IPLରେ ଦମ୍‌ ଦେଖାଇବେ CSKର ଯୁବ ପ୍ଲେୟାର, ଜାଣନ୍ତୁ କିଏ କିଏ ଅଛନ୍ତି ଲିଷ୍ଟରେ ?

ନୂଆଦିଲ୍ଲୀ ୧୭।୦୩: ରୋମାଞ୍ଚକର ହେବ IPL-୨୦୨୪ । ଦମ୍‌ ଦେଖାଇବାକୁ ତେୟର ସବୁ ଟିମ୍‌ । ଚଳିତଥର ବି ଟାଇଟେଲ୍‌ ହାତେଇବାକୁ ଅଣ୍ଟା ଭିଡିଛି ୫ଥରର ବିଜେତା CSK । ଚଳିତ ସିଜିନ୍‌ରେ ବିପକ୍ଷ ଟିମ୍‌ ପାଇଁ ଘାତକ ହେବେ ଟିମ୍‌ର ଯୁବ ପ୍ଲେୟାର । ପୂର୍ବରୁ ଅଜିଙ୍କ୍ୟ ରାହାଣେ, ଋତୁରାଜ ଗାଏକ୍ବାଡ୍‌ ଏବଂ ଡେଭନ୍‌ କନ୍ଓ୍ବେ ପରି ଦମ୍‌ଦାର୍‌ ବ୍ୟାଟ୍ସମ୍ୟାନ୍ ଟିମ୍‌ ପାଖରେ ଅଛନ୍ତି । କିନ୍ତୁ ୨୦୨୪ ଆଇପିଏଲ୍‌ରେ ସମସ୍ତଙ୍କ ନଜର ଟିମ୍‌ର ଯୁବ ପ୍ଲେୟାରଙ୍କ ଉପରେ ରହିବ । ଆସନ୍ତୁ ଜାଣିବା CSKର ସେହି ଯୁବ ଖେଳାଳୀଙ୍କ ବିଷୟରେ ଯିଏକି ୨୦୨୪ IPLରେ ଦେଖାଇବେ ଜଲଓ୍ବା ।  ଲିଷ୍ଟର ପ୍ରଥମରେ ଅଛନ୍ତି ଯୁବ ପ୍ଲେୟାର ରଚିନ୍‌ ରବିନ୍ଦ୍ର । ସେ ଆଇସିସି ODI କ୍ରିକେଟ୍ ବିଶ୍ୱକପ୍ ୨୦୨୩ ସମୟରେ ପ୍ରଥମେ ଲାଇମଲାଇଟ୍କୁ ଆସିଥିଲେ । ରଚିନ୍‌ ରବିନ୍ଦ୍ର ନ୍ୟୁଜିଲ୍ୟାଣ୍ଡ ପ୍ଲେୟାର ଅଟନ୍ତି । କିନ୍ତୁ ସେ ମୂଳତଃ ଭାରତର ବାସିନ୍ଦା । ବିଶ୍ୱକପରେ ୧୦ଟି ମ୍ୟାଚ୍ ଖେଳି ୫୭୮ ରନ୍ ସ୍କୋର କରିଥିଲେ ରଚିନ୍‌ । ଯେଉଁଥିରେ ୩ଟି ଶତକ ମଧ୍ୟ ସାମିଲ ରହିଛି । ୨୪ ବର୍ଷିୟ ରଚିନଙ୍କୁ ୧.୮ କୋଟିରେ କିଣିଛି CSK ।  ରବିନ୍ଦ୍ର ତାଙ୍କ ଟେଷ୍ଟ କ୍ୟାରିୟରରେ ଏପର୍ଯ୍ୟନ୍ତ ୬ଟି ମ୍ୟାଚ୍ ଖେଳି ୪୩୩ ରନ୍‌ କରିବା ସହ ୧୦ଟି ଓ୍ବିକେଟ ନେଇଛନ୍ତି । ସେପଟେ ୨୫ଟି ODI ମ୍ୟାଚରେ ୮୨୦ ରନ୍ ସ୍କୋର କରିବା ବ୍ୟତୀତ ସେ ୧୮ଟି ୱିକେଟ୍ ନେଇଛନ୍ତି । ରବିନ୍ଦ୍ରଙ୍କ ଏହି ଅଲରାଉଣ

IPLରେ ଦମ୍‌ ଦେଖାଇବେ CSKର ଯୁବ ପ୍ଲେୟାର, ଜାଣନ୍ତୁ କିଏ କିଏ ଅଛନ୍ତି ଲିଷ୍ଟରେ ?

