Life After Beth ନିର୍ଦ୍ଦେଶକ ଜେଫ ବେନାଙ୍କ ଆତ୍ମହତ୍ୟା, ଜଣାପଡିନି କାରଣ
ଲସଏଞ୍ଜେଲସ ୪।୧: ହଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୁଃଖଦ ଖବର ସାମ୍ନାକୁ ଆସୁଛି। ଅଭିନେତ୍ରୀ ଆଭ୍ରେ ପ୍ଲାଜାଙ୍କ ସ୍ୱାମୀ ତଥା ଫିଲ୍ମ ଡାଇରେକ୍ଟର ଜେଫ୍ ବେନାଙ୍କ ପରଲୋକ ହୋଇଛି। ବେନାଙ୍କ ଅଚାନକ ମୃତ୍ୟୁ ଖବର ନା କେବଳ ଫିଲ୍ମ ଇଣ୍ଡଷ୍ଟ୍ରି ବରଂ ଫ୍ୟାନସଙ୍କୁ ଚିନ୍ତିତ କରିଛି। ଏବେ ସମସ୍ତେ ଜେଫ ବେନାଙ୍କ ଆତ୍ମାର ଶାନ୍ତି କାମନା କରୁଛନ୍ତି। ଜେଫ ବେନା ଆତ୍ମହତ୍ୟା କରିଛନ୍ତି। ଲସଏଞ୍ଜେଲସ୍ ସ୍ଥିତ ତାଙ୍କ ଘରୁ ତାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ୪୭ ବର୍ଷ ବର୍ଷ ବୟସରେ ଜେଫ ବେନା ଆତ୍ମହତ୍ୟା କରିଛନ୍ତି। ସୂତ୍ର ଅନୁସାରେ ଘଟଣା ସ୍ଥଳରୁ କୌଣସି ସୁଇସାଇଡ ନୋଟ୍ ମିଳି ନାହିଁ। ପୋଲିସ ଏବେ ତାଙ୍କ ପରିଜନଙ୍କୁ ମାମଲାରେ ପଚରା ଉଚରା କରୁଛି। ବେନା ୩ ଜାନୁୟାରୀ ଶୁକ୍ରବାର ତାଙ୍କ ଘରେ ମୃତ ଅବସ୍ଥାରେ ମିଳିଥିଲେ। ଏହି ଖବର ପ୍ରଚାରିତ ହେବାମାତ୍ରେ ସମସ୍ତେ ତଟସ୍ଥ ହୋଇଯାଇଥିଲେ। ତେବେ ସତ କଥା ହେଉଛି ସେ ଆତ୍ମହତ୍ୟା କରିଛନ୍ତି। ପୋଲିସ ଏବେ ମାମଲାର ଯାଞ୍ଚ କରୁଛି ଓ ଡାଇରେକ୍ଟରଙ୍କ ମୃତ୍ୟୁର କାରଣ ସନ୍ଧାନ କରୁଛି। ଏହି ମାମଲାରେ ଏବେ କିଛି କହିବା ସମ୍ଭବ ନୁହେଁ। Jeff Baena has sadly passed away at the age of 47. ????️The director was married to Aubrey Plaza. pic.twitter.com/Hq65IYhzuV— Screen Rant (@screenrant) January 4, 2025ବେନା ଓ ପ୍ଲାଜାଙ୍କ ସମ୍ପର୍କରେ କହିବାକୁ ଗଲେ ସେ
