Myanmar Earthquake: ଦାଉ ସାଧିଛି ପ୍ରକୃତି; ଗଲାଣି ୩,୬୦୦ ଜୀବନ, ଏବେ ବି ଚାଲିଛି ଜୀବନ ଖୋଜା
ମୃତ୍ୟୁ ସଂଖ୍ୟା ଟପିଲାଣି ୩୬୦୦, ତଥାପି ସରୁନି ଶବ ଖୋଜା । ଗଦା ଗଦା ଭଙ୍ଗା ଘର ଭିତରୁ ମୃତଦେହ ବାହାର କରିବାର ଏ ହେଉଛି କିଛି ଚିତ୍ର । ମିଆଁମାରରେ ୭.୭ ତୀବ୍ରତାର ଭୂମିକମ୍ପରେ ମୃତ୍ୟୁସଂଖ୍ୟା ୩,୬୦୦କୁ ବୃଦ୍ଧି ପାଇଛି ଏବଂ ପାଖାପାଖି ୨ଶହ ଲୋକଙ୍କ ପତ୍ତା ମିଳୁନାହିଁ ।