IPL ଉପରେ ଜଳସଙ୍କଟର ପ୍ରଭାବ, ଟେନସେନରେ ବିସିସିଆଇ; ବେଙ୍ଗାଲୁରୁରେ କେମିତି ହେବ ମ୍ୟାଚ୍ ?

ବେଙ୍ଗାଲୁରୁ: ଗ୍ରୀଷ୍ମ ଋତୁ ଠିକରେ ଆସିନି ଫେବୃଆରୀ ମାସରୁ ହାଇଟେକ୍ ସହର ବେଙ୍ଗାଲୁରୁରେ ଜଳସଙ୍କଟ ଦେଖା ଦେଲାଣି। ମୁଖ୍ୟମନ୍ତ୍ରୀ ବାସଭବନରେ ବି ପାଣି ସମସ୍ୟା ଖବର ସାମ୍ନାକୁ ଆସି ସାରିଛି। ଲକ୍ଷ ଲକ୍ଷ ଲୋକ ପାଣି ମୁନ୍ଦେ ପାଇଁ ଡହଳ ବିକଳ  ହେଉଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)କୁ ନେଇ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଓ କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ସଂଘ(କେଏସସିଏ)ର ଚିନ୍ତା ବଢି ଯାଇଛି। କାରଣ ଆଉ କେଇଟା ଦିନ ପରେ ଆଇପିଏଲ୍ ଆରମ୍ଭ ହେବାକୁ ଯାଉଛି।ଆଇପିଏଲ୍ ୨୦୨୪ ସିଜିନର ୨୧ଟି ମ୍ୟାଚ୍‌ର ସିଡ୍ୟୁଲ୍ ଜାରି କରି ସାରିଛି ବିସିସିଆଇ। ଏଥିରୁ ୩ଟି ମ୍ୟାଚ୍ ବେଙ୍ଗାଲୁରୁର ଏମ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଖେଳାଯିବ। ପ୍ରଥମ ମ୍ୟାଚ୍ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଓ ପଞ୍ଜାବ କିଙ୍ଗ୍ସ(ପିବିକେଏସ) ମଧ୍ୟରେ ଖେଳାଯିବ। ତେବେ ଜଳସଙ୍କଟ କାରଣରୁ ବେଙ୍ଗାଲୁରୁରେ ମ୍ୟାଚ୍ ଖେଳାଯିବା ମୁସ୍କିଲ ଲାଗୁଛି।  ମ୍ୟାଚ୍ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦାବି ଉଠିଲାଣି। କିନ୍ତୁ କର୍ଣ୍ଣାଟକ କ୍ରିକେଟ୍ ଆସୋସିଏସନ ସ୍ପଷ୍ଟ କରିଛି ଯେ, ଜଳସଙ୍କଟର ପ୍ରଭାବ ଆଇପିଏଲର ପ୍ରାରମ୍ଭିକ ତିନି ମ୍ୟାଚ୍‌ରେ ପଡ଼ିବ ନାହିଁ। କାରଣ ଷ୍ଟାଡିୟମରେ ଥିବା ସିଓ୍ଵେଜ ସିଷ୍ଟମ ଯୋଗୁଁ ଆଉଟ୍‌ଫିଲ୍ଡ ଓ ପିଚ୍‌ରେ ପାଣି ଦେବାରେ କୌଣସି ସମସ୍ୟା ଉପଜୁବି ନାହିଁ।କେଏସସିଏର ମୁଖ୍ୟ କାର୍ଯ୍ୟକାରୀ ଶୁଭେନ୍ଦୁ ଘୋଷ କହିଛନ୍ତ

IPL ଉପରେ ଜଳସଙ୍କଟର ପ୍ରଭାବ, ଟେନସେନରେ ବିସିସିଆଇ; ବେଙ୍ଗାଲୁରୁରେ କେମିତି ହେବ ମ୍ୟାଚ୍ ?

