Jio ଲଞ୍ଚ କଲା ୧୦୦ ଟଙ୍କିଆ ଶସ୍ତା ପ୍ଲାନ, ମିଳିବ ୯୦ ଦିନର Validity, ମଉଜ କରିବେ IPL ପ୍ରେମୀ
ନୂଆଦିଲ୍ଲୀ: ଜିଓ ବିଗତ ଦିନରେ ଜିଓହଟଷ୍ଟାରର ଅନେକ ପ୍ଲାନ ଲଞ୍ଚ କରିଥିଲା। କମ୍ପାନୀ ଆଇପିଏଲର ୧୮ ତମ ସଂସ୍କରଣରେ ୧୦୦ ଟଙ୍କିଆ ଆଉ ଏକ ଶସ୍ତା ରିଚାର୍ଜ ପ୍ଲାନ ଜାରି କରିଛି। ଏଥିରେ ୟୁଜର୍ସଙ୍କୁ ୯୦ ଦିନର ଭ୍ୟାଲିଡିଟି ମିଳିବ ଜିଓର ଏହି ପ୍ଲାନ ୨୯୯,୩୪୯, ୮୯୯ ଏବଂ ୯୦୦ ଟଙ୍କିଆ ପ୍ଲାନ ଭଳି ୟୁଜର୍ସଙ୍କୁ ତିନି ମାସ ପାଇଁ ମାଗଣାରେ ଜିଓହଟଷ୍ଟାରର ସବସ୍କ୍ରିପସନ ଅଫର କରିଥାଏ। ରିଲାଏନ୍ସ ଜିଓର ଓଟିଟି ପ୍ଲାଟଫର୍ମରେ ହିଁ ଆପଣ ଆଇପିଏଲର […]

ନୂଆଦିଲ୍ଲୀ: ଜିଓ ବିଗତ ଦିନରେ ଜିଓହଟଷ୍ଟାରର ଅନେକ ପ୍ଲାନ ଲଞ୍ଚ କରିଥିଲା। କମ୍ପାନୀ ଆଇପିଏଲର ୧୮ ତମ ସଂସ୍କରଣରେ ୧୦୦ ଟଙ୍କିଆ ଆଉ ଏକ ଶସ୍ତା ରିଚାର୍ଜ ପ୍ଲାନ ଜାରି କରିଛି।
ଏଥିରେ ୟୁଜର୍ସଙ୍କୁ ୯୦ ଦିନର ଭ୍ୟାଲିଡିଟି ମିଳିବ ଜିଓର ଏହି ପ୍ଲାନ ୨୯୯,୩୪୯, ୮୯୯ ଏବଂ ୯୦୦ ଟଙ୍କିଆ ପ୍ଲାନ ଭଳି ୟୁଜର୍ସଙ୍କୁ ତିନି ମାସ ପାଇଁ ମାଗଣାରେ ଜିଓହଟଷ୍ଟାରର ସବସ୍କ୍ରିପସନ ଅଫର କରିଥାଏ।
ରିଲାଏନ୍ସ ଜିଓର ଓଟିଟି ପ୍ଲାଟଫର୍ମରେ ହିଁ ଆପଣ ଆଇପିଏଲର ସମସ୍ତ ମ୍ୟାଚର ଆନନ୍ଦ ନେଇପାରିବେ। ଏଥିରେ ଯଦି ଆପଣ କମ ଖର୍ଚ୍ଚରେ ଆଇପିଏଲ ସହ ଜିଓ ହଟଷ୍ଟାରର ଶୋ, ୱେବ ସିରିଜ ଏବଂ ମୁଭିଜର ମଜା ମାଗଣାରେ ନେବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଏହି ପ୍ଲାନ ଉତ୍ତମ ରହିବ।
ଜିଓର ୧୦୦ ଟଙ୍କିଆ ପ୍ଲାନ: ରିଲାଏନ୍ସ ଜିଓର ଏହି ଶସ୍ତା ରିଚାର୍ଜ ପ୍ଲାନ ପାଇଁ ୧୦୦ ଟଙ୍କାର ଖର୍ଚ୍ଚ ଆସିଥାଏ। ଏଥିରେ ୟୁଜର୍ସଙ୍କୁ ୫ଜିବି ହାଇସ୍ପିଡ୍ ଇଣ୍ଟରନେଟ ଡାଟାର ଲାଭ ମିଳିବ।
ଜିଓ ୟୁଜର୍ସ ଏହି ଡାଟାର ବ୍ୟବହାର ୯୦ ଦିନ ପର୍ଯ୍ୟନ୍ତ କରିପାରିବେ। ଏହି ପ୍ୟାକର ଭ୍ୟାଲିଡିଟି ୯୦ ଦିନ ପର୍ଯ୍ୟନ୍ତ ରହିବ।
ଏହି ପ୍ଲାନରେ ୟୁଜର୍ସଙ୍କୁ କଲିଂ ଏବଂ ଏସଏମଏସର ଲାଭ ମିଳିବ ନାହିଁ। ଏହି ପ୍ଲାନ କେବଳ ଜିଓ ହଟଷ୍ଟାର ଏବଂ ୫ଜିବି ଡାଟା ବେନିଫିଟ୍ସ ସହ ଆସିଥାଏ। ଜିଓ ୟୁଜର୍ସଙ୍କୁ କଲିଂ ଏବଂ ମେସେଜର ସୁବିଧା ପାଇଁ ଜିଓର ରେଗୁଲାର ପ୍ଲାନ ଆଣିବାକୁ ପଡିବ।
ଏଥିସହ ଯଦି ୟୁଜର ମାସିକ ପ୍ଲାନ ନେଇଛନ୍ତି, ତେବେ ତାଙ୍କୁ ନିଜ ନମ୍ବରରେ ପ୍ୟାକ ଶେଷ ହେବାର ୪୮ ଘଣ୍ଟା ପୂର୍ବରୁ ରିଚାର୍ଜ କରିବାକୁ ପଡିବ। ଏହାପରେ ତାଙ୍କୁ ଦ୍ୱିତୀୟ ଏବଂ ତୃତୀୟ ମାସରେ ଜିଓ ହଟଷ୍ଟାରର ଆକ୍ଟିଭ ସବସ୍କ୍ରିପ୍ସନର ଫାଇଦା ମିଳିବ।