JNUରେ ବି ଜଳିଲା ଲଣ୍ଠନ! RJD ପ୍ରାର୍ଥୀଙ୍କ ବିଜୟରେ ପାର୍ଟି ଜାରି କଲା ଭିଡିଓ
ପାଟନା ୨୭।୪: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ଛାତ୍ରସଂଘ ନିର୍ବାଚନରେ ଆରଜେଡି ଛାତ୍ରନେତା ରବି ରାଜ ସ୍କୁଲ ଅଫ ଇଣ୍ଟରନ୍ୟାସନାଲ ଷ୍ଟଡିଜ୍ (ଏସଆଇଏସ)ରେ ବିଜୟୀ ହୋଇଛନ୍ତି। ଏହାକୁ ନେଇ ଆରଜେଡି ଛାତ୍ରଶାଖାରେ ଏବେ ଉତ୍ସାହର ମାହୋଲ। ଆରଜେଡିର ଏହି ବିଜୟକୁ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଏକ ପୋଷ୍ଟ ସେୟାର କରାଯାଇଛି। ଯେଉଁଥିରେ ବିଜୟକୁ ନେଇ ଛାତ୍ର ଆରଜେଡି ସମର୍ଥକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଯାଉଛି। ଏଥିରେ ଭିଡିଓ ସହିତ ଏକ ପୋଷ୍ଟ ମଧ୍ୟ କରାଯାଇଛି, ଯେଉଁଥିରେ ଲେଖା ଯାଇଛି ‘ଜେଏନୟୁରେ ବି ଜଳିଲା ଲଣ୍ଠନ’। ପୋଷ୍ଟରେ ଲେଖା ଯାଇଛି ଯେ ସାମାଜିକ ନ୍ୟାୟ, ସମାଜବାଦ ଓ ଧର୍ମନିରପେକ୍ଷ ରାଜନୀତିର ପ୍ରଣେତା ଲାଲୁ ପ୍ରସାଦ ତଥା ସବୁଠୁ ଲୋକପ୍ରିୟ ଯୁବ ନେତା ତେଜସ୍ୱୀ ଯାଦବଙ୍କ ବିକାଶିତ ବିହାର ମିସନ, ଭବିଷ୍ୟତ ଦର୍ଶନ ତଥା ତାଙ୍କର ସକରାତ୍ମକ ଓ ପ୍ରଗତିବାଦୀ ରଜନୀତି ନେତୃତ୍ୱରେ ପ୍ରଭାବିତ ଛାତ୍ର,ଛାତ୍ରୀ ଓ ବଢୁଥିବା ଯୁବକଙ୍କ ସମର୍ଥନର ଫଳାଫଳ ଏହି ନିର୍ବାଚନରେ ପରିଣାମ ବୋଲି କୁହାଯାଇଛି। JNU में भी जला लालटेन!देश के सबसे प्रतिष्ठित विश्वविद्यालय जवाहरलाल नेहरू विश्वविद्यालय (जेएनयू), दिल्ली के छात्र संघ चुनावों में छात्र राजद के काउन्सलर पद के उम्मीदवार श्री रवि राज ने भारी मतों से (SIS) स्कूल ऑफ़ इंटरनेशनल स्टडीज़ में जीत दर्ज की
ପାଟନା ୨୭।୪: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ) ଛାତ୍ରସଂଘ ନିର୍ବାଚନରେ ଆରଜେଡି ଛାତ୍ରନେତା ରବି ରାଜ ସ୍କୁଲ ଅଫ ଇଣ୍ଟରନ୍ୟାସନାଲ ଷ୍ଟଡିଜ୍ (ଏସଆଇଏସ)ରେ ବିଜୟୀ ହୋଇଛନ୍ତି। ଏହାକୁ ନେଇ ଆରଜେଡି ଛାତ୍ରଶାଖାରେ ଏବେ ଉତ୍ସାହର ମାହୋଲ। ଆରଜେଡିର ଏହି ବିଜୟକୁ ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ଏକ ପୋଷ୍ଟ ସେୟାର କରାଯାଇଛି। ଯେଉଁଥିରେ ବିଜୟକୁ ନେଇ ଛାତ୍ର ଆରଜେଡି ସମର୍ଥକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖାଯାଉଛି।
