IPS ଅଫିସରଙ୍କ ପୁଅ; ୨୦୨୪ IPLରେ କରୁଛନ୍ତି ଧମାଲ୍, ଜାଣନ୍ତୁ କିଏ ଏହି ଖେଳାଳୀ ?
ନୂଆଦିଲ୍ଲୀ ୦୭।୦୪: ଅନ୍କ୍ୟାପ୍ ପ୍ଲେୟାର । ଯାହାକୁ ଦିନେ ପଞ୍ଜାବ କିଙ୍ଗସ୍ କିଣିବାକୁ ଚାହୁଁନଥିଲା, ଏବେ ସେହି ଟିମ୍ ପକ୍ଷରୁ ଗୁଜୁରାଟ୍ ଟାଇଟନ୍ସକୁ ଧୂଳି ଚଟାଇଲେ । ଆଉ ସାଜିଲେ ମ୍ୟାଚ୍ ବିଜୟର କର୍ଣ୍ଣଧାର । ୩୨ ବର୍ଷିୟ ଖେଳାଳୀ । ଶେଷ ଓଭରରେ ଗୁଜୁରାଟ ମୁହଁରୁ ଛଡାଇ ଆଣିଲେ ମ୍ୟାଚ୍ । ଆମେ କହୁଛୁ ପଞ୍ଜାବ କିଙ୍ଗସ୍ର ଅନକ୍ୟାପ୍ ପ୍ଲେୟର ଶଶାଙ୍କ ସିଂଙ୍କ କଥା । ଗୁଜୁରାଟ ବିପକ୍ଷ ମ୍ୟାଚ୍ରେ ଖେଳିଥିଲେ ଶାନଦାର ପାଳି । ମାତ୍ର ୨୯ ବଲ୍ରେ ଖେଳିଛନ୍ତି ୬୧ ରନ୍ର ଅର୍ଦ୍ଧ ଶତକୀୟ ପାଳି । ଯାହା ଟିମ୍ର ଭାଗ୍ୟ ଖୋଲିଦେଲା । କିନ୍ତୁ ଦିନ ଥିଲା ଏହି ଟିମ୍ ତାଙ୍କୁ କିଣିବାକୁ ଚାହୁଁନଥିଲା । ୨୦୨୪ ମିନି ଅକ୍ସନ୍ରେ ସାମିଲ ହୋଇଥିଲେ ଶଶାଙ୍କ । ତାଙ୍କୁ ୨୦ ଲକ୍ଷ ବେସ୍ ପ୍ରାଇସ୍ରେ କିଣିଥିଲା ପଞ୍ଜାବ । ପ୍ରିତିଜିଣ୍ଟା ଯେତେବେଳେ ଶଶାଙ୍କ ସିଂ ନାଁରେ ନିଲାମ ଲଗାଇଥିଲେ, ସେତେବଳେ ସେ ଜାଣିବାକୁ ପାଇଥିଲେ ଯେ ସେ ସେହି ଶଶାଙ୍କ ସିଂ ନୁହଁନ୍ତି, ଯାହାକୁ ସେ କିଣିବାକୁ ଚାହୁଁଥିଲେ । ଏମିତିକି ଶଶାଙ୍କଙ୍କୁ ସେ ରିଟର୍ଣ୍ଣ କରିବାକୁ ଚାହଁଥିଲେ । କିନ୍ତୁ ଆଇପିଏଲ୍ ନିୟମ କାରଣରୁ ଏପରି ହୋଇନଥିଲା । ପରେ ଏହି ଖବରକୁ ଭୁଲ କହିଥିଲା ପଞ୍ଜାବ କିଙ୍ଗସ । ତେବେ କିଏ ଏହି ଶଶାଙ୍କ ସିଂ ? ୩୨ ବର୍ଷିୟ ଶଶାଙ୍କ ଛତିଶଗଡ ଭିଲାଇରେ ଜନ୍ମଗ୍ରହଣ କରିଥିଲେ । ଶଶାଙ୍କଙ୍କ ପିତା ହେଉଛନ୍ତି ଶୈଳେଶ ସିଂ । ସେ ଜଣେ ଆଇପିଏସ୍ ଅ
ନୂଆଦିଲ୍ଲୀ ୦୭।୦୪: ଅନ୍କ୍ୟାପ୍ ପ୍ଲେୟାର । ଯାହାକୁ ଦିନେ ପଞ୍ଜାବ କିଙ୍ଗସ୍ କିଣିବାକୁ ଚାହୁଁନଥିଲା, ଏବେ ସେହି ଟିମ୍ ପକ୍ଷରୁ ଗୁଜୁରାଟ୍ ଟାଇଟନ୍ସକୁ ଧୂଳି ଚଟାଇଲେ । ଆଉ ସାଜିଲେ ମ୍ୟାଚ୍ ବିଜୟର କର୍ଣ୍ଣଧାର । ୩୨ ବର୍ଷିୟ ଖେଳାଳୀ । ଶେଷ ଓଭରରେ ଗୁଜୁରାଟ ମୁହଁରୁ ଛଡାଇ ଆଣିଲେ ମ୍ୟାଚ୍ । ଆମେ କହୁଛୁ ପଞ୍ଜାବ କିଙ୍ଗସ୍ର ଅନକ୍ୟାପ୍ ପ୍ଲେୟର ଶଶାଙ୍କ ସିଂଙ୍କ କଥା ।
ଗୁଜୁରାଟ ବିପକ୍ଷ ମ୍ୟାଚ୍ରେ ଖେଳିଥିଲେ ଶାନଦାର ପାଳି । ମାତ୍ର ୨୯ ବଲ୍ରେ ଖେଳିଛନ୍ତି ୬୧ ରନ୍ର ଅର୍ଦ୍ଧ ଶତକୀୟ ପାଳି । ଯାହା ଟିମ୍ର ଭାଗ୍ୟ ଖୋଲିଦେଲା । କିନ୍ତୁ ଦିନ ଥିଲା ଏହି ଟିମ୍ ତାଙ୍କୁ କିଣିବାକୁ ଚାହୁଁନଥିଲା । ୨୦୨୪ ମିନି ଅକ୍ସନ୍ରେ ସାମିଲ ହୋଇଥିଲେ ଶଶାଙ୍କ । ତାଙ୍କୁ ୨୦ ଲକ୍ଷ ବେସ୍ ପ୍ରାଇସ୍ରେ କିଣିଥିଲା ପଞ୍ଜାବ ।

