IPLର ବାକି ମ୍ୟାଚ୍ ନ ଖେଳନ୍ତୁ ଯଶପ୍ରୀତ ବୁମରା, ଏମିତି କାହିଁକି କହିଲେ ପୂର୍ବତନ କ୍ରିକେଟର
ନୂଆଦିଲ୍ଲୀ: କୋଲକାତା ନାଇଟ୍ ରାଇଡର୍ସ ଗତକାଲି ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ତାରି ଘରେ ୨୪ ରନରେ ହରାଇଛି। ଏହି ପରାଜୟ ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ଵାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ ଅଫ ଦୌଡ଼ରୁ ବାଦ୍ ପଡ଼ିଛି। ଏହି ମ୍ୟାଚ୍ପରେ ଭାରତୀୟ ଦଳର ପୂର୍ବତନ ଖେଳାଳି ଓ୍ଵାସିମ ଜାଫର ବଡ଼ ମନ୍ତବ୍ୟ ଦେଇଛନ୍ତି। ଆଇପିଏଲ୍ର ଆଗାମୀ ମ୍ୟାଚ୍ରେ ଯଶପ୍ରୀତ ବୁମରା ନ ଖେଳନ୍ତୁ ବୋଲି ସେ କହିଛନ୍ତି। କୋଲକାତା ବିପକ୍ଷ ମୁକାବିଲାରେ ବୁମରା ୩.୫ ଓଭରରେ ୧୮ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। ଏବେ ବୁମରା ୧୧ ମ୍ୟାଚ୍ରେ ୧୭ ଓ୍ଵିକେଟ୍ ଅକ୍ତିକାର କରି ପର୍ପଲ କ୍ୟାପ୍ ଦୌଡ଼ରେ ସବୁଠୁ ଆଗରେ ରହିଛନ୍ତି। Also read: ଟି-୨୦ ବିଶ୍ୱକପ୍: ୧୪ ବର୍ଷ ହେଲା ଟ୍ରଫି ଅପେକ୍ଷାରେ ଭାରତୀୟ ଟିମ୍ଓ୍ଵାସିମ ଜାଫର କହିଛନ୍ତି, ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ ଅଫ୍ ଦୌଡ଼ରୁ ବାଦ୍ ପଡ଼ି ସାରିଥିବାରୁ ବୁମରାଙ୍କୁ ଆଗାମୀ ମ୍ୟାଚ୍ ଖେଳିବା ଉଚିତ୍ ନୁହେଁ। କାରଣ ଅଳ୍ପ ଦିନରେ ଟି-୨୦ ବିଶ୍ଵକପ୍ ଆରମ୍ଭ ହେବାକୁ ଯାଉଛି। ଯଦି ବିଶ୍ଵକପ୍ ପୂର୍ବରୁ ବୁମରାଙ୍କୁ ବିଶ୍ରାମ ଦିଆଯାଏ ତେବେ ବିଶ୍ଵକପ୍ରେ ଭାରତୀୟ ଦଳକୁ ଫାଇଦା ମିଳିବ। ମୁମ୍ବାଇର ପ୍ଲେ ଅଫ୍ ଖେଳିବା ଆଶା ଧୂଳିସାତ ହୋଇ ସାରି ଥିବାରୁ ବୁମରାଙ୍କୁ ଆରାମ ଦିଆଯାଉ ବୋଲି ଜାଫର କହିଛନ୍ତି। କାରଣ ବୁମରା ଟି-୨୦ ବିଶ୍ଵକପ୍ରେ ଭାରତ ପାଇଁ ଟ୍ରମ୍ପ କାର୍ଡ ସାବ୍ୟସ୍ତ ହେବେ।ଉଲ୍ଲେଖନୀୟ ଚଳିତ ସ
