NEET ଅନିୟମିତତା: ଗ୍ରେସ୍‌ ମାର୍କ ପାଇଥିବା ଛାତ୍ରଛାତ୍ରୀଙ୍କୁ ଝଟକା, ପରୀକ୍ଷା ଦେବେ ୧୫୬୩ ପିଲା

ନୂଆଦିଲ୍ଲୀ: NEET UG ପରୀକ୍ଷାରେ ଅନିୟମିତତାକୁ ନେଇ ଦେଶରେ ଜୋରଦାର ବିରୋଧ ହେଉଛି । ମେଧାବୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏହାରି ଭିତରେ ସୁପ୍ରିମକୋର୍ଟ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି  । ଗ୍ରେସ୍ ମାର୍କ ପାଇଥିବା ଛାତ୍ରଛାତ୍ରୀ ପୁଣି ଥରେ ପରୀକ୍ଷା ଦେବେ । ପୁଣି ଥରେ ପରୀକ୍ଷା କରାଇବାକୁ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ବା ଏନଟିଏକୁ ପ୍ରସ୍ତାବ ଦେଇଛି । ୧୫୬୩ ଜଣ ଛାତ୍ରଛାତ୍ରୀଙ୍କୁ ପୁନର୍ବାର ପରୀକ୍ଷା ଦେବାକୁ ପଡ଼ିବ । ତାଙ୍କର ସ୍କୋର କାର୍ଡ ବାତିଲ୍ କରାଯାଇଛି । ଜୁନ୍ ୨୩ରେ ପୁନର୍ବାର ପରୀକ୍ଷା ହେବ ଏବଂ ଫଳାଫଳ ଜୁନ୍ ୩୦ସୁଦ୍ଧା ଘୋଷଣା କରାଯିବ ।ନିଟ୍ ପରୀକ୍ଷାରେ ଗ୍ରେସ୍ ମାର୍କ ମିଳିଥିବା ଛାତ୍ରଛାତ୍ରୀଙ୍କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଏହି ସମୟରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ତଥା ଏନଟିଏ ଭୟ ଦୂର କରିବା ପାଇଁ ଗ୍ରେସ୍ ମିଳିଥିବା ଛାତ୍ରଛାତ୍ରୀଙ୍କ ପୁଣି ଥରେ ପରୀକ୍ଷା କରାଇବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ସେ କୋର୍ଟକୁ ଜଣାଇଛି । ଅନ୍ୟପଟେ ସୁପ୍ରିମକୋର୍ଟ NEET କାଉନସେଲିଂ ଉପରେ ରୋକ୍ ଲଗାଇବାକୁ ପୁଣି ଥରେ ମନା କରିଦେଇଛନ୍ତି । ଏହି ପରୀକ୍ଷାରେ କେବଳ ଗ୍ରେସ୍ ମାର୍କ ମିଳିଥିବା ଛାତ୍ରଛାତ୍ରୀମାନେ ହିଁ ସାମିଲ ହେବ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି ।ଅନ୍ୟପଟେ NTA ପକ୍ଷରୁ ସୁପ୍ରିମକୋର୍ଟରେ କୁହାଯାଇଛି, ୧୫୬୩ ଜଣ ଛାତ୍ରଙ୍କୁ ପୁଣି ଥର

NEET ଅନିୟମିତତା: ଗ୍ରେସ୍‌ ମାର୍କ ପାଇଥିବା ଛାତ୍ରଛାତ୍ରୀଙ୍କୁ ଝଟକା, ପରୀକ୍ଷା ଦେବେ ୧୫୬୩ ପିଲା