ପ୍ରିତିଜିଣ୍ଟା ଯେତେବେଳେ ଶଶାଙ୍କ ସିଂ ନାଁରେ ନିଲାମ ଲଗାଇଥିଲେ, ସେତେବଳେ ସେ ଜାଣିବାକୁ ପାଇଥିଲେ ଯେ ସେ ସେହି ଶଶାଙ୍କ ସିଂ ନୁହଁନ୍ତି, ଯାହାକୁ ସେ କିଣିବାକୁ ଚାହୁଁଥିଲେ । ଏମିତିକି ଶଶାଙ୍କଙ୍କୁ ସେ ରିଟର୍ଣ୍ଣ କରିବାକୁ ଚାହଁଥିଲେ । କିନ୍ତୁ ଆଇପିଏଲ୍ ନିୟମ କାରଣରୁ ଏପରି ହୋଇନଥିଲା । ପରେ ଏହି ଖବରକୁ ଭୁଲ କହିଥିଲା ପଞ୍ଜାବ କିଙ୍ଗସ ।

ତେବେ କିଏ ଏହି ଶଶାଙ୍କ ସିଂ ? ୩୨ ବର୍ଷିୟ ଶଶାଙ୍କ ଛତିଶଗଡ ଭିଲାଇରେ ଜନ୍ମଗ୍ରହଣ କରିଥିଲେ । ଶଶାଙ୍କଙ୍କ ପିତା ହେଉଛନ୍ତି ଶୈଳେଶ ସିଂ । ସେ ଜଣେ ଆଇପିଏସ୍ ଅଧିକାରୀ । ପିତା ଜଣେ ଆଇପିଏସ୍ ଅଧିକାରୀ ହୋଇଥିବାରୁ ଶଶାଙ୍କ ବିଭିନ୍ନ ସହରରେ ରହିବାର ସୁଯୋଗ ପାଇଥିଲେ। ଭୋପାଳରେ ପୋଷ୍ଟିଙ୍ଗ୍ ହେବା ସମୟରେ ଶୈଳେଶ ଜାଣିପାରିଥିଲେ ପୁଅର ପ୍ରତିଭା ।