ନୂଆଦିଲ୍ଲୀ: କୋଲକାତା ନାଇଟ୍ ରାଇଡର୍ସ ଗତକାଲି ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସକୁ ତାରି ଘରେ ୨୪ ରନରେ ହରାଇଛି। ଏହି ପରାଜୟ ପରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ଵାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ ଅଫ ଦୌଡ଼ରୁ ବାଦ୍ ପଡ଼ିଛି। ଏହି ମ୍ୟାଚ୍ପରେ ଭାରତୀୟ ଦଳର ପୂର୍ବତନ ଖେଳାଳି ଓ୍ଵାସିମ ଜାଫର ବଡ଼ ମନ୍ତବ୍ୟ ଦେଇଛନ୍ତି। ଆଇପିଏଲ୍ର ଆଗାମୀ ମ୍ୟାଚ୍ରେ ଯଶପ୍ରୀତ ବୁମରା ନ ଖେଳନ୍ତୁ ବୋଲି ସେ କହିଛନ୍ତି। କୋଲକାତା ବିପକ୍ଷ ମୁକାବିଲାରେ ବୁମରା ୩.୫ ଓଭରରେ ୧୮ ରନ ଦେଇ ୩ଟି ଓ୍ଵିକେଟ୍ ନେଇଛନ୍ତି। ଏବେ ବୁମରା ୧୧ ମ୍ୟାଚ୍ରେ ୧୭ ଓ୍ଵିକେଟ୍ ଅକ୍ତିକାର କରି ପର୍ପଲ କ୍ୟାପ୍ ଦୌଡ଼ରେ ସବୁଠୁ ଆଗରେ ରହିଛନ୍ତି।
Also read: ଟି-୨୦ ବିଶ୍ୱକପ୍: ୧୪ ବର୍ଷ ହେଲା ଟ୍ରଫି ଅପେକ୍ଷାରେ ଭାରତୀୟ ଟିମ୍
ଓ୍ଵାସିମ ଜାଫର କହିଛନ୍ତି, ମୁମ୍ବାଇ ଇଣ୍ଡିଆନ୍ସ ପ୍ଲେ ଅଫ୍ ଦୌଡ଼ରୁ ବାଦ୍ ପଡ଼ି ସାରିଥିବାରୁ ବୁମରାଙ୍କୁ ଆଗାମୀ ମ୍ୟାଚ୍ ଖେଳିବା ଉଚିତ୍ ନୁହେଁ। କାରଣ ଅଳ୍ପ ଦିନରେ ଟି-୨୦ ବିଶ୍ଵକପ୍ ଆରମ୍ଭ ହେବାକୁ ଯାଉଛି। ଯଦି ବିଶ୍ଵକପ୍ ପୂର୍ବରୁ ବୁମରାଙ୍କୁ ବିଶ୍ରାମ ଦିଆଯାଏ ତେବେ ବିଶ୍ଵକପ୍ରେ ଭାରତୀୟ ଦଳକୁ ଫାଇଦା ମିଳିବ। ମୁମ୍ବାଇର ପ୍ଲେ ଅଫ୍ ଖେଳିବା ଆଶା ଧୂଳିସାତ ହୋଇ ସାରି ଥିବାରୁ ବୁମରାଙ୍କୁ ଆରାମ ଦିଆଯାଉ ବୋଲି ଜାଫର କହିଛନ୍ତି। କାରଣ ବୁମରା ଟି-୨୦ ବିଶ୍ଵକପ୍ରେ ଭାରତ ପାଇଁ ଟ୍ରମ୍ପ କାର୍ଡ ସାବ୍ୟସ୍ତ ହେବେ।
ଉଲ୍ଲେଖନୀୟ ଚଳିତ ସଂସ୍କରଣରେ ଯଶପ୍ରୀତ ବୁମରା ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ ଏ ପର୍ଯ୍ୟନ୍ତ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ୧୧ ମ୍ୟାଚ୍ରୁ ୧୬.୧୨ ହାରର ୧୭ ଓ୍ଵିକେଟ୍ ଅକ୍ତିକାର କରିଛନ୍ତି।କିନ୍ତୁ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି। ଦଳ ୧୧ଟି ମ୍ୟାଚ୍ରୁ କେବଳ ୩ଟି ମ୍ୟାଚ୍ ଜିତିଥିବା ବେଳେ ୮ଟିରେ ପରାଜିତ ହୋଇଛି।