Jatni Market Fire Mishap: ଚିନ୍ତା ବଢ଼ାଇଛି ଜଟଣୀ ନିଆଁ, କାହିଁକି ଘଟୁଛି ବାରମ୍ବାର ଅଗ୍ନିକାଣ୍ଡ

ଜଟଣୀ ବଜାରରେ କାହିଁକି ଘଟୁଛି ବାରମ୍ବାର ଅଗ୍ନିକାଣ୍ଡ? ଗତ ୫ ଦିନ ଭିତରେ ହେଲାଣି ଦୁଇ ଦୁଇଟି ଅଗ୍ନିକାଣ୍ଡ ।

Jatni Market Fire Mishap: ଚିନ୍ତା ବଢ଼ାଇଛି ଜଟଣୀ ନିଆଁ, କାହିଁକି ଘଟୁଛି ବାରମ୍ବାର ଅଗ୍ନିକାଣ୍ଡ

ଜଟଣୀ ବଜାରରେ କାହିଁକି ବାରମ୍ବାର ଘଟୁଛି ଅଗ୍ନିକାଣ୍ଡ? ଗତ ପାଞ୍ଚଦିନ ଭିତରେ ଦୁଇ ଦୁଇ ଥର ଅଗ୍ନିକାଣ୍ଡ ଫଳରେ କେତେବେଳେ ଅକାଳେ ଜୀବନ ଚାଲିଯାଇଛି ତ ଆଉ କେତେବେଳେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଜଳିପୋଡି ପାଉଁଶ ହୋଇଯାଇଛି । ସଙ୍କୁଚିତ ରାସ୍ତାକୁ ଅନ୍ୟ ସେଫ୍ଟି ମେଜର୍ସ ବ୍ୟବସାୟୀ ଆପଣାଉନଥିବା ଅଭିଯୋଗ ହୋଇଛି। ତେଣେ ଜବରଦଖଲକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଉଥିବା କହିଛନ୍ତି ପୌରପରିଷଦ ଅଧିକାରୀ ।

ଜଟଣୀ ବଜାରରେ କାହିଁକି ଘଟୁଛି ବାରମ୍ବାର ଅଗ୍ନିକାଣ୍ଡ? ଗତ ୫ ଦିନ ଭିତରେ ହେଲାଣି ଦୁଇ ଦୁଇଟି ଅଗ୍ନିକାଣ୍ଡ । ଚାଲିଗଲା ଅମୂଲ୍ୟ ଜୀବନ, ଲକ୍ଷାଧିକ ସାମଗ୍ରୀ ସ୍ୱାହା । ଗତ ଶୁକ୍ରବାର ୧୫ ତାରିଖରେ ଜଟଣୀ ରାଜା ବଜାର ଅଞ୍ଚଳରେ ଥିବା ଏକ ଲୁଗା ଦୋକାନରେ ଲାଗିଥିଲା ଭୟାବହ ନିଆଁ । ନିମିଷକ ମଧ୍ୟରେ ହୁତୁହୁତୁ ହେଇ ଜଳିଗଲା ଦୋକାନ, ଅକାଳରେ ଚାଲିଗଲା ଦୋକାନ ମାଲିକ ସୂର୍ଯ୍ୟ ମହାପାତ୍ରଙ୍କ ଜୀବନ ।

ଅଧିକ ପଢ଼ନ୍ତୁ: ହତ୍ୟା ପାଇଁ ହୋଇଥିଲା ଅଢ଼େଇ ଲକ୍ଷ ଟଙ୍କାର ସୁପାରି ଡିଲ୍

ସେଦିନର ସେହି ଭୟାନକ ଦୃଶ୍ୟପଟ୍ଟ ମନରୁ ନଲିଭୁଣୁ ଠିକ୍ ୩ ଦିନ ପରେ ବିବେକାନନ୍ଦ ସାହିରେ ଥିବା ଏକ ବରଫ କାରଖାନାରେ ଲାଗିଲା ନିଆଁ । ଯେଉଁଥିରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ବାରମ୍ବାର ଘଟୁଥିବା ଏଭଳି ଘଟଣାକୁ ନେଇ ବର୍ତ୍ତମାନ ଚିନ୍ତାରେ ଗ୍ରାହକ, ବ୍ୟବସାୟୀ । ତେବେ ପ୍ରଶ୍ନ ଉଠୁଛି, ଜଟଣୀର ବିଭିନ୍ନ ଗଳିକନ୍ଦି ସଙ୍କୁଚିତ ରାସ୍ତାରେ ବଡ଼ ବଡ଼ ପ୍ରତିଷ୍ଠାନ ପାଇଁ କିଭଳି ମିଳିଲା ଅନୁମତି?

ଯେଉଁଠି ଛୋଟ ଗାଡ଼ି ଯିବା କଷ୍ଟ, ସେଠି ଅଗ୍ନିଶମ ଗାଡ଼ି ଯିବ କେମିତି? ଅନେକ ଦୋକାନୀଙ୍କ ପାଖରେ ଅଗ୍ନି ନିରାପତ୍ତା ସାମଗ୍ରୀ ନଥିବା ଅଭିଯୋଗ ବି ହୋଇଛି । ରାସ୍ତାର ଉଭୟ ପାର୍ଶ୍ୱରେ ଗଢି ଉଠିଥିବା ବେଆଇନ ଜବର ଜବରଦଖଲ ବି ସୃଷ୍ଟି କରୁଛି ସମସ୍ୟା । ତେଣେ ପୌରପରିଷଦ ଅଧିକାରୀ କହିଛନ୍ତି ଯେଉଁଠି ଯିଏ ରାସ୍ତା ଅବରୋଧ କରୁଛି, ଆମେ କାର୍ଯ୍ୟାନୁଷ୍ଠାନ ନେଉଛୁ ।

ଅଧିକ ପଢ଼ନ୍ତୁ: ଭଙ୍ଗାଯିବ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