‘KBC 16’ ବଦଳାଇଲା ଇ-ରିକ୍ସା ଡ୍ରାଇଭରଙ୍କ ଭାଗ୍ୟ, ଜିତିଲେ ୧୨ ଲକ୍ଷ ଟଙ୍କା

ମୁମ୍ଵାଇ ୨୯।୦୮; ସୋନି ଟିଭିର ଲୋକପ୍ରିୟ ଶୋ କୌନ ବନେଗା କରୋଡପତି ୧୬'। ଏଥିରେ ପ୍ରତ୍ୟେକ ପ୍ରତିଯୋଗୀ ଏକ ସ୍ୱପ୍ନ ନେଇ ଏହି ଶୋ’କୁ ଆସନ୍ତି। ଏଥର ଏହାର ଏପିସୋଡ୍ ବହୁତ ଆକର୍ଷଣୀୟ ଥିଲା । ମୁଜାଫରନଗରର ଇ-ରିକ୍ସା ଡ୍ରାଇଭର ପାରସମଣି ସିଂ ହଟ ସିଟରେ ବସିଥିଲେ। ସେ ଏପରି ଖେଳ ଖେଳିଥିଲେ ଯେ ଅମିତାଭ ବଚ୍ଚନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଥିଲା।  ପାରସମଣି ୨୫ ଲକ୍ଷ ଟଙ୍କା ପ୍ରଶ୍ନରେ ଅଟକି ଯାଇଥିଲେ । ସେ ସୋ’ ଛାଡିବା ସମୟରେ ୧୨.୫ ଲକ୍ଷ ଟଙ୍କା ଜିତି ନିଜ ସହିତ ନେଇଯାଇଛନ୍ତି।କେବିସି ୧୬ରେ ପଚରାଯାଇଥିବା ପ୍ରତ୍ୟେକ କଠିନ ପ୍ରଶ୍ନର ଉତ୍ତର ଦେଇ ପାରସମଣି ସିଂ ୧୨.୫ ଲକ୍ଷ ଟଙ୍କା ଜିତିଥିଲେ । ସେ କେବେ ସ୍ୱପ୍ନରେ ମଧ୍ୟ ଭାବି ନଥିଲେ ଯେ ସେ ରାତାରାତି କୋଟିପତି ହେବେ ଏବଂ ଏତେ ପରିମାଣର ରୋଜଗାର କରିବେ । ୧୨.୫ ଲକ୍ଷ ଟଙ୍କା ଜିତିବା ପରେ ଅମିତାଭ ତାଙ୍କୁ ୨୫ ଲକ୍ଷ ଟଙ୍କା ପାଇଁ ପ୍ରଶ୍ନ ପଚାରିଥିଲେ, ଯାହା ବହୁତ କଷ୍ଟସାଧ୍ୟ ଥିଲା। ତେଣୁ, ସେହି ପ୍ରଶ୍ନର ଉତ୍ତର ଦେବା ପରିବର୍ତ୍ତେ ପରସମାଣି ଖେଳ ଛାଡିବା ଭଲ ବୋଲି ଭାବିଥିଲେ ।ଏକ ଇଣ୍ଟରଭ୍ୟୁରେ ପାରସମଣି କହିଛନ୍ତି ଯେ ସେ କୌଣସି ପ୍ରକାରେ ଇ-ରିକ୍ସା ଚଳାଇ ନିଜ ପରିବାରକୁ ଚଳାଇବାରେ ସଫଳ ହୁଅନ୍ତି। ସେ ଗତ ୩୦ ବର୍ଷ ଧରି ଏକ ଘର ନିର୍ମାଣ କରିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ଆର୍ଥିକ ସ୍ଥିତି ଖରାପ ହେତୁ ତାହା କରିପାରିନଥିଲେ। ତାଙ୍କ ପାଖରେ ମୋବାଇଲ୍ ରିଚାର୍ଜ ଦ

