IPLରେ ହଙ୍ଗାମା: GT vs PBKS ମ୍ୟାଚ୍‌ରେ ମୁହାଁମୁହିଁ ହେଲେ ୨ ଶର୍ମା, Video

ନୂଆଦିଲ୍ଲୀ,୧୯।୪: କ୍ରିକେଟ ମ୍ୟାଚ୍‌ରେ ଖେଳାଳିମାନଙ୍କ ମଧ୍ୟରେ କଥା କଟାକଟି ହେବା ସାଧାରଣ କଥା। IPL ଭଳି ଟୁର୍ନାମେଣ୍ଟରେ ଏଭଳି ଘଟଣା ଅନେକ ଥର ଘଟିଛି। ଅହମ୍ମଦାବାଦରେ ଖେଳାଯାଇଥିବା ଗୁଜରାଟ ଟାଇଟାନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଦୁଇ ଶର୍ମା ପରସ୍ପର ସହିତ ମୁହାଁମୁହିଁ ହୋଇଥିଲେ। ସେମାନେ ହେଲେ ଈଶାନ୍ତ ଶର୍ମା ଏବଂ ଆଶୁତୋଷ ଶର୍ମା। ଶନିବାର ଏପ୍ରିଲ ୧୯ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉଭୟ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚ୍‌ରେ ଦିଲ୍ଲୀ […] The post IPLରେ ହଙ୍ଗାମା: GT vs PBKS ମ୍ୟାଚ୍‌ରେ ମୁହାଁମୁହିଁ ହେଲେ ୨ ଶର୍ମା, Video appeared first on Dharitri Odia News.

IPLରେ ହଙ୍ଗାମା: GT vs PBKS ମ୍ୟାଚ୍‌ରେ ମୁହାଁମୁହିଁ ହେଲେ ୨ ଶର୍ମା, Video

ନୂଆଦିଲ୍ଲୀ,୧୯।୪: କ୍ରିକେଟ ମ୍ୟାଚ୍‌ରେ ଖେଳାଳିମାନଙ୍କ ମଧ୍ୟରେ କଥା କଟାକଟି ହେବା ସାଧାରଣ କଥା। IPL ଭଳି ଟୁର୍ନାମେଣ୍ଟରେ ଏଭଳି ଘଟଣା ଅନେକ ଥର ଘଟିଛି। ଅହମ୍ମଦାବାଦରେ ଖେଳାଯାଇଥିବା ଗୁଜରାଟ ଟାଇଟାନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ଦୁଇ ଶର୍ମା ପରସ୍ପର ସହିତ ମୁହାଁମୁହିଁ ହୋଇଥିଲେ। ସେମାନେ ହେଲେ ଈଶାନ୍ତ ଶର୍ମା ଏବଂ ଆଶୁତୋଷ ଶର୍ମା।

ଶନିବାର ଏପ୍ରିଲ ୧୯ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉଭୟ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରିଥିଲା। ଏହାର ବ୍ୟାଟ୍ସମ୍ୟାନମାନେ ଚମତ୍କାର ପ୍ରଦର୍ଶନ କରି ଦଳକୁ ଏକ ଭଲ ସ୍କୋରରେ ପହଞ୍ଚାଇଥିଲେ। ଆଶୁତୋଷ ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିଲେ, ଯିଏ ଶେଷ ଓଭରରେ ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। କିନ୍ତୁ ଏହି ସମୟରେ ଇଶାନ୍ତ ଶର୍ମାଙ୍କ ଗୋଟିଏ ବଲ୍‌ରେ କିଛି ଏଭଳି ଘଟିଥିଲା, ଯାହାକୁ ନେଇ ଗୁଜରାଟ ଟାଇଟାନ୍ସର ଦ୍ରୁତ ବୋଲର ରାଗି ଯାଇଥିଲେ।

