Mo Bus Accident: ୧୦୦ ମିଟର ଯାଏ ଘୋଷାଡ଼ି ନେଲା ମୋ’ ବସ୍‌, ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ, ୩ ଗୁରୁତର

ଭୁବନେଶ୍ୱର,୧୪।୨: ପୁଣି ମୋ’ ବସ୍‌ ନେଇଛି ଜୀବନ। ଶୁକ୍ରବାର ରାତିରେ ତମାଣ୍ଡୋ ଥାନା ଅଞ୍ଚଳର ଓଭରବ୍ରିଜ୍‌ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସ୍କୁଟି ସହ ୧୦୦ ମିଟର ପର୍ଯ୍ୟନ୍ତ ଜଣେ ମହିଳାଙ୍କୁ ବସ୍‌ଟି ଘୋଷାଡ଼ି ନେବା ଯୋଗୁ ଘଟଣାସ୍ଥଳରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଛି। ସେହିଭଳି ଅନ୍ୟ ୩ଜଣ ମଧ୍ୟ ଗୁରୁତର ହୋଇଛନ୍ତି। ଏହି ଦୁର୍ଘଟଣା ପରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଡ୍ରାଇଭରଙ୍କୁ ମାଡ଼ ମାରିବା ପରେ ପୋଲିସ ହେପାଜତକୁ ଦେଇଛନ୍ତି। ସୂଚନାନୁଯାୟୀ, […] The post Mo Bus Accident: ୧୦୦ ମିଟର ଯାଏ ଘୋଷାଡ଼ି ନେଲା ମୋ’ ବସ୍‌, ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ, ୩ ଗୁରୁତର appeared first on Dharitri Odia News.

Mo Bus Accident: ୧୦୦ ମିଟର ଯାଏ ଘୋଷାଡ଼ି ନେଲା ମୋ’ ବସ୍‌, ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ, ୩ ଗୁରୁତର

ଭୁବନେଶ୍ୱର,୧୪।୨: ପୁଣି ମୋ’ ବସ୍‌ ନେଇଛି ଜୀବନ। ଶୁକ୍ରବାର ରାତିରେ ତମାଣ୍ଡୋ ଥାନା ଅଞ୍ଚଳର ଓଭରବ୍ରିଜ୍‌ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସ୍କୁଟି ସହ ୧୦୦ ମିଟର ପର୍ଯ୍ୟନ୍ତ ଜଣେ ମହିଳାଙ୍କୁ ବସ୍‌ଟି ଘୋଷାଡ଼ି ନେବା ଯୋଗୁ ଘଟଣାସ୍ଥଳରେ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଛି। ସେହିଭଳି ଅନ୍ୟ ୩ଜଣ ମଧ୍ୟ ଗୁରୁତର ହୋଇଛନ୍ତି। ଏହି ଦୁର୍ଘଟଣା ପରେ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଉତ୍ତ୍ୟକ୍ତ ଲୋକେ ଡ୍ରାଇଭରଙ୍କୁ ମାଡ଼ ମାରିବା ପରେ ପୋଲିସ ହେପାଜତକୁ ଦେଇଛନ୍ତି।

ସୂଚନାନୁଯାୟୀ, ୩୩ଏସ୍‌ ମୋ’ ବସ୍‌(ନଂ OD 02 BJ 9410) ଡିଏନ୍‌ ରେଗାଲିଆ ଓଭରବ୍ରିଜ୍‌ ନିକଟରେ ଦୁର୍ଘଟଣା ଘଟାଇଛି। ଏଥିରେ ଜଣେ ମହିଳାଙ୍କ ଚକା ତଳେ ଫସି ମୃତ୍ୟୁ ଘଟିଥିବା ବେଳେ ଆଉ ୩ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଡ୍ରାଇଭରଜଣଙ୍କ ମଦ୍ୟପାନ କରିଥିବାରୁ ଦୁର୍ଘଟଣା ଘଟାଇଥିବା ପ୍ରତ୍ୟକ୍ଷଦର୍ଶୀ ପ୍ରକାଶ କରିଛନ୍ତି। ପୋଲିସ ବସ୍‌ଟିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

The post Mo Bus Accident: ୧୦୦ ମିଟର ଯାଏ ଘୋଷାଡ଼ି ନେଲା ମୋ’ ବସ୍‌, ଚକା ତଳେ ଚାଲିଗଲା ମହିଳାଙ୍କ ଜୀବନ, ୩ ଗୁରୁତର appeared first on Dharitri Odia News.