Krrish 4ରେ ଏଣ୍ଟ୍ରି କରିବେ ଏହି ଅଭିନେତ୍ରୀ!
ମୁମ୍ବାଇ: ବଲିଉଡର ସବୁଠାରୁ ସଫଳ ସୁପରହିରୋ ଫିଲ୍ମ ଫ୍ରାଞ୍ଚାଇଜ କ୍ରିଶର ଚତୁର୍ଥ ସଂସ୍କରଣ ବେଶ କିଛି ଦିନ ଧରି ଖବରରେ ରହିଛି। ସମସ୍ତେ Krrish 4ର ରିଲିଜ ପାଇଁ ଅପେକ୍ଷା କରିଛନ୍ତି। ହ୍ରିତିକ ରୋଶନଙ୍କ ଅଭିନୀତ ଫିଲ୍ମକୁ ନେଇ ପ୍ରତିଦିନ କିଛି ନା କିଛି ଅପଡେଟ ସାମ୍ନାକୁ ଆସୁଛି। ଏବେ କ୍ରିଶ ୪ ଅଭିନେତ୍ରୀଙ୍କ ବିଷୟରେ ଏକ ବଡ଼ ଖବର ଆସୁଛି। ହ୍ରିତିକଙ୍କ ପିତା ଏବଂ ଫିଲ୍ମର ନିର୍ଦ୍ଦେଶକ ରାକେଶ ରୋଶନ ନିଜେ ଏହା ନିଶ୍ଚିତ କରିଛନ୍ତି। […] The post Krrish 4ରେ ଏଣ୍ଟ୍ରି କରିବେ ଏହି ଅଭିନେତ୍ରୀ! appeared first on Dharitri Odia News.
ମୁମ୍ବାଇ: ବଲିଉଡର ସବୁଠାରୁ ସଫଳ ସୁପରହିରୋ ଫିଲ୍ମ ଫ୍ରାଞ୍ଚାଇଜ କ୍ରିଶର ଚତୁର୍ଥ ସଂସ୍କରଣ ବେଶ କିଛି ଦିନ ଧରି ଖବରରେ ରହିଛି। ସମସ୍ତେ Krrish 4ର ରିଲିଜ ପାଇଁ ଅପେକ୍ଷା କରିଛନ୍ତି। ହ୍ରିତିକ ରୋଶନଙ୍କ ଅଭିନୀତ ଫିଲ୍ମକୁ ନେଇ ପ୍ରତିଦିନ କିଛି ନା କିଛି ଅପଡେଟ ସାମ୍ନାକୁ ଆସୁଛି। ଏବେ କ୍ରିଶ ୪ ଅଭିନେତ୍ରୀଙ୍କ ବିଷୟରେ ଏକ ବଡ଼ ଖବର ଆସୁଛି।
ହ୍ରିତିକଙ୍କ ପିତା ଏବଂ ଫିଲ୍ମର ନିର୍ଦ୍ଦେଶକ ରାକେଶ ରୋଶନ ନିଜେ ଏହା ନିଶ୍ଚିତ କରିଛନ୍ତି।
ନିକଟରେ ଦି ରୋଶନ୍ସ ଡକ୍ୟୁମେଣ୍ଟାରୀ-ସିରିଜ OTT ପ୍ଲାଟଫର୍ମ Netflix ରେ ମୁକ୍ତିଲାଭ କରିଛି। ଯେଉଁଥିରେ ରୋଶନ ପରିବାରର ସଂଘର୍ଷ ଏବଂ ସଫଳତାର ଭିତିରି କାହାଣୀ ପ୍ରଦର୍ଶିତ ହୋଇଥିଲା। ବିଶେଷ କଥା ହେଉଛି ଏହାକୁ ଦର୍ଶକ ଏବଂ ସମାଲୋଚକମାନଙ୍କଠାରୁ ସକାରାତ୍ମକ ପ୍ରତିକ୍ରିୟା ମିଳିଛି। ନିକଟରେ ରାକେଶ ରୋଶନ ଏହି ଡକ୍ୟୁ-ସିରିଜ ପାଇଁ ଏକ ସକସେସ ପାର୍ଟିର ଆୟୋଜନ କରିଥିଲେ।
ଏହି ପାର୍ଟିରେ ରାକେଶ ରୋଶନଙ୍କ ସହ ବରିଷ୍ଠ ଅଭିନେତ୍ରୀ ରେଖା ମଧ୍ୟ ଦେଖାଯାଇଥିଲେ ଏବଂ ଏହି ସମୟରେ ପାପାରାଜିମାନେ ରାକେଶଙ୍କୁ କ୍ରିଶ ୪ରେ ରେଖାଙ୍କ ଅଭିନୟ ବିଷୟରେ ଏକ ପ୍ରଶ୍ନ ପଚାରିଥିଲେ। ଯେଉଁଥିରେ ସେ ରାଜି ହୋଇ କହିଲେ ଯେ ସବୁକିଛି ଅଛି, ଆପଣ ତାହା ଆଗକୁ ଦେଖିପାରିବେ। ରାକେଶ ରୋଶନଙ୍କ ଏହି କଥାରୁ ଏହା ସ୍ପଷ୍ଟ ଯେ ଆପଣ ହ୍ରିତିକ ରୋଶନଙ୍କ ଅଭିନୀତ ଚଳଚ୍ଚିତ୍ର କ୍ରିଶ ୪ରେ ରେଖାଙ୍କ ଝଲକ ଦେଖିବାକୁ ପାଇବେ।
The post Krrish 4ରେ ଏଣ୍ଟ୍ରି କରିବେ ଏହି ଅଭିନେତ୍ରୀ! appeared first on Dharitri Odia News.