IPS ଥିଲେ, ଏବେ IAS ହେଲେ
ଲକ୍ଷ୍ନୌର ଆଦିତ୍ୟ ଏବେ ହାଇଦ୍ରାବାଦରେ ଟ୍ରେନି IPS ଅଧିକାରୀ ଅଛନ୍ତି। ଏହା ଥିଲା ତାଙ୍କର ତୃତୀୟ ପ୍ରୟାସ।
ପୂର୍ବରୁ IPS ଥିଲେ। ହେଲେ ତାଙ୍କୁ ହେବାର ଥିଲା IAS। ଏଥିପାଇଁ ଦିନ ରାତି ଏକ କରିଦେଇ ଥିଲେ। ପ୍ରତିଦିନ ଲାଗିଥିଲେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବା ପାଇଁ। ଆଉ ଶେଷରେ ସେ ଦିନ ଆସି ପହଞ୍ଚିଲା। ୟୁପିଏସ୍ସିରେ ଟପ୍ କଲେ ଉତ୍ତରପ୍ରଦେଶର ଆଦିତ୍ୟ ଶ୍ରୀବାସ୍ତବ। ୟୁପିଏସ୍ସି ପରୀକ୍ଷାରେ ସେ ହେଲେ ଅଲ୍ ଇଣ୍ଡିଆ ଟପ୍ପର।
ଲକ୍ଷ୍ନୌର ଆଦିତ୍ୟ ଏବେ ହାଇଦ୍ରାବାଦରେ ଟ୍ରେନି IPS ଅଧିକାରୀ ଅଛନ୍ତି। ଏହା ଥିଲା ତାଙ୍କର ତୃତୀୟ ପ୍ରୟାସ। ୨୦୨୧ରେ UPSCରେ ସେ କୃତକାର୍ଯ୍ୟ ହୋଇଥିଲେ। ହେଲେ ପ୍ରିଲିମ୍ ପାସ୍ କରିପାରି ନଥିବାରୁ ସେ IAS ପାଇ ପାରିନଥିଲେ। କିନ୍ତୁ ଏଥିରେ ସେ ଭାଙ୍ଗି ପଡ଼ିନଥିଲେ। ୨୦୨୨ରେ ସେ ପୁଣିଥରେ ପ୍ରୟାସ କରି UPSC ପରୀକ୍ଷା ଦେଇଥିଲେ। ଏଥିରେ ପାସ୍ ହୋଇଥିଲେ ମଧ୍ୟ ତାଙ୍କ ରାଙ୍କ ୨୩୬ ଥିଲା।
ତା' ପର ବର୍ଷ ପୁଣି ଚେଷ୍ଟା କରିଥିଲେ ଶ୍ରୀବାସ୍ତବ। ହେଲେ ଏଥିର ସଫଳତା ସହାଲ କରିବା ସହ ସେ ତାଲିକାର ପ୍ରଥମ ମାନେ ଟପ୍ପର ହୋଇଛନ୍ତି। ଏହି ଖବର ଆସିବା ପରେ ଏକ ଭିଡିଓ ଭାଇରାଲ୍ ହେଉଛି, ଯେଉଁଥିରେ ଆଦିତ୍ୟଙ୍କୁ ତାଙ୍କ ସାଥୀମାନେ କାନ୍ଧରେ ଉଠାଇ ବୁଲାଉଛନ୍ତି। IPS ଟ୍ରେନିଂ କ୍ୟାମ୍ପ ମେସ୍ର ଏହି ଭିଡିଓ ଥିବା କୁହାଯାଉଛି।
IAS Topper AIR-1
Aditya Srivastava
Congratulations ????❤️ pic.twitter.com/5GBdxzZTYt— UPSC NOTES (@UPSC_Notes) April 16, 2024
ସିଏମ୍ଏସ୍ ଅଲିଗଞ୍ଜରୁ ଯୁକ୍ତ ଦୁଇ ପାସ୍ କରିବା ପରେ ଆଇଆଇଟି କାନ୍ପୁର୍ରୁ ବି-ଟେକ୍ ଓ ଏମ୍-ଟେକ୍ କରିଥିଲେ ଆଦିତ୍ୟ। ଏହାପରେ କିଛି ଦିନ ପାଇଁ ସେ ଏକ ଘରୋଇ କମ୍ପାନୀ ଚାକିରି କିରଥିଲେ। କିନ୍ତୁ ପରେ ଇଣ୍ଡିଆନ୍ ଆଡମିନିଷ୍ଟ୍ରଟିଭ୍ ସର୍ଭିସ୍ରେ କ୍ୟାରିୟର କରିବା ପାଇଁ ମନ ବଳାଇଥିଲେ। ପ୍ରଥମେ ଆଇପିଏସ୍ ଆଉ ଏବେ ଆଇଏଏସ୍ ପରୀକ୍ଷାରେ ସେ ଟପ୍ କରିଛନ୍ତି। ତାଙ୍କ ବାପା ଅଜୟ ଶ୍ରୀବାସ୍ତବ ସେଣ୍ଟ୍ରାଲ ଅଡିଟ୍ ଡିପାର୍ଟମେଣ୍ଟରେ ଏଏଓ ପଦବୀରେ ଅଛନ୍ତି। ତାଙ୍କ ସାନ ଭଉଣୀ ମଧ୍ୟ ଦିଲ୍ଲୀରେ ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଏକ ସାକ୍ଷାତକାର୍ରେ କହିଛନ୍ତି ଆଦିତ୍ୟ।