Mamata Banerjee Controversial Remark: ମହାକୁମ୍ଭ ନା ମୃତ୍ୟୁକୁମ୍ଭ, ଯୋଗୀ ସରକାରଙ୍କ ଉପରେ ଆଣିଲେ ବଡ଼ ଅଭିଯୋଗ

କୋଲକାତା,୧୮।୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ପଶ୍ଚିମବଙ୍ଗ ବିଧାନସଭାରେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଅନୁଷ୍ଠିତ ହେଉଥିବା ମହାକୁମ୍ଭମେଳାର କଥିତ କୁପରିଚାଳନା ପାଇଁ କେନ୍ଦ୍ର ସରକାର ଏବଂ ଭାଜପା ୟୁପି ସରକାରଙ୍କୁ ସମାଲୋଚନା କରିଛନ୍ତି। ମହାକୁମ୍ଭ ମେଳାରେ ହୋଇଥିବା ବିଶୃଙ୍ଖଳା ବିଷୟରେ ମମତା କହିଛନ୍ତି, ମହାକୁମ୍ଭ ‘ମୃତ୍ୟୁକୁମ୍ଭ’ରେ ପରିଣତ ହୋଇଛି। ମୁଁ ମହାକୁମ୍ଭ ଏବଂ ମାତା ଗଙ୍ଗାଙ୍କୁ ସମ୍ମାନ କରେ, କିନ୍ତୁ କୌଣସି ଯୋଜନା ନାହିଁ। ଧନୀ ଏବଂ ଭିଆଇପିଙ୍କ ପାଇ୧ ଲକ୍ଷ ପର୍ଯ୍ୟନ୍ତ ଶିବିର (ତମ୍ବୁ) […] The post Mamata Banerjee Controversial Remark: ମହାକୁମ୍ଭ ନା ମୃତ୍ୟୁକୁମ୍ଭ, ଯୋଗୀ ସରକାରଙ୍କ ଉପରେ ଆଣିଲେ ବଡ଼ ଅଭିଯୋଗ appeared first on Dharitri Odia News.

Mamata Banerjee Controversial Remark: ମହାକୁମ୍ଭ ନା ମୃତ୍ୟୁକୁମ୍ଭ, ଯୋଗୀ ସରକାରଙ୍କ ଉପରେ ଆଣିଲେ ବଡ଼ ଅଭିଯୋଗ

କୋଲକାତା,୧୮।୨: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଙ୍ଗଳବାର ପଶ୍ଚିମବଙ୍ଗ ବିଧାନସଭାରେ ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଅନୁଷ୍ଠିତ ହେଉଥିବା ମହାକୁମ୍ଭମେଳାର କଥିତ କୁପରିଚାଳନା ପାଇଁ କେନ୍ଦ୍ର ସରକାର ଏବଂ ଭାଜପା ୟୁପି ସରକାରଙ୍କୁ ସମାଲୋଚନା କରିଛନ୍ତି।

ମହାକୁମ୍ଭ ମେଳାରେ ହୋଇଥିବା ବିଶୃଙ୍ଖଳା ବିଷୟରେ ମମତା କହିଛନ୍ତି, ମହାକୁମ୍ଭ ‘ମୃତ୍ୟୁକୁମ୍ଭ’ରେ ପରିଣତ ହୋଇଛି। ମୁଁ ମହାକୁମ୍ଭ ଏବଂ ମାତା ଗଙ୍ଗାଙ୍କୁ ସମ୍ମାନ କରେ, କିନ୍ତୁ କୌଣସି ଯୋଜନା ନାହିଁ। ଧନୀ ଏବଂ ଭିଆଇପିଙ୍କ ପାଇ୧ ଲକ୍ଷ ପର୍ଯ୍ୟନ୍ତ ଶିବିର (ତମ୍ବୁ) ଉପଲବ୍ଧ, କିନ୍ତୁ ଗରିବଙ୍କ ପାଇଁ କୌଣସି ବ୍ୟବସ୍ଥା ନାହିଁ। ମେଳାରେ ଦଳାଚକଟା ପରିସ୍ଥିତି ସାଧାରଣ, କିନ୍ତୁ ଉପଯୁକ୍ତ ପରିଚାଳନା ଆବଶ୍ୟକ। ହେଲେ ଆପଣ କ’ଣ ଯୋଜନା କରିଥିଲେ ବୋଲି ମମତା ପ୍ରଶ୍‌ନ କରିଛନ୍ତି।

ମମତା ବାନାର୍ଜୀ ଭାଜପା ଉପରେ ଅଭିଯୋଗ ଆଣି କହିଛନ୍ତି , ଦଳ ନିଜ ରାଜନୈତିକ ଲାଭ ପାଇଁ ଧର୍ମକୁ ବ୍ୟବହାର କରୁଛି। ସେ କହିଛନ୍ତି, ସ୍ବାଧୀନତାର ଅର୍ଥ ନୁହେଁ ଯେ ଭାଜପା ବିଧାୟକମାନେ ଘୃଣା ପ୍ରସାର କରନ୍ତୁ ଏବଂ ସମାଜକୁ ବିଭାଜିତ କରନ୍ତୁ।

ମମତା ବାନାର୍ଜୀ ଭାଜପାର ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି, ଯେଉଁଥିରେ କୁହାଯାଇଥିଲା ଯେ ତାଙ୍କର ବାଂଲାଦେଶୀ ଉଗ୍ରବାଦୀଙ୍କ ସହ ସମ୍ପର୍କ ଅଛି। ସେ ଚ୍ୟାଲେଞ୍ଜ କରି କହିଛନ୍ତି, ଯଦି ଭାଜପା ପ୍ରମାଣ କରେ ଯେ ମୋର ବାଂଲାଦେଶୀ ଉଗ୍ରବାଦୀଙ୍କ ସହ କୌଣସି ସମ୍ପର୍କ ଅଛି, ତେବେ ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବି।

 

The post Mamata Banerjee Controversial Remark: ମହାକୁମ୍ଭ ନା ମୃତ୍ୟୁକୁମ୍ଭ, ଯୋଗୀ ସରକାରଙ୍କ ଉପରେ ଆଣିଲେ ବଡ଼ ଅଭିଯୋଗ appeared first on Dharitri Odia News.