ନୂଆଦିଲ୍ଲୀ ୧୭।୦୩: ରୋମାଞ୍ଚକର ହେବ IPL-୨୦୨୪ । ଦମ୍‌ ଦେଖାଇବାକୁ ତେୟର ସବୁ ଟିମ୍‌ । ଚଳିତଥର ବି ଟାଇଟେଲ୍‌ ହାତେଇବାକୁ ଅଣ୍ଟା ଭିଡିଛି ୫ଥରର ବିଜେତା CSK । ଚଳିତ ସିଜିନ୍‌ରେ ବିପକ୍ଷ ଟିମ୍‌ ପାଇଁ ଘାତକ ହେବେ ଟିମ୍‌ର ଯୁବ ପ୍ଲେୟାର । ପୂର୍ବରୁ ଅଜିଙ୍କ୍ୟ ରାହାଣେ, ଋତୁରାଜ ଗାଏକ୍ବାଡ୍‌ ଏବଂ ଡେଭନ୍‌ କନ୍ଓ୍ବେ ପରି ଦମ୍‌ଦାର୍‌ ବ୍ୟାଟ୍ସମ୍ୟାନ୍ ଟିମ୍‌ ପାଖରେ ଅଛନ୍ତି । କିନ୍ତୁ ୨୦୨୪ ଆଇପିଏଲ୍‌ରେ ସମସ୍ତଙ୍କ ନଜର ଟିମ୍‌ର ଯୁବ ପ୍ଲେୟାରଙ୍କ ଉପରେ ରହିବ । ଆସନ୍ତୁ ଜାଣିବା CSKର ସେହି ଯୁବ ଖେଳାଳୀଙ୍କ ବିଷୟରେ ଯିଏକି ୨୦୨୪ IPLରେ ଦେଖାଇବେ ଜଲଓ୍ବା । 

 ଲିଷ୍ଟର ପ୍ରଥମରେ ଅଛନ୍ତି ଯୁବ ପ୍ଲେୟାର ରଚିନ୍‌ ରବିନ୍ଦ୍ର । ସେ ଆଇସିସି ODI କ୍ରିକେଟ୍ ବିଶ୍ୱକପ୍ ୨୦୨୩ ସମୟରେ ପ୍ରଥମେ ଲାଇମଲାଇଟ୍କୁ ଆସିଥିଲେ । ରଚିନ୍‌ ରବିନ୍ଦ୍ର ନ୍ୟୁଜିଲ୍ୟାଣ୍ଡ ପ୍ଲେୟାର ଅଟନ୍ତି । କିନ୍ତୁ ସେ ମୂଳତଃ ଭାରତର ବାସିନ୍ଦା । ବିଶ୍ୱକପରେ ୧୦ଟି ମ୍ୟାଚ୍ ଖେଳି ୫୭୮ ରନ୍ ସ୍କୋର କରିଥିଲେ ରଚିନ୍‌ । ଯେଉଁଥିରେ ୩ଟି ଶତକ ମଧ୍ୟ ସାମିଲ ରହିଛି । ୨୪ ବର୍ଷିୟ ରଚିନଙ୍କୁ ୧.୮ କୋଟିରେ କିଣିଛି CSK ।  ରବିନ୍ଦ୍ର ତାଙ୍କ ଟେଷ୍ଟ କ୍ୟାରିୟରରେ ଏପର୍ଯ୍ୟନ୍ତ ୬ଟି ମ୍ୟାଚ୍ ଖେଳି ୪୩୩ ରନ୍‌ କରିବା ସହ ୧୦ଟି ଓ୍ବିକେଟ ନେଇଛନ୍ତି । ସେପଟେ ୨୫ଟି ODI ମ୍ୟାଚରେ ୮୨୦ ରନ୍ ସ୍କୋର କରିବା ବ୍ୟତୀତ ସେ ୧୮ଟି ୱିକେଟ୍ ନେଇଛନ୍ତି । ରବିନ୍ଦ୍ରଙ୍କ ଏହି ଅଲରାଉଣ୍ଡର ପ୍ରଦର୍ଶନ ତାଙ୍କୁ ଆଇପିଏଲ୍ ୨୦୨୪ରେ CSKର ଷ୍ଟାର୍ ପ୍ଲେୟାର୍ କରିପାରେ । 

