ISSକୁ ନେଇ ଏଲନ ମସ୍କଙ୍କ ପ୍ରସ୍ତାବକୁ ପ୍ରତ୍ୟାକ୍ଷାନ କଲେ ସୁନିତା ୱିଲିୟମସ୍, ଦେଲେ କଡ଼ା ଜବାବ
ୱାସିଂଟନ ୭।୩: ଟେସ୍ଲା ଓ ସ୍ପେସ୍ ଏକ୍ସ ସିଇଓ ଏଲନ ମସ୍କ ଆଜି କାଲି ଖୁବ୍ ଚର୍ଚ୍ଚାରେ। ତାଜା ଘଟଣାକ୍ରମରେ ତାଙ୍କ ଷ୍ଟାରସିପ୍ ରକେଟ୍ ଦୁର୍ଘଟଣାଗ୍ରସ୍ତ ହେବା ଓ ଆଷ୍ଟ୍ରୋନଟ ସୁନିତା ୱିଲିୟମସ୍ ତାଙ୍କୁ ପରାମର୍ଶ ବଦଳେ ଲାଇଭ ଷ୍ଟ୍ରିମିଂରେ ରୋକଠୋକ ଜବାବ ଦେବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏଲନ ମସ୍କ ପ୍ରଶ୍ନରେ ସୁନିତା ୱିଲିୟମସଙ୍କୁ ଏକ ପରାମର୍ଶ ଦେଇଥିଲେ, ଯାହାର ରୋକଠୋକ ଜବାବ ତାଙ୍କୁ ତତ୍କାଳ ମିଳିଯାଇଥିଲା। ଏଲନ ମସ୍କ ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ (ଆଇଏସଏସ୍)କୁ ସଟ୍ ଡାଉନ କରିବା ଓ ସମୟ ପୂର୍ବରୁ ଏହାକୁ ରିଟାୟାର କରିବାକୁ ପରାମର୍ଶ ଦେଇଥିଲେ। ଏ ନେଇ ସେ ସୁନିତା ୱିଲିୟମସ୍ ଙ୍କୁ ପଚାରିଥିଲେ, ତେବେ ଗତ ୯ ମାସ ହେଲା ଆଇଏସଏସ୍ ରେ ଫଶି ରହିଥିବା ନାସା ମହାକାଶଚାରୀ ସୁନିତା ୱିଲିୟମସ୍ ତାଙ୍କ ପରାମର୍ଶକୁ ଖାରଜ କରିଦେଇଥିଲେ। ଆଇଏସଏସ୍ ରେ ୯ ମାସ ହେଲା ଫଶି ରହିଥିବା ସୁନିତା ୱିଲିୟମସ୍ ଓ ବୁଚ୍ ୱିଲମୋରଙ୍କ ସହ ଆଲୋଚନାରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ରିଟାୟାର କରିଦେବା ଦରକାର ବୋଲି ମସ୍କ କହିଥିଲେ। ସେ କହିଥିଲେ ଯେ ଏହାକୁ ୨୦୩୦ ମସିହା ପର୍ଯ୍ୟନ୍ତ ରଖିବା ବଦଳେ ଏବେଠାରୁ ସଟଡାଉନ କରିଦେବା ଦରକାର। ଏହାକୁ ସମୟ ପୂର୍ବରୁ ପୃଥିବୀ କକ୍ଷପଥରୁ ବାହାର କରିଦେବା ଉଚିତ । ଏହି ପ୍ରଶ୍ନ ଓ ପରାମର୍ଶର ସୁନିତା ରୋକଠୋକ ଜବାବ ଦେଇଥିଲେ। ସୁନିତା ସ୍ପେସ୍ ଷ୍ଟେସନର ଯୋଗଦାନ ଉପରେ ଗୁରୁତ୍ୱ ଦେଇଥିଲେ ଓ କହିଥି
ୱାସିଂଟନ ୭।୩: ଟେସ୍ଲା ଓ ସ୍ପେସ୍ ଏକ୍ସ ସିଇଓ ଏଲନ ମସ୍କ ଆଜି କାଲି ଖୁବ୍ ଚର୍ଚ୍ଚାରେ। ତାଜା ଘଟଣାକ୍ରମରେ ତାଙ୍କ ଷ୍ଟାରସିପ୍ ରକେଟ୍ ଦୁର୍ଘଟଣାଗ୍ରସ୍ତ ହେବା ଓ ଆଷ୍ଟ୍ରୋନଟ ସୁନିତା ୱିଲିୟମସ୍ ତାଙ୍କୁ ପରାମର୍ଶ ବଦଳେ ଲାଇଭ ଷ୍ଟ୍ରିମିଂରେ ରୋକଠୋକ ଜବାବ ଦେବା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏଲନ ମସ୍କ ପ୍ରଶ୍ନରେ ସୁନିତା ୱିଲିୟମସଙ୍କୁ ଏକ ପରାମର୍ଶ ଦେଇଥିଲେ, ଯାହାର ରୋକଠୋକ ଜବାବ ତାଙ୍କୁ ତତ୍କାଳ ମିଳିଯାଇଥିଲା।