‘KBC 16’ ବଦଳାଇଲା ଇ-ରିକ୍ସା ଡ୍ରାଇଭରଙ୍କ ଭାଗ୍ୟ, ଜିତିଲେ ୧୨ ଲକ୍ଷ ଟଙ୍କା

ମୁମ୍ଵାଇ ୨୯।୦୮; ସୋନି ଟିଭିର ଲୋକପ୍ରିୟ ଶୋ କୌନ ବନେଗା କରୋଡପତି ୧୬'। ଏଥିରେ ପ୍ରତ୍ୟେକ ପ୍ରତିଯୋଗୀ ଏକ ସ୍ୱପ୍ନ ନେଇ ଏହି ଶୋ’କୁ ଆସନ୍ତି। ଏଥର ଏହାର ଏପିସୋଡ୍ ବହୁତ ଆକର୍ଷଣୀୟ ଥିଲା । ମୁଜାଫରନଗରର ଇ-ରିକ୍ସା ଡ୍ରାଇଭର ପାରସମଣି ସିଂ ହଟ ସିଟରେ ବସିଥିଲେ। ସେ ଏପରି ଖେଳ ଖେଳିଥିଲେ ଯେ ଅମିତାଭ ବଚ୍ଚନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଥିଲା।  ପାରସମଣି ୨୫ ଲକ୍ଷ ଟଙ୍କା ପ୍ରଶ୍ନରେ ଅଟକି ଯାଇଥିଲେ । ସେ ସୋ’ ଛାଡିବା ସମୟରେ ୧୨.୫ ଲକ୍ଷ ଟଙ୍କା ଜିତି ନିଜ ସହିତ ନେଇଯାଇଛନ୍ତି।

କେବିସି ୧୬ରେ ପଚରାଯାଇଥିବା ପ୍ରତ୍ୟେକ କଠିନ ପ୍ରଶ୍ନର ଉତ୍ତର ଦେଇ ପାରସମଣି ସିଂ ୧୨.୫ ଲକ୍ଷ ଟଙ୍କା ଜିତିଥିଲେ । ସେ କେବେ ସ୍ୱପ୍ନରେ ମଧ୍ୟ ଭାବି ନଥିଲେ ଯେ ସେ ରାତାରାତି କୋଟିପତି ହେବେ ଏବଂ ଏତେ ପରିମାଣର ରୋଜଗାର କରିବେ । ୧୨.୫ ଲକ୍ଷ ଟଙ୍କା ଜିତିବା ପରେ ଅମିତାଭ ତାଙ୍କୁ ୨୫ ଲକ୍ଷ ଟଙ୍କା ପାଇଁ ପ୍ରଶ୍ନ ପଚାରିଥିଲେ, ଯାହା ବହୁତ କଷ୍ଟସାଧ୍ୟ ଥିଲା। ତେଣୁ, ସେହି ପ୍ରଶ୍ନର ଉତ୍ତର ଦେବା ପରିବର୍ତ୍ତେ ପରସମାଣି ଖେଳ ଛାଡିବା ଭଲ ବୋଲି ଭାବିଥିଲେ ।

ଏକ ଇଣ୍ଟରଭ୍ୟୁରେ ପାରସମଣି କହିଛନ୍ତି ଯେ ସେ କୌଣସି ପ୍ରକାରେ ଇ-ରିକ୍ସା ଚଳାଇ ନିଜ ପରିବାରକୁ ଚଳାଇବାରେ ସଫଳ ହୁଅନ୍ତି। ସେ ଗତ ୩୦ ବର୍ଷ ଧରି ଏକ ଘର ନିର୍ମାଣ କରିବାକୁ ଚେଷ୍ଟା କରୁଥିଲେ। କିନ୍ତୁ ଆର୍ଥିକ ସ୍ଥିତି ଖରାପ ହେତୁ ତାହା କରିପାରିନଥିଲେ। ତାଙ୍କ ପାଖରେ ମୋବାଇଲ୍ ରିଚାର୍ଜ ଦୋକାନ ଥିଲା, କିନ୍ତୁ କୋଭିଡ ସମୟରେ ଦୋକାନ ବନ୍ଦ ହୋଇଯାଇଥିଲା । ପରିବାରକୁ ଆର୍ଥିକ ସଙ୍କଟ ଦେଇ ଗତି କରିବାକୁ ପଡିଥିଲା। ଏହି କାରଣରୁ ପାରସମଣିଙ୍କୁ ଇ-ରିକ୍ସା ଚଳାଇ ନିଜର ରୋଜଗାର କରିବାକୁ ପଡିଲା। ଏଥିରୁ ସେ ପ୍ରତିଦିନ ୪୦୦ ରୁ ୫୦୦ ଟଙ୍କା ରୋଜଗାର କରନ୍ତି । ପାରସମାଣି ୧୦ ବର୍ଷ ଧରି କେବିସି ଯିବାକୁ ସ୍ୱପ୍ନ ଦେଖୁଥିଲେ ଏବଂ ପ୍ରସ୍ତୁତିରେ ବ୍ୟସ୍ତ ଥିଲେ । ସେ ଜଣେ ଅନର୍ସ ଗ୍ରାଜ୍ୟୁଏଟ୍‌ ।