IPLର ପୂରା ସିଜିନ ଖେଳି ପାରନ୍ତି ଅଷ୍ଟ୍ରେଲିଆର ତାରକା ଖେଳାଳି, କେବଳ ବ୍ୟାଟିଂ କରିବେ ମାର୍ଶ
ନୂଆଦିଲ୍ଲୀ: ଆଉ କିଛି ଦିନ ପରେ ଆରମ୍ଭ ହେବ ବିଶ୍ଵର ଧର୍ଣ୍ଣାଢ୍ୟ ଟି-୨୦ ଲିଗ୍ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ର ୧୮ତମ ସଂସ୍କରଣ। ସବୁ ଫ୍ରାଞ୍ଚାଇଜ ନିଜ ନିଜର ପ୍ରସ୍ତୁତିକୁ ଜୋରଦାର କଲେଣି। ଏହା ମଧ୍ୟରେ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଆସିଛି ଖୁସିର ଖବର। ଏହାର କାରଣ ଅଷ୍ଟ୍ରେଲିଆର ତାରକା ଖେଳାଳି ଏଥର ପୁରା ସିଜିନ ଖେଳିବେ। ଅଷ୍ଟ୍ରେଲିଆ ଟି-୨୦ ଦଳର ଅଧିନାୟକ ମିଚେଲ୍ ମାର୍ଶ ୨୦୨୫ରେ ଜଣେ ବ୍ୟାଟର ଭାବେ ଖେଳିବେ। ବିଶେଷଜ୍ଞଙ୍କ ପରାମର୍ଶ୍ର କ୍ରମେ ଗତ କିଛି ସପ୍ତାହ ହେବ ସେ ବ୍ୟାଟିଂ ଅଭ୍ୟାସ କରୁଛନ୍ତି। ତାଙ୍କୁ ଆଇପିଏଲ୍ରେ କେବଳ ଜଣେ ବ୍ୟାଟର ଭାବେ ଖେଳିବାକୁ ଅନୁମତି ମିଳିଛି। ସେହିପରି ଷ୍ଟାର ବୋଲର ପାଟକମିନ୍ସ, ଜୋଶ ହେଜେଲଉଡ ଓ ମିଚେଲ ଷ୍ଟାର୍କ ଆଇପିଏଲ୍ ଜରିଆରେ ମଇଦାନକୁ ପ୍ରତ୍ୟାବର୍ତ୍ତନ କରିବେ। ଏହି ତିନି ଖେଳାଳି ଆହତ କାରଣରୁ ଚାମ୍ପିଅନ୍ସ ଟ୍ରଫି ଖେଳି ପାରି ନ ଥିଲେ।ମାର୍ଶଙ୍କୁ ଲକ୍ଷ୍ନୌ ସୁପର ଜାଏଣ୍ଟସ ନିଲାମରେ ୩.୪୦ କୋଟି ଟଙ୍କା ଖର୍ଚ୍ଚ କରି ନିଜ ଦଳରେ ସାମିଲ କରିଛି। ଏହି ଅଲରାଉଣ୍ଡର ଖେଳାଳି ମାର୍ଚ୍ଚ ୧୮ ତାରିଖରେ ଏଲଏସଜି ଦଳରେ ଯୋଗ ଦେଇ ପାରନ୍ତି। ଗତ ବର୍ଷ ସେପ୍ଟେମ୍ବରରେ ଇଂଲଣ୍ଡ ଗସ୍ତରେ ମିଚେଲ୍ ମାର୍ଶଙ୍କ ଡିସ୍କ ସମ୍ବନ୍ଧିତ ସମସ୍ୟା ଉପୁଜିଥିଲା। ଫଳରେ ଶ୍ରୀଲଙ୍କା ବିପକ୍ଷ ସିରିଜ୍ ଓ ଚାମ୍ପିଅନ୍ସ ଟ୍ରଫିରୁ ତାଙ୍କୁ ବାଦ୍ ଦିଆଯାଇଥିଲା। ସେ ଫେବୃଆରୀ ଆରମ୍ଭରେ ବିଶେଷଜ୍ଞଙ୍
ନୂଆଦିଲ୍ଲୀ: ଆଉ କିଛି ଦିନ ପରେ ଆରମ୍ଭ ହେବ ବିଶ୍ଵର ଧର୍ଣ୍ଣାଢ୍ୟ ଟି-୨୦ ଲିଗ୍ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ର ୧୮ତମ ସଂସ୍କରଣ। ସବୁ ଫ୍ରାଞ୍ଚାଇଜ ନିଜ ନିଜର ପ୍ରସ୍ତୁତିକୁ ଜୋରଦାର କଲେଣି। ଏହା ମଧ୍ୟରେ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଆସିଛି ଖୁସିର ଖବର। ଏହାର କାରଣ ଅଷ୍ଟ୍ରେଲିଆର ତାରକା ଖେଳାଳି ଏଥର ପୁରା ସିଜିନ ଖେଳିବେ।