ଏଲନ ମସ୍କ ଇଣ୍ଟରନ୍ୟାସନାଲ ସ୍ପେସ୍ ଷ୍ଟେସନ (ଆଇଏସଏସ୍)କୁ ସଟ୍ ଡାଉନ କରିବା ଓ ସମୟ ପୂର୍ବରୁ ଏହାକୁ ରିଟାୟାର କରିବାକୁ ପରାମର୍ଶ ଦେଇଥିଲେ। ଏ ନେଇ ସେ ସୁନିତା ୱିଲିୟମସ୍ ଙ୍କୁ ପଚାରିଥିଲେ, ତେବେ ଗତ ୯ ମାସ ହେଲା ଆଇଏସଏସ୍ ରେ ଫଶି ରହିଥିବା ନାସା ମହାକାଶଚାରୀ ସୁନିତା ୱିଲିୟମସ୍ ତାଙ୍କ ପରାମର୍ଶକୁ ଖାରଜ କରିଦେଇଥିଲେ। ଆଇଏସଏସ୍ ରେ ୯ ମାସ ହେଲା ଫଶି ରହିଥିବା ସୁନିତା ୱିଲିୟମସ୍ ଓ ବୁଚ୍ ୱିଲମୋରଙ୍କ ସହ ଆଲୋଚନାରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରକୁ ରିଟାୟାର କରିଦେବା ଦରକାର ବୋଲି ମସ୍କ କହିଥିଲେ।
ସେ କହିଥିଲେ ଯେ ଏହାକୁ ୨୦୩୦ ମସିହା ପର୍ଯ୍ୟନ୍ତ ରଖିବା ବଦଳେ ଏବେଠାରୁ ସଟଡାଉନ କରିଦେବା ଦରକାର। ଏହାକୁ ସମୟ ପୂର୍ବରୁ ପୃଥିବୀ କକ୍ଷପଥରୁ ବାହାର କରିଦେବା ଉଚିତ । ଏହି ପ୍ରଶ୍ନ ଓ ପରାମର୍ଶର ସୁନିତା ରୋକଠୋକ ଜବାବ ଦେଇଥିଲେ। ସୁନିତା ସ୍ପେସ୍ ଷ୍ଟେସନର ଯୋଗଦାନ ଉପରେ ଗୁରୁତ୍ୱ ଦେଇଥିଲେ ଓ କହିଥିଲେ ସମୟ ପୂର୍ବରୁ ଏହାକୁ ବନ୍ଦ କରିଦେବା ଉଚିତ ନିଷ୍ପତ୍ତି ହେବ ନାହିଁ। ଆଇଏସଏସ ଗତିବିଦ୍ଧି ବର୍ତ୍ତମାନ ସମୟରେ ଚରମ ସୀମାକୁ ପହଞ୍ଚିଛି। ଷ୍ଟେସନ ସମ୍ପୂର୍ଣ୍ଣ ସକ୍ରିୟ ଥିବା ବେଳେ ଏଥିରେ ଗବେଷଣା ବି ଚାଲିଛି। ଏହା ଏବେ ଭଲ ରୂପେ କାମ ମଧ୍ୟ କରୁଛି। ଏଣୁ ଏହାକୁ ରୋକିବାର ଏହା ସମୟ ନୁହେଁ ବୋଲି ସୁନିତା କହିଥିଲେ।
ଏହି ଉତ୍ତର ଦେଇ ସୁନିତା ସ୍ପଷ୍ଟ କରିଦେଇଥିଲେ ଯେ ସେ ଆଇଏସଏସ ବନ୍ଦ କରିଦେବା ପକ୍ଷରେ ସେ ନୁହନ୍ତି। ଉଲ୍ଲେଖଯୋଗ୍ୟ ଯେ ଏଲନ ମସ୍କ ନିକଟରେ ଟ୍ରମ୍ପ ସରକାରଙ୍କୁ ଏକ ପରାମର୍ଶରେ ଆଇଏସଏସକୁ ସମୟର ଅନେକ ପୂର୍ବରୁ ବନ୍ଦ କରିଦେବା ଆବଶ୍ୟକ ବୋଲି କହିଥିଲେ। ସେ ତାଙ୍କ ବିଚାରକୁ ଏକ୍ସ ରେ ପୋଷ୍ଟ କରିଥିଲେ। ଏଥିରେ ସେ ସ୍ପେସ୍ ଷ୍ଟେସନ ତାର ଲକ୍ଷ ହାସଲ କରିସାରିଥିବା ଓ ଏବେ ନାସାର ଧ୍ୟାନ ମଙ୍ଗଳ ଉପରେ ରହିବା ଦରକାର ବୋଲି ଉଲ୍ଲେଖ କରିଥିଲେ।
ଏଣୁ ମହାକାଶରୁ ଆଇଏସଏସକୁ ହଟାଇବାର ପ୍ରସ୍ତୁତି ଆରମ୍ଭ କରିଦେବାର ସମୟ ଆସିଯାଇଥିବା କହିଥିଲେ। ଏହି ପୋଷ୍ଟ ଉପରେ କମେଣ୍ଟ କରି ଜଣେ ୟୁଜର ୨୦୩୦ ମସିହା ପୂର୍ବରୁ ଆଇଏସଏସକୁ ମାହାକାଶରୁ ହଟାଇବା ପାଇଁ ସେ ଓକିଲାତି କରୁଛନ୍ତି କି ବୋଲି ପଚାରିବାରେ ମସ୍କ କହିଥିଲେ ଯେ ମାମଲାରେ ଶେଷ ନିଷ୍ପତ୍ତି ଆମେରିକାର ଟ୍ରମ୍ପ ସରକାର ନେବେ । ତେବେ ସେ ଏଥି ପାଇଁ କେବଳ ପ୍ରସ୍ତାବ ଓ ସୁପାରିଶ କରିଥିବା ସୂଚିତ କରିଥିଲେ।