ଘଟଣାଟି ଦିଲ୍ଲୀ ଇନିଂସର ୧୯ତମ ଓଭରରେ ଘଟିଥିଲା। ଏହି ଓଭରର ଚତୁର୍ଥ ବଲ୍‌ରେ ଈଶାନ୍ତ ବ୍ୟାଟ୍ସମ୍ୟାନ ଡୋଭୋଭାନ ଫେରିରାଙ୍କୁ ଆଉଟ୍‌ କରିଥିଲେ। ତା’ପରେ ଓଭରର ଶେଷ ବଲରେ ଆଶୁତୋଷ ଶର୍ମାଙ୍କ ବିରୋଧରେ କ୍ୟାଚ୍‌ ପାଇଁ ଅପିଲ କରାଯାଇଥିଲା କିନ୍ତୁ ଅମ୍ପାୟାର ଏହାକୁ ନଟ୍‌ ଆଉଟ୍‌ ଘୋଷଣା କରିଥିଲେ। ଗୁଜରାଟ ସମସ୍ତ ରିଭ୍ୟୁ ଶେଷ ହୋଇଥିବାରୁ ଏଥିରେ DRS ନେଇପାରି ନ ଥିଲା। ଏପରି ପରିସ୍ଥିତିରେ ଈଶାନ୍ତ ନିଜ ଭାବନାକୁ ନିୟନ୍ତ୍ରଣ କରିପାରି ନ ଥିଲେ। ସିଧା ଆଶୁତୋଷଙ୍କ ନିକଟକୁ ଯାଇ ତାଙ୍କ ଆଡ଼କୁ ଆଙ୍ଗୁଠି ଦେଖାଇ ରାଗରେ କିଛି କହିଥିିଲେ।

ଏତେ ସବୁ ପରେ ବି ଆଶୁତୋଷ ନ ରାଗି ବରିଷ୍ଠ ଖେଳାଳିଙ୍କୁ ସମ୍ମାନ ଦେଇ ଶାନ୍ତ ରହିଥିଲେ। ସେ କେବଳ ଈଶାନ୍ତଙ୍କୁ ଦେଖାଇଥିଲେ ଯେ ବଲ୍‌ଟି ତାଙ୍କ ବ୍ୟାଟରେ ବାଜି ନାହିଁ ବରଂ ତାଙ୍କ କାନ୍ଧରେ ବାଜିଛି ଏବଂ ଉଇକେଟକିପରଙ୍କ ପାଖକୁ ଯାଇଛି। ଆଶ୍ୱସ୍ତିର କଥା ଏହି ଯେ ଏହି ମାମଲା ଅଧିକ ସମୟ ପର୍ଯ୍ୟନ୍ତ ଲମ୍ବି ନ ଥିଲା ଏବଂ ଈଶାନ୍ତ ତୁରନ୍ତ ବାହାରକୁ ଚାଲିଯାଇଥିଲେ। ଏହା ପରେ, ରିପ୍ଲେରେ ମଧ୍ୟ ସ୍ପଷ୍ଟ ହୋଇଗଲା ଯେ ଆଶୁତୋଷ ସତ କହୁଥିଲେ ଏବଂ ବଲ ତାଙ୍କ କାନ୍ଧରେ ବାଜିଥିଲା। ଆଶୁତୋଷ ୨୦ତମ ଓଭରର ୫ମ ବଲରେ ଆଉଟ ହୋଇଥିଲେ, କିନ୍ତୁ ସେତେବେଳକୁ ସେ ୧୯ ବଲରେ ୩୭ ରନ ସଂଗ୍ରହ କରି ଦଳକୁ ୨୦୦ ରନ ପାଖାପାଖି ନେଇଯାଇଥିଲେ।

The post IPLରେ ହଙ୍ଗାମା: GT vs PBKS ମ୍ୟାଚ୍‌ରେ ମୁହାଁମୁହିଁ ହେଲେ ୨ ଶର୍ମା, Video appeared first on Dharitri Odia News.