Mohan-Manmohan Duo: ନୂଆ ମୋଡ଼ରେ ରାଜନୀତି: ମୋହନ ଓ ମନମୋହନଙ୍କ ଟାର୍ଗେଟ୍ ୨୦୨୯
ମନମୋହନ ଏବେ ଠାରୁ ଆସନ୍ତା ତ୍ରିସ୍ତରୀୟ ଗ୍ରାମପଞ୍ଚାୟତ ଓ ପୈାର ନିର୍ବାଚନ ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ସେ ଜାଣିଛନ୍ତି ଯେ ଏହି ଦୁଇ ନିର୍ବାଚନରେ ଦଳ ବିଜେଡ଼ି ଠାରୁ ଉନ୍ନତ ପ୍ରଦର୍ଶନ କରିପାରିଲେ ୨୦୨୯ ବିଧାନସଭା ନିର୍ବାଚନ ଜିତିବା ପାଇଁ ସେତେଟା ଅସୁବିଧା ହେବ ନାହିଁ । ମୋହନ ପୂର୍ବରୁ ମନମୋହନଙ୍କ ଅଧିନାୟକତ୍ୱରେ କାର୍ଯ୍ୟ କରିସାରିଛନ୍ତି । ମୁଖ୍ୟମନ୍ତ୍ରୀ ଆସନରେ ବସିଲେ ମଧ୍ୟ ବିଜେପିର ସଂସ୍କୃତି ଓ ଦଳର ଅନୁଶାସନ ଅନୁସାରେ ସେ ଏବେ ତାଙ୍କ ନେତୃତ୍ୱ ଓ ଦିଗଦର୍ଶନରେ କାର୍ଯ୍ୟ କରିବେ ।