IPL ଫାଇନାଲ ଜିତିବା ପରେ ମାଲିକଙ୍କୁ କେତେ ମିଳିଥାଏ ଟଙ୍କା? ଜାଣି ହେବେ ଆଶ୍ଚର୍ଯ୍ୟ
ନୂଆଦିଲ୍ଲୀ,୨୯।୫: ଇଣ୍ଡିଆନ ପ୍ରିମିୟର ଲିଗ (IPL) କେବଳ ଏକ କ୍ରିକେଟ ଟୁର୍ନାମେଣ୍ଟ ନୁହେଁ ବରଂ ଏକ ବଡ଼ ବ୍ୟବସାୟିକ ମଡେଲ ମଧ୍ୟ। ପ୍ରତିବର୍ଷ କୌଣସି ଦଳ ଫାଇନାଲ ଜିତିଥାଏ। ଏଥିରେ ଦଳର ମାଲିକମାନେ ଏହାର ଖେଳାଳି, ସହାୟକ କର୍ମଚାରୀ ଏବଂ ପ୍ରଶଂସକଙ୍କ ଖୁସି ଅପେକ୍ଷା ଏକ ବଡ଼ ଆର୍ଥିକ ସଫଳତା ପାଆନ୍ତି। କିନ୍ତୁ ପ୍ରଶ୍ନ ହେଉଛି IPL ଫାଇନାଲ ଜିତିବା ପାଇଁ ଦଳର ମାଲିକ କେତେ ଟଙ୍କା ପାଆନ୍ତି। ମିଡିଆ ରିପୋର୍ଟ ଅନୁସାରେ, ଏଥର ମଧ୍ୟ IPL […] The post IPL ଫାଇନାଲ ଜିତିବା ପରେ ମାଲିକଙ୍କୁ କେତେ ମିଳିଥାଏ ଟଙ୍କା? ଜାଣି ହେବେ ଆଶ୍ଚର୍ଯ୍ୟ appeared first on Dharitri Odia News.
ନୂଆଦିଲ୍ଲୀ,୨୯।୫: ଇଣ୍ଡିଆନ ପ୍ରିମିୟର ଲିଗ (IPL) କେବଳ ଏକ କ୍ରିକେଟ ଟୁର୍ନାମେଣ୍ଟ ନୁହେଁ ବରଂ ଏକ ବଡ଼ ବ୍ୟବସାୟିକ ମଡେଲ ମଧ୍ୟ। ପ୍ରତିବର୍ଷ କୌଣସି ଦଳ ଫାଇନାଲ ଜିତିଥାଏ। ଏଥିରେ ଦଳର ମାଲିକମାନେ ଏହାର ଖେଳାଳି, ସହାୟକ କର୍ମଚାରୀ ଏବଂ ପ୍ରଶଂସକଙ୍କ ଖୁସି ଅପେକ୍ଷା ଏକ ବଡ଼ ଆର୍ଥିକ ସଫଳତା ପାଆନ୍ତି। କିନ୍ତୁ ପ୍ରଶ୍ନ ହେଉଛି IPL ଫାଇନାଲ ଜିତିବା ପାଇଁ ଦଳର ମାଲିକ କେତେ ଟଙ୍କା ପାଆନ୍ତି।
ମିଡିଆ ରିପୋର୍ଟ ଅନୁସାରେ, ଏଥର ମଧ୍ୟ IPL ପୁରସ୍କାର ରାଶି ଗତ ସିଜନ ପରି ସମାନ, ଏଥିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ୨୦୨୪ରେ ଅନୁଷ୍ଠିତ IPLରେ ଚାମ୍ପିଅନ ଦଳକୁ ୨୦ କୋଟି ପୁରସ୍କାର ରାଶି ମିଳିଥିଲା। ଫାଇନାଲ ହାରିଥିବା ଦଳକୁ ୧୨.୪ କୋଟି ଟଙ୍କା ମିଳିଥିଲା। ତୃତୀୟ ସ୍ଥାନରେ ଥିବା ଦଳକୁ ୭ କୋଟି ଏବଂ ଚତୁର୍ଥ ସ୍ଥାନରେ ଥିବା ଦଳକୁ ୬.୫ କୋଟି ଟଙ୍କା ମିଳିଥିଲା। ଏହାସହ ମାଲିକମାନେ ମଧ୍ୟ ପ୍ରଚୁର ଅର୍ଥ ପାଆନ୍ତି।
ଅନେକ ରିପୋର୍ଟରେ ଉଲ୍ଲେଖ କରାଯାଇଛି, IPL ଦଳ ମାଲିକଙ୍କ ଆୟ କେବଳ ପୁରସ୍କାର ରାଶି ପର୍ଯ୍ୟନ୍ତ ସୀମିତ ନୁହେଁ, ଏଥିରେ ବିଜ୍ଞାପନରୁ ଆୟ ଅନ୍ତର୍ଭୁକ୍ତ। ଯେଉଁଥିରେ ଦଳର ଜର୍ସି, କିଟ ଏବଂ ଅନ୍ୟାନ୍ୟ ପ୍ରଚାର ସାମଗ୍ରୀରେ ବିଜ୍ଞାପନରୁ ଆୟ ହୁଏ। ମାଲିକମାନେ ଏହି ମ୍ୟାଚରୁ ହେଉଥିବା ରାଜସ୍ବରୁ ମଧ୍ୟ ପ୍ରଚୁର ଟଙ୍କା ପାଆନ୍ତି ସ। ଏହା ବ୍ୟତୀତ, ଟିକେଟ ବିକ୍ରି ମାଲିକମାନଙ୍କ ପାଇଁ ଆୟର ଏକ ବଡ଼ ଉତ୍ସ। ଏହା ସହିତ, ଟି-ଶର୍ଟ ଏବଂ ଅନ୍ୟାନ୍ୟ ସାମଗ୍ରୀ ଭଳି ଦଳ ସମ୍ବନ୍ଧୀୟ ଉତ୍ପାଦ ବିକ୍ରୟରୁ ମଧ୍ୟ ଆୟ ହୁଏ। BCCI IPL ରୁ ହେଉଥିବା ଆୟ ଉପରେ କୌଣସି ଟିକସ ଦିଏ ନାହିଁ, ଏହାର ଅଂଶ ମାଲିକ ଏବଂ BCCI ମଧ୍ୟରେ ବାଣ୍ଟି ଦିଆଯାଏ।
The post IPL ଫାଇନାଲ ଜିତିବା ପରେ ମାଲିକଙ୍କୁ କେତେ ମିଳିଥାଏ ଟଙ୍କା? ଜାଣି ହେବେ ଆଶ୍ଚର୍ଯ୍ୟ appeared first on Dharitri Odia News.