KKR vs SRH: ଆଇପିଏଲ ୧୮- ଫାଇନାଲ ପରାଜୟର ପ୍ରତିଶୋଧ ଲକ୍ଷ୍ୟରେ ସନରାଇଜର୍ସ
ଇଣ୍ଡିଆନ ପ୍ରିମିୟର ଲିଗ(ଆଇପିଏଲ)ର ୧୮ ତମ ସଂସ୍କରଣ ଜାରି ରହିଥିବା ବେଳେ ଗୁରୁବାର ପରସ୍ପରକୁ ଭେଟିବେ ବିଗତ ସଂସ୍କରଣର ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସ(କେକେଆର) ଓ ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ)। ଗତ ସଂସ୍କରଣର ଫାଇନାଲରେ ଶ୍ରେୟସ ଆୟରଙ୍କ ନେତୃତ୍ବାଧୀନ କେକେଆର ବିଜୟୀ ହୋଇଥିଲା। ଅନ୍ୟ ପକ୍ଷରେ ଆକ୍ରମଣାତ୍ମକ ବ୍ରାଣ୍ଡର କ୍ରିକେଟ ଖେଳୁଥିବା ହାଇଦ୍ରାବାଦ ପରାଜିତ ହୋଇଥିଲା। ୨୦୨୪ ସଂସ୍କରଣ ଫାଇନାଲ ପରାଜୟର ପ୍ରତିଶୋଧ ଲକ୍ଷ୍ୟରେ ରହିବ ହାଇଦ୍ରାବାଦ।