ଏହାପରେ କ୍ରିକେଟ କୋଚିଂ ପାଇଁ ଶଶାଙ୍କକୁ କ୍ରିକେଟ୍ ଏକାଡେମୀକୁ ପଠାଇଥିଲେ ଶୈଳେଶ । ଏହାପରେ ଶଶାଙ୍କ ମୁମ୍ବାଇ ଯାଇଥିଲେ । ୨୦୧୫ରେ ମୁମ୍ବାଇ ପାଇଁ ସୟଦ ମୁସ୍ତାକ ଅଲି ଟ୍ରଫି ଏବଂ ବିଜୟ ହଜାରେ ଟ୍ରଫିରେ ଶଶାଙ୍କ ପ୍ରଥମ ଥର ପାଇଁ ନିଜର ଟାଲେଣ୍ଟ ଦେଖାଇଥିଲେ । ବ୍ୟାଟିଂ ସହିତ ଅଫ୍ ସ୍ପିନ୍ ବୋଲିଂ କରିଥାନ୍ତି ଶଶାଙ୍କ । ସେ ମୁମ୍ବାଇ ପାଇଁ ୪ଟି ସିଜିନ୍ରେ ୧୫ଟି ଟି-୨୦ ଏବଂ ତିନୋଟି ଲିଷ୍ଟ ଏ ମ୍ୟାଚ୍ ଖେଳିବାର ସୁଯୋଗ ପାଇଥିଲେ । ଏଥିରେ ସେ ବହୁତ ନିରାଶ ହୋଇଥିଲେ, ଆଉ ଚାଲିଯାଇଥିଲେ ଛତିଶଗଡ ।

ଛତିଶଗଡ ଯିବା ପରେ ଶଶାଙ୍କଙ୍କୁ ଅଧିକ ସୁଯୋଗ ମିଳିଥିଲା । ତାଙ୍କୁ ଫାଷ୍ଟକ୍ଲାସ୍ ଡେବ୍ୟୁର ମଧ୍ୟ ସୁଯୋଗ ମିଳିଲା । ୨୦୨୩ ବିଜୟ ହଜାରେ ଟ୍ରଫି ମ୍ୟାଚରେ ୫ ଓ୍ବିକେଟ ନେବା ସହ ୧୫୦ରୁ ଅଧିକ ରନ୍ କରିଥିଲେ । ଏପରି କରିବାରେ ସେ ହେଉଛନ୍ତି ପ୍ରଥମ ଭାରତୀୟ । ୩୦ଟି ଲିଷ୍ଟ ଏ ମ୍ୟାଚରେ ଶଶାଙ୍କ ୧୧୦ ଷ୍ଟ୍ରାଇକ୍ ରେଟ୍ ସହ କରିଛନ୍ତି ୯୮୬ ରନ୍ । ୨୧ଟି ଫାଷ୍ଟକ୍ଲାସ୍ ମ୍ୟାଚ୍ରେ ସେ ୮୫୮ରନ୍ କରିଛନ୍ତି । ୫୯ ଟି-୨୦ରେ ୧୪୧ ଷ୍ଟ୍ରାଇକ୍ ରେଟ୍ରେ ୮୧୫ରନ୍ ମାରିଛନ୍ତି ।

ଏହାବ୍ୟତୀତ ତାଙ୍କ ନାଁରେ ୬୦ଟି ୱିକେଟ୍ ନେବାର ରେକର୍ଡ ରହିଛି । ଶଶାଙ୍କ ଆଇପିଏଲ ୨୦୧୭ରେ ଦିଲ୍ଲୀ ଟିମରେ, ଏହାପରେ ୨୦୧୯ରୁ ୨୦୨୧ ପର୍ଯ୍ୟନ୍ତ ରାଜସ୍ଥାନ ରୟାଲ୍ସ ସହ ଥିଲେ । ଉଭୟ ଟିମ୍ ତାଙ୍କୁ ଖେଳିବାର ସୁଯୋଗ ଦେଇନଥିଲେ । ୨୦୨୨ ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦ ସହ ରହିଥିଲେ । ସେ ଲକି ଫର୍ଗୁସନ୍ଙ୍କ ବିପକ୍ଷରେ ହ୍ୟାଟ୍ରିକ୍ ଛକ୍କା ମାରିଥିଲେ । ତେବେ ପଞ୍ଜାବର ଏହି ଅନ୍କ୍ୟାପ୍ ପ୍ଲେୟର ଆଗକୁ କେମିତି ଖେଳୁଛନ୍ତି ତା ଉପରେ ରହିବ ସମସ୍ତଙ୍କ ନଜର ।