ଦ୍ବିତୀୟରେ ଅଛନ୍ତି  ସମୀର ରିଜଭି । ସମୀର IPL-୨୦୨୪ ନିଲାମର ସବୁଠାରୁ ମହଙ୍ଗା ଖେଳାଳୀ ଥିଲେ, ଯିଏକି ଏପର୍ଯ୍ୟନ୍ତ କୌଣସି ବି ଅନ୍ତର୍ଜାତୀୟ କ୍ରିକେଟ୍ ଖେଳି ନାହାଁନ୍ତି । ଚେନ୍ନାଇ ସୁପର କିଙ୍ଗ୍ସ ତାଙ୍କୁ ୮.୪ କୋଟିରେ କିଣି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସମୀର ସୟଦ ମୁସତକ ଅଲି ଟ୍ରଫି ୨୦୨୩-୨୪ରେ ଆସିଥିଲେ ଚର୍ଚ୍ଚାକୁ । ନିଜର  ଉତ୍କୃଷ୍ଟ ବ୍ୟାଟିଂରେ ୟୁପି ପାଇଁ କରିଥିଲେ ସର୍ବାଧିକ ରନ୍ ସ୍କୋର । ସମୀର ଏହି ଟୁର୍ନାମେଣ୍ଟରେ ୭ଟି ମ୍ୟାଚ୍ ଖେଳି ହାରାହାରି ୨୭୭ ରନ୍ କରିଥିଲେ ।  ଏହାବ୍ୟତୀତ ସେ ୟୁପି ଟି-20 ଲିଗରେ ମଧ୍ୟ ଭଲ ପ୍ରଦର୍ଶନ କରିଛନ୍ତି । ଯେଉଁଠାରେ ସେ ୧୦ଟି ମ୍ୟାଚରେ ୪୫୫ରନ୍ ସଂଗ୍ରହ କରିଛନ୍ତି । ତେବେ ୨୦୨୪ ଆଇପିଏଲ୍‌ରେ ମଧ୍ୟ ସମାନ ପ୍ରଦର୍ଶନର ଆଶା ରଖିବ CSK । 

ଯୁବ ପ୍ଲେୟର୍‌ଙ୍କ ଲିଷ୍ଟର ତୃତୀୟରେ ରହିଛି ଅବନୀଶ ରାଓ ଅରାବେଲି । CSK ୨୦୨୪ IPL ପାଇଁ ତାଙ୍କୁ ୨୦ ଲକ୍ଷ ବେସ୍‌ ପ୍ରାଇସ୍‌ରେ କିଣିଛି । ଅବନୀଶ ଅଣ୍ଡର-୧୯ କ୍ରିକେଟ୍ ବିଶ୍ୱକପରେ ଟିମ୍‌ ଇଣ୍ଡିଆ ପାଇଁ ଖେଳୁଥିବା ନଜର ଆସିଥିଲେ । କିନ୍ତୁ ସେ କିଛି ଖାସ୍‌ ପ୍ରଦର୍ଶନ କରିପାରି ନଥିଲେ । ଏହାପୂର୍ବରୁ ସେ ଜୁନିୟର ଲେଭଲ୍‌ କ୍ରିକେଟରେ ଖେଳାଯାଇଥିବା ୧୮୩ ରନ୍ ଇନିଂସ୍‌ ଖେଳି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଅବନୀଶ ଜଣେ ୱିକେଟ୍ କିପର ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ଟିମ୍‌ରେ ସେ ମହେନ୍ଦ୍ର ସିଂ ଧୋନିଙ୍କଠାରୁ ବହୁତ କିଛି ଶିଖିପାରିବେ। ତେବେ ଦେଖିବାକୁ ବାକି ରହିଲା ଏହି ଖେଳାଳୀ ମାନେ IPL-୨୦୨୪ରେ କେମିତି ପ୍ରଦର୍ଶନ କରୁଛନ୍ତି...