NALCO ରେ ଚାକିରି ପାଇଁ ଚାଲିଛି ଆବେଦନ; କେମିତି କରିବେ ଆପ୍ଲାଏ ଜାଣନ୍ତୁ

ଅଫିସିଆଲ୍ ୱେବସାଇଟ୍ nalcoindia.com ଜରିଆରେ ଆବେଦନ କରିପାରିବେ।

NALCO ରେ ଚାକିରି ପାଇଁ ଚାଲିଛି ଆବେଦନ; କେମିତି କରିବେ ଆପ୍ଲାଏ ଜାଣନ୍ତୁ

NALCO ରେ ଚାକିରି ପାଇଁ ଅପେକ୍ଷା କରିଥିବା ଆଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏହି ସଂସ୍ଥାରେ ବିଭିନ୍ନ ପଦବୀରେ ନିଯୁକ୍ତି ପ୍ରକ୍ରିୟା ଚାଲିଛି। ଆଉ ମାତ୍ର ଚାରି ଦିନ ପରେ ଶେଷ ହେବ ଆବେଦନ ପ୍ରକ୍ରିୟା। ଆଗ୍ରହୀ ପ୍ରାର୍ଥୀ ଅଫିସିଆଲ୍ ୱେବସାଇଟ୍ nalcoindia.com ଜରିଆରେ ଆବେଦନ କରିପାରିବେ। ଆବେଦନର ଶେଷ ତାରିଖ ଫେବ୍ରୁଆରୀ 14। 

ନିଯୁକ୍ତି ପାଇଁ ପୋଷ୍ଟ

ମୋଟ ପଦବୀ: 39ଟି

  • Dy. Manager (Finance): 10 posts
  • Dy. Manager (Finance): 10
  • Dy. Manager (Systems): 7
  • Dy. Manager (HRD): 14
  • Dy. Manager (Geology): 1
  • Dy. Manager (Survey): 1
  • Dy. Manager (Coal Mining):1
  • Dy. Manager (Materials): 5

ଶିକ୍ଷାଗତ ଯୋଗ୍ୟତା 

ଆବେଦନ କରିବାକୁ ଯୋଗ୍ୟ ହେବା ପାଇଁ, ପ୍ରାର୍ଥୀଙ୍କୁ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ।

ବୟସ ସୀମା

ଫେବୃଆରୀ 14, 2024 ସୁଦ୍ଧା ପ୍ରାର୍ଥୀଙ୍କ ବୟସ 35 ବର୍ଷରୁ ଅଧିକ ହୋଇନଥିବା ଉଚିତ୍।

 

କିପରି କରିବେ ଆବେଦନ

  • ଅଫିସିଆଲ୍ ୱେବସାଇଟ୍ nalcoindia.com ଭିଜିଟ୍ କରନ୍ତୁ। 
  • ମେନ୍ ପେଜରେ କ୍ୟାରିୟର ସେକ୍ସନକୁ ନେଭିଗେଟ୍ କରନ୍ତୁ।
  • ଆବେଦନ ଫର୍ମ ଓପନ୍ କରିବା ପାଇଁ ନିଯୁକ୍ତି ଲିଙ୍କରେ କ୍ଲିକ୍ କରନ୍ତୁ।
  • ଆବେଦନ ଫର୍ମରେ ଆବଶ୍ୟକ ବିବରଣୀ ପୁରଣ କରନ୍ତୁ।
  • ସମସ୍ତ ଆବଶ୍ୟକୀୟ ଡକ୍ୟୁମେଣ୍ଟ୍ ଅପଲୋଡ୍ କରନ୍ତୁ।
  • ଫର୍ମ ପୂରଣ କରିବା ପରେ, ଏହାକୁ ଦାଖଲ କରନ୍ତୁ ଏବଂ ଭବିଷ୍ୟତ ପ୍ରମାଣ ପାଇଁ ଏକ ପ୍ରିଣ୍ଟ ନିଜ ପାଖରେ ରଖନ୍ତୁ।

 

ଅଧିକ ବିବରଣୀ ପାଇଁ ଅଫିସିଆଲ ସାଇଟ୍ ଭିଜିଟ୍ କରନ୍ତୁ।