ଏଥିରେ ଭିଡିଓ ସହିତ ଏକ ପୋଷ୍ଟ ମଧ୍ୟ କରାଯାଇଛି, ଯେଉଁଥିରେ ଲେଖା ଯାଇଛି ‘ଜେଏନୟୁରେ ବି ଜଳିଲା ଲଣ୍ଠନ’। ପୋଷ୍ଟରେ ଲେଖା ଯାଇଛି ଯେ ସାମାଜିକ ନ୍ୟାୟ, ସମାଜବାଦ ଓ ଧର୍ମନିରପେକ୍ଷ ରାଜନୀତିର ପ୍ରଣେତା ଲାଲୁ ପ୍ରସାଦ ତଥା ସବୁଠୁ ଲୋକପ୍ରିୟ ଯୁବ ନେତା ତେଜସ୍ୱୀ ଯାଦବଙ୍କ ବିକାଶିତ ବିହାର ମିସନ, ଭବିଷ୍ୟତ ଦର୍ଶନ ତଥା ତାଙ୍କର ସକରାତ୍ମକ ଓ ପ୍ରଗତିବାଦୀ ରଜନୀତି ନେତୃତ୍ୱରେ ପ୍ରଭାବିତ ଛାତ୍ର,ଛାତ୍ରୀ ଓ ବଢୁଥିବା ଯୁବକଙ୍କ ସମର୍ଥନର ଫଳାଫଳ ଏହି ନିର୍ବାଚନରେ ପରିଣାମ ବୋଲି କୁହାଯାଇଛି।
JNU में भी जला लालटेन!
देश के सबसे प्रतिष्ठित विश्वविद्यालय जवाहरलाल नेहरू विश्वविद्यालय (जेएनयू), दिल्ली के छात्र संघ चुनावों में छात्र राजद के काउन्सलर पद के उम्मीदवार श्री रवि राज ने भारी मतों से (SIS) स्कूल ऑफ़ इंटरनेशनल स्टडीज़ में जीत दर्ज की है। अध्यक्ष पद के उम्मीदवार… pic.twitter.com/ODSLnYurb5— Rashtriya Janata Dal (@RJDforIndia) April 26, 2025
ଏଥିରେ ଉଲ୍ଲେଖ କରାଯାଇଛି ଯେ ମାତ୍ର କିଛି ବର୍ଷରେ ଛାତ୍ର ଆରଜେଡି ଜେଏନୟୁରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ପାର୍ଟି ପକ୍ଷରୁ କୁହାଯାଇଛି ଯେ ନିକଟରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟ (ଡିୟୁ) ଆକାଡେମୀକ କାଉନସିଲ ନିର୍ବାଚନରେ ଆରଜେଡି ଶିକ୍ଷକ ୟୁନିଟି (ରାଷ୍ଟ୍ରୀୟ ଶିକ୍ଷକ ମୋର୍ଚ୍ଚା) ପ୍ରାର୍ଥୀ ପ୍ରଫେସର ବିବେକ ରଜକ ବିଜୟୀ ହୋଇ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶିକ୍ଷକଙ୍କ ମଧ୍ୟରେ ନିଜର ଉପସ୍ଥିତି ଜାହିର କରିଥିଲେ।
ଏଥିରେ ପାର୍ଟି ଜେଏନୟୁର ଛାତ୍ର ଆରଜେଡି ୟୁନିଟ, ଆରଜେଡି ରାଷ୍ଟ୍ରୀୟ ଶିକ୍ଷକ ମୋର୍ଚ୍ଚା ସହିତ ଦିଲ୍ଲୀରେ ରହୁଥିବା ପାର୍ଟିର ବରିଷ୍ଠ ନେତା, ସାଥୀ, ମୁଖପାତ୍ର ଓ ସାଂସଦଙ୍କୁ ସେମାନଙ୍କ କୁଶଳ ମାର୍ଗଦର୍ଶନ ନିମନ୍ତେ ଶୁଭେଚ୍ଛା ଜଣାଇଛି। ଏଥିରେ ଛାତ୍ରଙ୍କ ବଳ ଆପଣଙ୍କ ନିଜର ରାଷ୍ଟ୍ରୀୟ ଜନତା ଦଳ ବୋଲି ଉଲ୍ଲେଖ କରାଯାଇଛି।