ଅଷ୍ଟ୍ରେଲିଆ ଟି-୨୦ ଦଳର ଅଧିନାୟକ ମିଚେଲ୍ ମାର୍ଶ ୨୦୨୫ରେ ଜଣେ ବ୍ୟାଟର ଭାବେ ଖେଳିବେ। ବିଶେଷଜ୍ଞଙ୍କ ପରାମର୍ଶ୍ର କ୍ରମେ ଗତ କିଛି ସପ୍ତାହ ହେବ ସେ ବ୍ୟାଟିଂ ଅଭ୍ୟାସ କରୁଛନ୍ତି। ତାଙ୍କୁ ଆଇପିଏଲ୍ରେ କେବଳ ଜଣେ ବ୍ୟାଟର ଭାବେ ଖେଳିବାକୁ ଅନୁମତି ମିଳିଛି। ସେହିପରି ଷ୍ଟାର ବୋଲର ପାଟକମିନ୍ସ, ଜୋଶ ହେଜେଲଉଡ ଓ ମିଚେଲ ଷ୍ଟାର୍କ ଆଇପିଏଲ୍ ଜରିଆରେ ମଇଦାନକୁ ପ୍ରତ୍ୟାବର୍ତ୍ତନ କରିବେ। ଏହି ତିନି ଖେଳାଳି ଆହତ କାରଣରୁ ଚାମ୍ପିଅନ୍ସ ଟ୍ରଫି ଖେଳି ପାରି ନ ଥିଲେ।
ମାର୍ଶଙ୍କୁ ଲକ୍ଷ୍ନୌ ସୁପର ଜାଏଣ୍ଟସ ନିଲାମରେ ୩.୪୦ କୋଟି ଟଙ୍କା ଖର୍ଚ୍ଚ କରି ନିଜ ଦଳରେ ସାମିଲ କରିଛି। ଏହି ଅଲରାଉଣ୍ଡର ଖେଳାଳି ମାର୍ଚ୍ଚ ୧୮ ତାରିଖରେ ଏଲଏସଜି ଦଳରେ ଯୋଗ ଦେଇ ପାରନ୍ତି। ଗତ ବର୍ଷ ସେପ୍ଟେମ୍ବରରେ ଇଂଲଣ୍ଡ ଗସ୍ତରେ ମିଚେଲ୍ ମାର୍ଶଙ୍କ ଡିସ୍କ ସମ୍ବନ୍ଧିତ ସମସ୍ୟା ଉପୁଜିଥିଲା। ଫଳରେ ଶ୍ରୀଲଙ୍କା ବିପକ୍ଷ ସିରିଜ୍ ଓ ଚାମ୍ପିଅନ୍ସ ଟ୍ରଫିରୁ ତାଙ୍କୁ ବାଦ୍ ଦିଆଯାଇଥିଲା। ସେ ଫେବୃଆରୀ ଆରମ୍ଭରେ ବିଶେଷଜ୍ଞଙ୍କ ପରାମର୍ଶକ୍ରମେ ବିଶ୍ରାମ ନେବାକୁ ନିଷ୍ପତ୍ତି ନେଇଥିଲେ।
Also read: ଦ୍ରାବିଡଙ୍କ ଇଚ୍ଛାଶକ୍ତିକୁ ସମ୍ମାନ, ନିଜେ ଚାଲିବାକୁ ଅସମର୍ଥ, ହେଲେ କୋଚିଂ ଦେବାକୁ ଆଗଭର..
ଗତ ତିନୋଟି ସିଜିନରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳିଥିବା ମିଚେଲ୍ ମାର୍ଶଙ୍କ ୨୦୨୪ ଆରମ୍ଭରେ ମାଂସପେଶୀ ଟାଣି ଧରିଥିଲା। ସେ ୨୦୨୪ ଟି-୨୦ ବିଶ୍ଵକପ୍ରେ ଦଳ ପକ୍ଷରୁ ପ୍ରତିନିଧିତ୍ଵ କରିଥିଲେ। ଏହା ପୂର୍ବରୁ ମାର୍ଶ ସନରାଇଜର୍ସ ହାଇଦ୍ରାବାଦ, ରାଇଜିଂ ପୁଣେ ସୁପର ଜାଏଣ୍ଟସ, ପୁଣେ ଓ୍ଵାରିୟର୍ସ ଓ ଡେକ୍କନ ଚାର୍ଜର୍ସ ପକ୍ଷରୁ ଖେଳି ସାରିଛନ୍ତି।
ଅନ୍ୟପଟେ ଅଷ୍ଟ୍ରେଲିଆର ଟେଷ୍ଟ ଅଧିନାୟକ ପାଟ୍ କମିନ୍ସ, ମିଚେଲ୍ ଷ୍ଟାର୍କ ଓ ଜୋଶ ହେଜେଲଉଡ ଆଇପିଏଲ୍ ଜରିଆରେ ପୁଣି ଥରେ ମଇଦାନକୁ ପ୍ରତ୍ୟାବର୍ତ୍ତନ କରିବେ। କମିନ୍ସ ହାଇଦ୍ରାବାଦର ନେତୃତ୍ଵ ନେଉଥିବା ବେଳେ ଷ୍ଟାର୍କ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ହେଜେଲଉଡ ଆରସିବି ପକ୍ଷରୁ ଖେଳିବେ।