ବେଙ୍ଗାଲୁରୁ: ଗ୍ରୀଷ୍ମ ଋତୁ ଠିକରେ ଆସିନି ଫେବୃଆରୀ ମାସରୁ ହାଇଟେକ୍ ସହର ବେଙ୍ଗାଲୁରୁରେ ଜଳସଙ୍କଟ ଦେଖା ଦେଲାଣି। ମୁଖ୍ୟମନ୍ତ୍ରୀ ବାସଭବନରେ ବି ପାଣି ସମସ୍ୟା ଖବର ସାମ୍ନାକୁ ଆସି ସାରିଛି। ଲକ୍ଷ ଲକ୍ଷ ଲୋକ ପାଣି ମୁନ୍ଦେ ପାଇଁ ଡହଳ ବିକଳ  ହେଉଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)କୁ ନେଇ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଓ କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ସଂଘ(କେଏସସିଏ)ର ଚିନ୍ତା ବଢି ଯାଇଛି। କାରଣ ଆଉ କେଇଟା ଦିନ ପରେ ଆଇପିଏଲ୍ ଆରମ୍ଭ ହେବାକୁ ଯାଉଛି।

ଆଇପିଏଲ୍ ୨୦୨୪ ସିଜିନର ୨୧ଟି ମ୍ୟାଚ୍‌ର ସିଡ୍ୟୁଲ୍ ଜାରି କରି ସାରିଛି ବିସିସିଆଇ। ଏଥିରୁ ୩ଟି ମ୍ୟାଚ୍ ବେଙ୍ଗାଲୁରୁର ଏମ ଚିନ୍ନାସ୍ଵାମୀ ଷ୍ଟାଡିୟମରେ ଖେଳାଯିବ। ପ୍ରଥମ ମ୍ୟାଚ୍ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆରସିବି) ଓ ପଞ୍ଜାବ କିଙ୍ଗ୍ସ(ପିବିକେଏସ) ମଧ୍ୟରେ ଖେଳାଯିବ। 

ତେବେ ଜଳସଙ୍କଟ କାରଣରୁ ବେଙ୍ଗାଲୁରୁରେ ମ୍ୟାଚ୍ ଖେଳାଯିବା ମୁସ୍କିଲ ଲାଗୁଛି।  ମ୍ୟାଚ୍ ଅନ୍ୟତ୍ର ସ୍ଥାନାନ୍ତର ପାଇଁ ଦାବି ଉଠିଲାଣି। କିନ୍ତୁ କର୍ଣ୍ଣାଟକ କ୍ରିକେଟ୍ ଆସୋସିଏସନ ସ୍ପଷ୍ଟ କରିଛି ଯେ, ଜଳସଙ୍କଟର ପ୍ରଭାବ ଆଇପିଏଲର ପ୍ରାରମ୍ଭିକ ତିନି ମ୍ୟାଚ୍‌ରେ ପଡ଼ିବ ନାହିଁ। କାରଣ ଷ୍ଟାଡିୟମରେ ଥିବା ସିଓ୍ଵେଜ ସିଷ୍ଟମ ଯୋଗୁଁ ଆଉଟ୍‌ଫିଲ୍ଡ ଓ ପିଚ୍‌ରେ ପାଣି ଦେବାରେ କୌଣସି ସମସ୍ୟା ଉପଜୁବି ନାହିଁ।

କେଏସସିଏର ମୁଖ୍ୟ କାର୍ଯ୍ୟକାରୀ ଶୁଭେନ୍ଦୁ ଘୋଷ କହିଛନ୍ତି, ବର୍ତ୍ତମାନ ଆମେ କୌଣସି ସଙ୍କଟର ସାମ୍ନା କରୁନୁ। ଆମେ ଜଳ ବ୍ୟବହାରକୁ ନେଇ ରାଜ୍ୟ ସରକାରଙ୍କଠୁ ସୂଚନା ପାଇଛୁ। ସରକାରଙ୍କ ଗାଇଡଲାଇନ୍‌ ପାଳନ ବିଷୟରେ ଲଗାତାର ଆଲୋଚନା କରୁଛୁ। ସିଓ୍ଵେଜ ସିଷ୍ଟମରେ ବର୍ତ୍ତମାନ ପର୍ଯ୍ୟାପ୍ତ ପାଣି ରହିଛି। ମ୍ୟାଚ୍‌ ପାଇଁ ଆବଶ୍ୟକ ଅନୁଯାୟୀ ପାଣି ବ୍ୟବହାର କରିବୁ।