ଲସଏଞ୍ଜେଲସ ୪।୧: ହଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୁଃଖଦ ଖବର ସାମ୍ନାକୁ ଆସୁଛି। ଅଭିନେତ୍ରୀ ଆଭ୍ରେ ପ୍ଲାଜାଙ୍କ ସ୍ୱାମୀ ତଥା ଫିଲ୍ମ ଡାଇରେକ୍ଟର ଜେଫ୍ ବେନାଙ୍କ ପରଲୋକ ହୋଇଛି। ବେନାଙ୍କ ଅଚାନକ ମୃତ୍ୟୁ ଖବର ନା କେବଳ ଫିଲ୍ମ ଇଣ୍ଡଷ୍ଟ୍ରି ବରଂ ଫ୍ୟାନସଙ୍କୁ ଚିନ୍ତିତ କରିଛି। ଏବେ ସମସ୍ତେ ଜେଫ ବେନାଙ୍କ ଆତ୍ମାର ଶାନ୍ତି କାମନା କରୁଛନ୍ତି। ଜେଫ ବେନା ଆତ୍ମହତ୍ୟା କରିଛନ୍ତି। ଲସଏଞ୍ଜେଲସ୍ ସ୍ଥିତ ତାଙ୍କ ଘରୁ ତାଙ୍କୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି।
୪୭ ବର୍ଷ ବର୍ଷ ବୟସରେ ଜେଫ ବେନା ଆତ୍ମହତ୍ୟା କରିଛନ୍ତି। ସୂତ୍ର ଅନୁସାରେ ଘଟଣା ସ୍ଥଳରୁ କୌଣସି ସୁଇସାଇଡ ନୋଟ୍ ମିଳି ନାହିଁ। ପୋଲିସ ଏବେ ତାଙ୍କ ପରିଜନଙ୍କୁ ମାମଲାରେ ପଚରା ଉଚରା କରୁଛି। ବେନା ୩ ଜାନୁୟାରୀ ଶୁକ୍ରବାର ତାଙ୍କ ଘରେ ମୃତ ଅବସ୍ଥାରେ ମିଳିଥିଲେ। ଏହି ଖବର ପ୍ରଚାରିତ ହେବାମାତ୍ରେ ସମସ୍ତେ ତଟସ୍ଥ ହୋଇଯାଇଥିଲେ। ତେବେ ସତ କଥା ହେଉଛି ସେ ଆତ୍ମହତ୍ୟା କରିଛନ୍ତି। ପୋଲିସ ଏବେ ମାମଲାର ଯାଞ୍ଚ କରୁଛି ଓ ଡାଇରେକ୍ଟରଙ୍କ ମୃତ୍ୟୁର କାରଣ ସନ୍ଧାନ କରୁଛି। ଏହି ମାମଲାରେ ଏବେ କିଛି କହିବା ସମ୍ଭବ ନୁହେଁ।
Jeff Baena has sadly passed away at the age of 47. ????️
The director was married to Aubrey Plaza. pic.twitter.com/Hq65IYhzuV— Screen Rant (@screenrant) January 4, 2025
ବେନା ଓ ପ୍ଲାଜାଙ୍କ ସମ୍ପର୍କରେ କହିବାକୁ ଗଲେ ସେମାନେ ୨୦୨୧ ମସିହାରେ ବିବାହ କରିଥିଲେ। ଉଭୟ ଉଭୟଙ୍କୁ ବହୁତ ଭଲ ପାଉଥିଲେ ଓ ସେମାନେ ପରସ୍ପର ସହ ଖୁସିରେ ଥିଲେ। ଜେଫ ବେନାଙ୍କ ପରଲୋକରେ ତାଙ୍କ ପତ୍ନୀ ଓ ପରିବାରର ଅବସ୍ଥା ଶୋଚନୀୟ ହୋଇପଡିଛି। ଜେଫ ବେନାଙ୍କ କଥା କହିଲେ ତାଙ୍କୁ ‘ଲାଇଫ ଆଫ୍ଟର ବେଥ୍’ (୨୦୧୪) ଓ ‘ଦି ଲିଟିଲ ଆୱାର୍ସ’ (୨୦୧୭) ପାଇଁ ବେଶ୍ ଜଣାଶୁଣା ଥିଲେ। ପୋଲିସ ଏବେ ଜେଫଙ୍କ ମୃତ୍ୟୁର କାରଣ ସନ୍ଧାନ କରୁଛି। ଡାଇରେକ୍ଟର ଜେଫଙ୍କ ଫୋନକୁ ଜବତ କରି ଏଥିରୁ ତଥ୍ୟ ଖୋଜିବାକୁ ଚେଷ୍ଟା କରାଯାଉଛି। ଏହା ଛଡା ପୋଲିସ ତାଙ୍କ ସହ କାମ କରୁଥିବା ଲୋକଙ୍କ ସହ ମଧ୍ୟ ସମ୍ପର୍କ କରୁଛି।