓଭରରେ ୧୦୦ରୁ ଅଧିକ ରନ କରିବେ। ଲାଗିବ ମ୍ୟାଚ୍ ସହଜରେ ଜିତିଯିବେ। କିନ୍ତୁ ମ୍ୟାଚ୍ ସରିଲା ବେଳକୁ ମ୍ୟାଚ୍ ହାରି ସାରିଥିବେ। ଏହା ହେଉଛି ରାଜସ୍ଥାନ ରୟାଲ୍ସର କାହାଣୀ। ଚଳିତ ଆଇପିଏଲ୍ରେ ଏମିତି ଅନେକ ମ୍ୟାଚ୍ରେ ରାଜସ୍ଥାନର ଏମିତି ସ୍ଥିତି ଦେଖିବାକୁ ମିଳିଛି। ଆଉ ଆଜି ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ୍ରେ ବି ଏମିତି ପରାଜୟ ଭୋଗିଛି ରାଜସ୍ଥାନ ରୟାଲ୍ସ। ଆଇପିଏଲ୍ ୨୦୨୫ର ୫୯ତମ ହାଇସ୍କୋରିଂ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ୧୦ ରନରେ ରାଜସ୍ଥାନକୁ ହରାଇଛି। ବିଜୟ ସହ ପଞ୍ଜାବ ୧୭ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ଦ୍ଵିତୀୟ ସ୍ଥାନକୁ ଉଠି ଆଇପିଏଲର ପ୍ଲେ ଅଫ୍ର ଦ୍ଵାର ଦେଶରେ ପହଞ୍ଚିଛି। ଆଉ ଚଳିତ ସିଜିନରେ ରାଜସ୍ଥାନ ୧୦ମ ପରାଜୟ ଭୋଗିଛି। ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ କିଙ୍ଗ୍ସ ନେହଲ ଓ୍ଵଧେରାଙ୍କ ୭୦ ରନ ଓ ଶଶାଙ୍କ ସିଂଙ୍କ ବିସ୍ଫୋରକ ୫୯ ରନ ବଳରେ ୫ ଓ୍ଵିକେଟ୍ ହରାଇ ୨୧୯ ରନର ବିଶାଳ ସ୍କୋର କରିଥିଲା। ଜବାବରେ ରାଜସ୍ଥାନ ବିଜୟ ଲକ୍ଷ୍ୟ ପିଛା କରି ୭ ଓ୍ଵିକେଟ୍ ହରାଇ ୨୦୯ ରନ କରି ପାରିଛି। ଯଶସ୍ଵୀ ଜୟସ୍ଵାଲଙ୍କ ୫୦ ରନ ଓ ଧ୍ରୁବ ଜୁରେଲଙ୍କ ୫୩ ରନର ଇନିଂସ ବ୍ୟର୍ଥ ହୋଇଛି। ବୈଭବ ସୂର୍ଯ୍ୟବଂଶୀ ୪୦ ରନର ବିସ୍ଫୋରକ ଇନିଂସ ଖେଳିଛନ୍ତି। ମ୍ୟାଚ୍ ବେଶ ରୋମାଞ୍ଚକର ହୋଇଥିବା ବେଳେ ପଞ୍ଜାବ ଅଷ୍ଟମ ବିଜୟ ହାସଲ କରିଛି। ବୋଲିଂରେ ହ
ଜୟପୁର: ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରିବେ। ପାଓ୍ବାର ପ୍ଲେ ସହ ପ୍ରଥମ ୧୦ ଓଭରରେ ୧୦୦ରୁ ଅଧିକ ରନ କରିବେ। ଲାଗିବ ମ୍ୟାଚ୍ ସହଜରେ ଜିତିଯିବେ। କିନ୍ତୁ ମ୍ୟାଚ୍ ସରିଲା ବେଳକୁ ମ୍ୟାଚ୍ ହାରି ସାରିଥିବେ। ଏହା ହେଉଛି ରାଜସ୍ଥାନ ରୟାଲ୍ସର କାହାଣୀ। ଚଳିତ ଆଇପିଏଲ୍ରେ ଏମିତି ଅନେକ ମ୍ୟାଚ୍ରେ ରାଜସ୍ଥାନର ଏମିତି ସ୍ଥିତି ଦେଖିବାକୁ ମିଳିଛି। ଆଉ ଆଜି ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ୍ରେ ବି ଏମିତି ପରାଜୟ ଭୋଗିଛି ରାଜସ୍ଥାନ ରୟାଲ୍ସ। ଆଇପିଏଲ୍ ୨୦୨୫ର ୫୯ତମ ହାଇସ୍କୋରିଂ ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ୧୦ ରନରେ ରାଜସ୍ଥାନକୁ ହରାଇଛି। ବିଜୟ ସହ ପଞ୍ଜାବ ୧୭ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ଦ୍ଵିତୀୟ ସ୍ଥାନକୁ ଉଠି ଆଇପିଏଲର ପ୍ଲେ ଅଫ୍ର ଦ୍ଵାର ଦେଶରେ ପହଞ୍ଚିଛି। ଆଉ ଚଳିତ ସିଜିନରେ ରାଜସ୍ଥାନ ୧୦ମ ପରାଜୟ ଭୋଗିଛି।
ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ କିଙ୍ଗ୍ସ ନେହଲ ଓ୍ଵଧେରାଙ୍କ ୭୦ ରନ ଓ ଶଶାଙ୍କ ସିଂଙ୍କ ବିସ୍ଫୋରକ ୫୯ ରନ ବଳରେ ୫ ଓ୍ଵିକେଟ୍ ହରାଇ ୨୧୯ ରନର ବିଶାଳ ସ୍କୋର କରିଥିଲା। ଜବାବରେ ରାଜସ୍ଥାନ ବିଜୟ ଲକ୍ଷ୍ୟ ପିଛା କରି ୭ ଓ୍ଵିକେଟ୍ ହରାଇ ୨୦୯ ରନ କରି ପାରିଛି। ଯଶସ୍ଵୀ ଜୟସ୍ଵାଲଙ୍କ ୫୦ ରନ ଓ ଧ୍ରୁବ ଜୁରେଲଙ୍କ ୫୩ ରନର ଇନିଂସ ବ୍ୟର୍ଥ ହୋଇଛି। ବୈଭବ ସୂର୍ଯ୍ୟବଂଶୀ ୪୦ ରନର ବିସ୍ଫୋରକ ଇନିଂସ ଖେଳିଛନ୍ତି। ମ୍ୟାଚ୍ ବେଶ ରୋମାଞ୍ଚକର ହୋଇଥିବା ବେଳେ ପଞ୍ଜାବ ଅଷ୍ଟମ ବିଜୟ ହାସଲ କରିଛି। ବୋଲିଂରେ ହରପ୍ରୀତ ବ୍ରାର ୨୨ ରନ ଦେଇ ୩ ଓ୍ଵିକେଟ୍ ନେଇ ଦଳ ବିଜୟରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି।
Also read: କେବଳ ଧୋନୀଙ୍କ ପ୍ରଶଂସକ ଅସଲି, ବାକି ସବୁ ପେଡ୍ ? ଟାର୍ଗେଟ୍ କଲେ କୋହଲି ଫ୍ୟାନ୍
୨୨୦ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ରାଜସ୍ଥାନର ଦୁଇ ଓପନର ଯଶସ୍ଵୀ ଜୟସ୍ଵାଲ ଓ ବୈଭବ ସୂର୍ଯ୍ୟବଂଶୀ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଦୁଇ ବ୍ୟାଟର ମାତ୍ର ୪.୫ ଓଭରରେ ୭୬ ରନ ଯୋଡ଼ି ବିଜୟ ପାଇଁ ମୂଳଦୁଆ ପକାଇଥିଲେ। ସୂର୍ଯ୍ୟବଂଶୀ ୧୫ ବଲରୁ ୪ ଚୌକା ଓ ୪ ଛକା ସହ ୪୦ ରନ କରି ଆଉଟ୍ ହୋଇଥିଲେ। ଏହା ପରେ ଜୟସ୍ଵାଲ ୨୫ ବଲରୁ ୫୦ ରନ କରି ପାଭିଲିୟିନ ଫେରିଥିଲେ। ଦୁଇ ଓପନର ଆଉଟ୍ ହେବା ପରେ ରାଜସ୍ଥାନ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ହରାଇଥିଲା। ଅଧିନାୟକ ସଞ୍ଜୁ ସାମସନ ୨୦ ରନ, ରିୟାନ ପରାଗ ୧୩ ଓ ସିମରନ ହେଟମାୟର ୧୧ ରନ କରି ଆଉଟ୍ ହୋଇଥିଲେ। ଫଳରେ ଦଳ ବିଜୟଉଠୁ ଦୂରେଇ ଯାଇଥିଲା। ତେବେ ଧ୍ରୁବ ଜୁରେଲ ୫୩ ରନର ଇନିଂସ ଖେଳିଥିଲେ ହେଁ ତାହା ଦଳ ପାଇଁ ପର୍ଯ୍ୟାପ୍ତ ନ ଥିଲା। ଶେଷରେ ରାଜସ୍ଥାନ ୭ ଓ୍ଵିକେଟ୍ ହରାଇ ୨୦୯ ରନ କରି ପାରିଥିଲା।