ନୂଆଦିଲ୍ଲୀ: NEET UG ପରୀକ୍ଷାରେ ଅନିୟମିତତାକୁ ନେଇ ଦେଶରେ ଜୋରଦାର ବିରୋଧ ହେଉଛି । ମେଧାବୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି । ଏହାରି ଭିତରେ ସୁପ୍ରିମକୋର୍ଟ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି  । ଗ୍ରେସ୍ ମାର୍କ ପାଇଥିବା ଛାତ୍ରଛାତ୍ରୀ ପୁଣି ଥରେ ପରୀକ୍ଷା ଦେବେ । ପୁଣି ଥରେ ପରୀକ୍ଷା କରାଇବାକୁ ନ୍ୟାସନାଲ୍ ଟେଷ୍ଟିଂ ଏଜେନ୍ସି ବା ଏନଟିଏକୁ ପ୍ରସ୍ତାବ ଦେଇଛି । ୧୫୬୩ ଜଣ ଛାତ୍ରଛାତ୍ରୀଙ୍କୁ ପୁନର୍ବାର ପରୀକ୍ଷା ଦେବାକୁ ପଡ଼ିବ । ତାଙ୍କର ସ୍କୋର କାର୍ଡ ବାତିଲ୍ କରାଯାଇଛି । ଜୁନ୍ ୨୩ରେ ପୁନର୍ବାର ପରୀକ୍ଷା ହେବ ଏବଂ ଫଳାଫଳ ଜୁନ୍ ୩୦ସୁଦ୍ଧା ଘୋଷଣା କରାଯିବ ।

ନିଟ୍ ପରୀକ୍ଷାରେ ଗ୍ରେସ୍ ମାର୍କ ମିଳିଥିବା ଛାତ୍ରଛାତ୍ରୀଙ୍କୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ଏହି ସମୟରେ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ତଥା ଏନଟିଏ ଭୟ ଦୂର କରିବା ପାଇଁ ଗ୍ରେସ୍ ମିଳିଥିବା ଛାତ୍ରଛାତ୍ରୀଙ୍କ ପୁଣି ଥରେ ପରୀକ୍ଷା କରାଇବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ସେ କୋର୍ଟକୁ ଜଣାଇଛି । ଅନ୍ୟପଟେ ସୁପ୍ରିମକୋର୍ଟ NEET କାଉନସେଲିଂ ଉପରେ ରୋକ୍ ଲଗାଇବାକୁ ପୁଣି ଥରେ ମନା କରିଦେଇଛନ୍ତି । ଏହି ପରୀକ୍ଷାରେ କେବଳ ଗ୍ରେସ୍ ମାର୍କ ମିଳିଥିବା ଛାତ୍ରଛାତ୍ରୀମାନେ ହିଁ ସାମିଲ ହେବ ବୋଲି ସର୍ବୋଚ୍ଚ ଅଦାଲତ ସ୍ପଷ୍ଟ କରିଛନ୍ତି ।

ଅନ୍ୟପଟେ NTA ପକ୍ଷରୁ ସୁପ୍ରିମକୋର୍ଟରେ କୁହାଯାଇଛି, ୧୫୬୩ ଜଣ ଛାତ୍ରଙ୍କୁ ପୁଣି ଥରେ ପରୀକ୍ଷା ଦେବାକୁ ବିକଳ୍ପ ଦିଆଯାଉଛି। ଯେଉଁ ଛାତ୍ରଛାତ୍ରୀମାନେ ଆଉ ଥରେ ପରୀକ୍ଷା ଦେବାକୁ ଚାହାଁନ୍ତି ନାହିଁ, ସେମାନଙ୍କ ମାର୍କସିଟ୍ ବିନା ଗ୍ରେସ୍ ମାର୍କରେ ଦିଆଯିବ। ନିଟ୍ ପରୀକ୍ଷାକୁ ନେଇ ସୁପ୍ରିମକୋର୍ଟରେ ହୋଇଥିବା ତିନୋଟି ପିଟିସନ ମଧ୍ୟରୁ ଫିଜିକ୍ସ ୱାଲାର ସିଇଓ ଅଲଖ ପାଣ୍ଡେଙ୍କ ଦ୍ୱାରା ଗୋଟିଏ ପିଟିସନ୍ ମଧ୍ୟ ଦାଖଲ କରାଯାଇଛି ।