KIIT student Death: ପୁଅର ମୃତ୍ୟୁ ପାଇଁ କିଟ ମ୍ୟାନେଜମେଣ୍ଟକୁ ଦାୟୀ କଲେ ଅର୍ଣ୍ଣବଙ୍କ ପିତାମାତା
ଆହୁରି ବଢ଼ିଲା କିଟର ଅଡୁଆ। ନେପାଳୀ ଛାତ୍ରୀ ଆତ୍ମହତ୍ୟା ଘଟଣାର ଦେଢ଼ମାସ ନପୁରୁଣୁ ପୁଣି ଜଣେ ଛାତ୍ର ଅର୍ଣ୍ଣବ ମୁଖାର୍ଜୀଙ୍କ ମୃତ୍ୟୁକୁ ନେଇ ହଇଚଇ ଭିତରେ, ଆଜି ଅର୍ଣ୍ଣବଙ୍କ ବାପା ଆଣିଛନ୍ତି ସାଂଘାତିକ ଅଭିଯୋଗ। କହିଛନ୍ତି ପୁଅ ମୃତ୍ୟୁ ପାଇଁ କିଟ୍ ମ୍ୟାନେଜମେଣ୍ଟର ଅବହେଳା ଦାୟୀ। ଏମିତିକି ପୁଅ ଆତ୍ମହତ୍ୟା କରିନି ବରଂ ତା ସହ ଆଉ କିଛି ଅଘଟଣ ଘଟିଥାଇ ପାରେ ବୋଲି ଆଶଙ୍କା କରିଛନ୍ତି ଅର୍ଣ୍ଣବଙ୍କ ବାପା।