#MeToo ଅଭିଯୁକ୍ତ ସହ ଫଟୋ ଉଠାଇଲେ ମୁଖ୍ୟମନ୍ତ୍ରୀ ଓ କମଲ ହାସନ, ରାଗିଗଲେ ସିଙ୍ଗର୍

#MeToo ଆନ୍ଦୋଳନ ବେଳେ ସିଙ୍ଗର ଶ୍ରୀପଦା ଲୋକଲୋଚନକୁ ଆସିଥିଲେ।

#MeToo ଅଭିଯୁକ୍ତ ସହ ଫଟୋ ଉଠାଇଲେ ମୁଖ୍ୟମନ୍ତ୍ରୀ ଓ କମଲ ହାସନ, ରାଗିଗଲେ ସିଙ୍ଗର୍

ରାଗିଗଲେ ତାମିଲ ଫେମସ ସିଙ୍ଗର ତଥା ଭଏସ୍‌ ଆର୍ଟିଷ୍ଟ ଚିନ୍ମୟୀ ଶ୍ରୀପଦା। #MeToo ଅଭିଯୁକ୍ତଙ୍କ ସହ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ ଓ ଅଭିନେତା କମଲ ହାସନ ଏକ ଷ୍ଟେଜ ଉପରେ ଏକାଠି ଫଟା ଉଠାଇବାକୁ ନେଇ ସେ ଗର୍ଜିଛନ୍ତି। ପୁଣି ଥରେ ସେ ଅଭିନେତା କମଲ ହାସନଙ୍କ ଉପରେ ରାଗି ଯାଇ ତାଙ୍କୁ ଟାର୍ଗେଟ କରିଛନ୍ତି।

ପ୍ରକୃତରେ ଚିନ୍ମୟୀ ଶ୍ରୀପଦା ସୋଶାଲ ମିଡିଆ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି। ଏହି ଫଟୋଟି ହେଉଛି ବେରାମୁତ୍ତିଙ୍କ ବୁକ୍‌ ଲଞ୍ଚ ଇଭେଣ୍ଟ ବେଳର, ଯାହାଙ୍କ ନାଁରେ ଶ୍ରୀପଦା #MeToo ଆନ୍ଦୋଳନ ବେଳେ ଯୌନ ଉତ୍ପୀଡନ ଅଭିଯୋଗ ଆଣିଥିଲେ। ଫଟୋରେ ବେରାମୁତ୍ତିଙ୍କ ସହ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ, ଅଭିନେତା କମଲ ହାସନ ଓ କଂଗ୍ରେସ ନେତା ପି ଚିଦାମ୍ବରମ୍‌ ନଜର ଆସିଛନ୍ତି। ଏହାକୁ ନେଇ ଏବେ ତାମିଲ ସିଙ୍ଗର ଏ ସମସ୍ତଙ୍କ ଉପରେ ବର୍ଷିଛନ୍ତି।

ଚିନ୍ମୟୀ ଉକ୍ତ ଫଟୋକୁ ସେୟାର କରି କ୍ୟାପସନରେ ଲେଖିଛନ୍ତି, 'ତାମିଲନାଡୁର ଶକ୍ତିଶାଳୀ ଲୋକେ ମୋତେ ଅସଦାଚରଣ କରିଥିବା ଲୋକଙ୍କ ସହ ଠିଆ ହୋଇଛନ୍ତି। ଅନ୍ୟପଟେ ମୋତେ ବ୍ୟାନ୍‌ କରିଦିଆଯାଇଛି। ମୋ କ୍ୟାରିୟର ଶେଷ ହୋଇଯାଇଛି। ଆଶା କରୁଛି ଯେ, ସମଗ୍ର ଇକୋ ସିଷ୍ଟମ ଯିଏ ଅପରାଧୀଙ୍କୁ ସମର୍ଥନ କରୁଛି ଓ ପ୍ରୋତ୍ସାହିତ କରୁଛନ୍ତି ଏବଂ ସଚ୍ଚୋଟ ଲୋକଙ୍କୁ ବାନ୍ଧି ରଖୁଛି ତାଙ୍କର ବିନାଶ ହେଉ। ମୋର ଇଚ୍ଛା ପୂରଣ ନହେବା ପର୍ଯ୍ୟନ୍ତ ମୁଁ ପ୍ରାର୍ଥନା କରୁଛି ଆଉ କରୁଥିବି। ଏହା ଛଡା ମୁଁ ଆଉ କିଛି କରିପାରିବି ନାହିଁ।' ତାମିଲ ସିଙ୍ଗରଙ୍କ ଏହି ପୋଷ୍ଟ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଉଲ୍ଲେଖଯୋଗ୍ୟ, #MeToo ଆନ୍ଦୋଳନ ବେଳେ ସିଙ୍ଗର ଶ୍ରୀପଦା ଲୋକଲୋଚନକୁ ଆସିଥିଲେ। ସେ ବେରାମୁତ୍ତିଙ୍କ ବିରୋଧରେ ଯୌନ ଉତ୍ପୀଡିନ ଅଭିଯୋଗ ଆଣିଥିଲେ। ଏହାସହ ସର୍ବ ସମ୍ମୁଖରେ ନିଜ ବ୍ୟଥା ବଖାଣିଥିଲେ। ଏହାପର ଠାରୁ ତାଙ୍କୁ ଇଣ୍ଡଷ୍ଟ୍ରୀରୁ ବ୍ୟାନ୍‌ କରାଯାଇଥିବା ଅଭିଯୋଗ ହୋଇଛି।

ବେରାମୁତ୍ତି ହେଉଛନ୍ତି ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ସଙ୍ଗୀତକାର ଓ ଉପନ୍ୟାସକାର। ନିକଟରେ ସେ ତାଙ୍କୁ ଏକ ନୂଆ ପୁସ୍ତକ ଉନ୍ମୋଚନ କରିଥିଲେ। ଏହି ଇଭେଣ୍ଟରେ କମଲ ହାସନ ଓ ଏମ୍‌ କେ ଷ୍ଟାଲିନ ଅତିଥି ରୂପେ ଯୋଗ ଦେଇଥିଲେ।