Mother Eloped With Groom: ବିବାହ ପୂର୍ବରୁ ଜ୍ବାଇଁ ସହ ଚମ୍ପଟ ମାରିଲା କନ୍ୟାର ମା’
ଉଭୟ ଘରୁ ଫେରାର ହୋଇଯିବା ପାଇଁ ଯୋଜନା କରିଥିଲେ। ଘରୁ ଶପିଙ୍ଗ କରିବା ବାହାନାରେ ବାହାରକୁ ଯିବା ପରେ ଆଉ ଫେରି ନ ଥିଲେ। ଫେରାର ହେବା ପୂର୍ବରୁ ମହିଳା ଜଣଙ୍କ ନିଜ ସାଙ୍ଗରେ ଝିଅ ବାହାଘର ପାଇଁ ସଞ୍ଚିତ ଥିବା ସମସ୍ତ ଅର୍ଥ ଓ ସୁନା ଗହଣା ସାଙ୍ଗରେ ଧରି ଫେରାର ହୋଇ ଯାଇଥିଲେ। ଏହି ଘଟଣାକୁ ନେଇ ପରିବାର ଲୋକ ପୋଲିସରେ ଅଭିଯୋଗ ମଧ୍ୟ କରିଛନ୍ତି।