'ISIS ଷ୍ଟାଇଲ୍': ଛେଳିକୁ ପିନ୍ଧାଇଲେ ବିଜେପି ନେତା ଆନ୍ନାମଲାଇଙ୍କ ଫଟୋ, ଆଉ ତା'ପରେ....

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପରିଣାମ ସାମନାକୁ ଆସି ସାରିଛି ଏବଂ ଏନଡିଏ ଲଗାତାର ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି । ଏହାରି ଭିତରେ ଭାରତୀୟ ଜନତା ପାର୍ଟି ଏକ ଭିଡିଓ ସେୟାର କରିଛି, ଯେଉଁଥିରେ କିଛି ଜଣେ ଅତି ନିର୍ଦ୍ଦୟ ଭାବେ ବିଚ୍ ରାସ୍ତାରେ ଛେଳିର ବେକ କାଟୁଛନ୍ତି । କେବଳ ଏତିକି ନୁହେଁ ଛେଳିର ଶରୀରକୁ ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ନିଆଯାଉଛି । ଅଭିଯୋଗ ଅନୁସାରେ ବିଜେପି ନେତାଙ୍କ ଫଟୋକୁ ଛେଳିର ବେକରେ ଲଗାଇ ଇଣ୍ଡି ମେଣ୍ଟରେ ସାମିଲ ଡିଏମକେ ସମର୍ଥକ ଏପରି କରିଛନ୍ତି ।ବିଜେପି ଆଇଟି ସେଲ ମୁଖ୍ୟ ଅମିତ୍ ମାଲଭୀୟ ଏକ ଭିଡିଓ ସେୟାର କରିଛନ୍ତି । ସେ ଲେଖିଛନ୍ତି, 'ଅନ୍ନାମଲାଇଙ୍କ ଫଟୋ ଲଗାଇ ଦିନ ଦ୍ୱିପହରେ ଏକ ଛେଳିର ବେକକୁ କଟାଯାଉଛି । ଏହିପରି ଅନ୍ନାମଲାଇଙ୍କ ରାଜନୈତିକ ବିରୋଧୀ ତାମିଲନାଡ଼ୁରେ ଡିଏମକେ ସମର୍ଥକ ବିଜୟ ଉତ୍ସବ ପାଳନ କରୁଛନ୍ତି ।' ସେ ଏହାକୁ ବର୍ବର ବୋଲି କହିଛନ୍ତି । ଏହାସହ ଲେଖିଛନ୍ତି, 'ଯଦି ସନାତନ ବିରୋଧୀ ଇଣ୍ଡି ମେଣ୍ଟ କ୍ଷମତାକୁ ଆସେ ତେବେ ଏହିପରି ଭାବେ ହିନ୍ଦୁଙ୍କ ହତ୍ୟା କରିବେ ।' ଉଲ୍ଲେଖଯୋଗ୍ୟ ଯେ ଲୋକସଭା ନିର୍ବାଚନରେ ରାଜ୍ୟରେ କ୍ଷମତାରେ ଥିବା ଡିଏମକେ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟ ସମସ୍ତ ୩୯ ଆସନ ସହ ପଡ଼ୋଶୀ ପୁଡ୍ଡୁଚେରୀର ଏକମାତ୍ର ଆସନ ଜିତିଛି । ତାମିଲନାଡ଼ୁରେ ବିଜେପିର ନେତୃତ୍ୱ କରୁଥିବା ଅନ୍ନାମଲାଇ ନିଜ କୋଏମ୍ୱଟୁର ଆସନରେ ଡିଏମକେର ଗଣପତି ପି ରାଜକୁମାରଙ୍

'ISIS ଷ୍ଟାଇଲ୍': ଛେଳିକୁ ପିନ୍ଧାଇଲେ ବିଜେପି ନେତା ଆନ୍ନାମଲାଇଙ୍କ ଫଟୋ, ଆଉ ତା'ପରେ....

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପରିଣାମ ସାମନାକୁ ଆସି ସାରିଛି ଏବଂ ଏନଡିଏ ଲଗାତାର ତୃତୀୟ ଥର ପାଇଁ ସରକାର ଗଠନ କରିବାକୁ ଯାଉଛି । ଏହାରି ଭିତରେ ଭାରତୀୟ ଜନତା ପାର୍ଟି ଏକ ଭିଡିଓ ସେୟାର କରିଛି, ଯେଉଁଥିରେ କିଛି ଜଣେ ଅତି ନିର୍ଦ୍ଦୟ ଭାବେ ବିଚ୍ ରାସ୍ତାରେ ଛେଳିର ବେକ କାଟୁଛନ୍ତି । କେବଳ ଏତିକି ନୁହେଁ ଛେଳିର ଶରୀରକୁ ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ନିଆଯାଉଛି । ଅଭିଯୋଗ ଅନୁସାରେ ବିଜେପି ନେତାଙ୍କ ଫଟୋକୁ ଛେଳିର ବେକରେ ଲଗାଇ ଇଣ୍ଡି ମେଣ୍ଟରେ ସାମିଲ ଡିଏମକେ ସମର୍ଥକ ଏପରି କରିଛନ୍ତି ।

ବିଜେପି ଆଇଟି ସେଲ ମୁଖ୍ୟ ଅମିତ୍ ମାଲଭୀୟ ଏକ ଭିଡିଓ ସେୟାର କରିଛନ୍ତି । ସେ ଲେଖିଛନ୍ତି, 'ଅନ୍ନାମଲାଇଙ୍କ ଫଟୋ ଲଗାଇ ଦିନ ଦ୍ୱିପହରେ ଏକ ଛେଳିର ବେକକୁ କଟାଯାଉଛି । ଏହିପରି ଅନ୍ନାମଲାଇଙ୍କ ରାଜନୈତିକ ବିରୋଧୀ ତାମିଲନାଡ଼ୁରେ ଡିଏମକେ ସମର୍ଥକ ବିଜୟ ଉତ୍ସବ ପାଳନ କରୁଛନ୍ତି ।' ସେ ଏହାକୁ ବର୍ବର ବୋଲି କହିଛନ୍ତି । ଏହାସହ ଲେଖିଛନ୍ତି, 'ଯଦି ସନାତନ ବିରୋଧୀ ଇଣ୍ଡି ମେଣ୍ଟ କ୍ଷମତାକୁ ଆସେ ତେବେ ଏହିପରି ଭାବେ ହିନ୍ଦୁଙ୍କ ହତ୍ୟା କରିବେ ।' 

ଉଲ୍ଲେଖଯୋଗ୍ୟ ଯେ ଲୋକସଭା ନିର୍ବାଚନରେ ରାଜ୍ୟରେ କ୍ଷମତାରେ ଥିବା ଡିଏମକେ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟ ସମସ୍ତ ୩୯ ଆସନ ସହ ପଡ଼ୋଶୀ ପୁଡ୍ଡୁଚେରୀର ଏକମାତ୍ର ଆସନ ଜିତିଛି । ତାମିଲନାଡ଼ୁରେ ବିଜେପିର ନେତୃତ୍ୱ କରୁଥିବା ଅନ୍ନାମଲାଇ ନିଜ କୋଏମ୍ୱଟୁର ଆସନରେ ଡିଏମକେର ଗଣପତି ପି ରାଜକୁମାରଙ୍କଠାରୁ ହାରିଛନ୍ତି ।