NH-55 ସମ୍ପ୍ରସାରଣକୁ ବିରୋଧ, ସରକାରୀ ଜାଗାରେ ବେଆଇନ ନିର୍ମାଣ ନେଇ ଆସିଲା ନୋଟିସ
ନନ୍ଦିଘୋଷ ବ୍ୟୁରୋ: ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ନାଲିଆଖିରେ ଭୟଭୀତ ହୋଇପଡିଛନ୍ତି ପାରାଦୀପ ବାସିନ୍ଦା। ସରକାରୀ ଜାଗାରେ ବେଆଇନ ନିର୍ମାଣ ନେଇ... The post NH-55 ସମ୍ପ୍ରସାରଣକୁ ବିରୋଧ, ସରକାରୀ ଜାଗାରେ ବେଆଇନ ନିର୍ମାଣ ନେଇ ଆସିଲା ନୋଟିସ appeared first on .
ନନ୍ଦିଘୋଷ ବ୍ୟୁରୋ: ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ନାଲିଆଖିରେ ଭୟଭୀତ ହୋଇପଡିଛନ୍ତି ପାରାଦୀପ ବାସିନ୍ଦା। ସରକାରୀ ଜାଗାରେ ବେଆଇନ ନିର୍ମାଣ ନେଇ ନୋଟିସ ପରେ ବଢୁଛି ଅସନ୍ତୋଷ। ନୋଟିସ ଦେଇ ୭ ଦିନ ଭିତରେ ଘର ଭାଙ୍ଗିବା ନିଷ୍ପତ୍ତିକୁ ବିରୋଧ ହୋଇଛି। କୌଣସି କ୍ଷତିପୂରଣ ବିନା ୪୦୦ ଫୁଟରୁ ଅଧିକ ସରକାରୀ ଜାଗା ଛାଡି ୧୦୦ରୁ ଉର୍ଦ୍ଧ୍ବ ବହୁତଳ ପ୍ରାସାଦ ଭାଙ୍ଗି ରାସ୍ତା ନିର୍ମାଣର ଆଗ୍ରହ ନେଇ ଲୋକେ ଉଠାଇଲେ ପ୍ରଶ୍ନ।
ଜାତୀୟ ରାଜପଥ କର୍ତୃପକ୍ଷଙ୍କ ନାଲିଆଖିରେ ଭୟଭୀତ ପାରାଦୀପ ବାସିନ୍ଦା। ରାଜପଥ ନିକଟରେ ଘର କରିଥିବା ଲୋକଙ୍କ ପ୍ଲଟକୁ ସରକାରୀ ଜାଗାରେ ବେଆଇନ ନିର୍ମାଣ କରାଯାଇଥିବା ନୋଟିସ ଦେଇ ୭ ଦିନ ଭିତରେ ଭାଙ୍ଗିବା ପାଇଁ ନିର୍ଦ୍ଦେଶ ଦେଇଛି ଏନଏଚଏଆଇ। କୌଣସି କ୍ଷତିପୂରଣ ବିନା ୪୦୦ ଫୁଟରୁ ଅଧିକ ସରକାରୀ ଜାଗା ଛାଡି ୧୦୦ ରୁ ଉର୍ଦ୍ଧ୍ବ ବହୁତଳ ପ୍ରାସାଦ ଭାଙ୍ଗି ରାସ୍ତା ନିର୍ମାଣର ଆଗ୍ରହକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସ୍ଥାନୀୟ ବାସିନ୍ଦା। ଚଣ୍ଡିଖୋଲ ଠାରୁ ପାରାଦୀପ ଅଠରବାଙ୍କି ପର୍ଯ୍ୟନ୍ତ NH-55 ଜାତୀୟ ରାଜପଥକୁ ସମ୍ପ୍ରସାରଣ କରାଯାଇ ୮ ଲେନ ବିଶିଷ୍ଟ କରାଯାଉଛି। ରାସ୍ତାର ଉଭୟ ପଟରେ ଦୁଇ ଲେନ୍ ଲେଖାଏଁ ବଢାଯାଉଛି କିନ୍ତୁ ପାରାଦୀପର ଦୋଛକି ଠାରୁ ଅଠରବାଙ୍କି ପର୍ଯ୍ୟନ୍ତ ରାସ୍ତାକୁ ଏନଏଚଏଆଇ କର୍ତ୍ତୃପକ୍ଷ ଗୋଟିଏ ପଟରେ ନେବାକୁ ଡିଜାଇନ କରାଯାଇଛି।
ପାରାଦୀପ ବନ୍ଦରକୁ ଦୈନିକ ୨୦ ହଜାରରୁ ଉର୍ଦ୍ଧ୍ବ ଭାରିଯାନ ଚଳାଚଳ କରୁଛି, ଏଥିପାଇଁ ଥିବା ୪ ଲେନ୍ ବିଶିଷ୍ଟ ରାସ୍ତା ପର୍ଯ୍ୟାପ୍ତ ହେଉନଥିବା ବେଳେ ଏହାକୁ ୮ ଲେନ୍ କରିବା ଘୋଷଣାକୁ ସବୁ ମହଲରୁ ସ୍ବାଗତ କରାଯାଇଛି। କିନ୍ତୁ NHAI ନିଜର ସରକାରୀ ଜାଗା ଛାଡି ପ୍ରାଇଭେଟ ଜମିରେ ଘର କରିଥିବା ଲୋକଙ୍କୁ ସରକାରୀ ଜାଗାରେ ବେଆଇନ ନିର୍ମାଣ କରିଥିବା ଦର୍ଶାଇ ୭ ଦିନ ଭିତରେ ଘର ଭାଙ୍ଗିବା ପାଇଁ ନୋଟିସ କରିଥିବା ଅଭିଯୋଗ ହୋଇଛି। ଯଦି ନିଷ୍ପତ୍ତିର ପୂର୍ଣ୍ଣ ବିଚାର କରା ନଯାଏ , ତେବେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ସ୍ଥାନୀୟ ଲୋକେ। ଯେଉଁମାନେ ସରକାରୀ ଜାଗାରେ ଘର କରିଛନ୍ତି ସେମାନଙ୍କର ଭଙ୍ଗାଯିବ ଏବଂ ଯାହାର ନିଜସ୍ବ ଜାଗା ଅଛି ସେମାନଙ୍କୁ ସରକାରୀ ନିୟମ ଅନୁଯାଇ କ୍ଷତିପୂରଣ ଦିଆଯିବ ବୋଲି NHAI ପ୍ରୋଜେକ୍ଟ ଡାଇରେକ୍ଟର ଜେ ପି ବର୍ମା କହିଛନ୍ତି।
The post NH-55 ସମ୍ପ୍ରସାରଣକୁ ବିରୋଧ, ସରକାରୀ ଜାଗାରେ ବେଆଇନ ନିର୍ମାଣ ନେଇ ଆସିଲା ନୋଟିସ appeared first on .