Nothing ନାଁରେ ନୂଆ ରେକର୍ଡ, ୬୦ ମିନିଟରେ ବିକ୍ରି କଲା ୬୦,୦୦୦ରୁ ଅଧିକ ଫୋନ୍

ନୂଆଦିଲ୍ଲୀ: ୟୁକେର ସ୍ମାର୍ଟଫୋନ ନିର୍ମାତା Nothing ମାର୍ଚ୍ଚ ୫ରେ ଭାରତୀୟ ବଜାରରେ ନିଜର ପ୍ରଥମ ମିଡ୍ ରେଞ୍ଜ ସ୍ମାର୍ଟଫୋନ Nothing Phone 2a ଲଞ୍ଚ କରିଥିଲା । ଏହି ଫୋନକୁ ମାର୍ଚ୍ଚ ୧୨ରେ ପ୍ରଥମ ଥର ସେଲ୍ ପାଇଁ ଉପଲବ୍ଧ କରାଯାଇଥିଲା । ସେଲ୍ ଆରମ୍ଭ ହେବା ପରେ ଫୋନ ପ୍ରତି ଗ୍ରାହକଙ୍କ ଜବରଦସ୍ତ ରେସପନ୍ସ ଦେଖିବାକୁ ମିଳିଥିଲା । Nothing Phone 2aର ବିକ୍ରି ନୂଆ ରେକର୍ଡ କରିଛି । ଫୋନର ବିକ୍ରିରେ କମ୍ପାନିର ସିଇଓ କାର୍ଲ ପେଇ ମଧ୍ୟ ବେଶ ଖୁସି ଅଛନ୍ତି । କମ୍ପାନିର ପ୍ରତିଷ୍ଠାତା କାର୍ଲ ପେଇ ନିଜ ଅଫିସିଆଲ୍ ଏକ୍ସ ପୋଷ୍ଟରେ ସୂଚନା ଦେଇଛନ୍ତି ଯେ Nothing ୬୦ ମିନିଟରେ ୬୦ ହଜାର Phone 2a ସ୍ମାର୍ଟଫୋନ ବିକ୍ରି କରିଛି । ଏହାସହ ନଥିଙ୍ଗ ସିଇଓ କାର୍ଲ ପେଇ ଏକ୍ସ ୟୁଜରଙ୍କ ପ୍ରଶ୍ନର ଜବାବ ଦେଇ କହିଛନ୍ତି ଯେ Phone 2a ସ୍ମାର୍ଟଫୋନ ପ୍ରଥମ ଘଣ୍ଟାରେ ମୋଟ ୬୯,୪୨୦ ଫୋନ ବିକ୍ରି କରିଛି ।Nothing Phone 2a ଫୋନ ତିନି ଷ୍ଟୋରେଜ ଭାରିଆଣ୍ଟରେ ବଜାରରେ ଉପଲବ୍ଧ । 8GB RAM+128GB, 8GB RAM+256GB, 12GB RAM+256GB । ଏହାର ବେସ୍ ଭାରିଆଣ୍ଟର ମୂଲ୍ୟ ୨୩,୯୯୯ ଟଙ୍କା । ସେହିପରି ଅନ୍ୟ ଦୁଇର ମୂଲ୍ୟ ଯଥାକ୍ରମେ, ୨୫,୯୯୯ ଟଙ୍କା ଏବଂ ୨୭,୯୯୯ ଟଙ୍କା । ଏହି ସ୍ମାର୍ଟଫୋନର କିଣା ଉପରେ ଆଜି ୨ ହଜାର ଟଙ୍କାର ସ୍ପେଶାଲ ଡିସକାଉଣ୍ଟ ଅଫର ଥିଲା । ଏହା ବ୍ୟତୀତ ଏଚଡିଏଫସି ବ୍ୟାଙ୍କ କାର୍ଡରେ କିଣିବା ଦ୍ୱାରା ୨ ହଜାର ଟଙ୍କା

Nothing ନାଁରେ ନୂଆ ରେକର୍ଡ, ୬୦ ମିନିଟରେ ବିକ୍ରି କଲା ୬୦,୦୦୦ରୁ ଅଧିକ ଫୋନ୍

ନୂଆଦିଲ୍ଲୀ: ୟୁକେର ସ୍ମାର୍ଟଫୋନ ନିର୍ମାତା Nothing ମାର୍ଚ୍ଚ ୫ରେ ଭାରତୀୟ ବଜାରରେ ନିଜର ପ୍ରଥମ ମିଡ୍ ରେଞ୍ଜ ସ୍ମାର୍ଟଫୋନ Nothing Phone 2a ଲଞ୍ଚ କରିଥିଲା । ଏହି ଫୋନକୁ ମାର୍ଚ୍ଚ ୧୨ରେ ପ୍ରଥମ ଥର ସେଲ୍ ପାଇଁ ଉପଲବ୍ଧ କରାଯାଇଥିଲା । ସେଲ୍ ଆରମ୍ଭ ହେବା ପରେ ଫୋନ ପ୍ରତି ଗ୍ରାହକଙ୍କ ଜବରଦସ୍ତ ରେସପନ୍ସ ଦେଖିବାକୁ ମିଳିଥିଲା । Nothing Phone 2aର ବିକ୍ରି ନୂଆ ରେକର୍ଡ କରିଛି । ଫୋନର ବିକ୍ରିରେ କମ୍ପାନିର ସିଇଓ କାର୍ଲ ପେଇ ମଧ୍ୟ ବେଶ ଖୁସି ଅଛନ୍ତି । 

କମ୍ପାନିର ପ୍ରତିଷ୍ଠାତା କାର୍ଲ ପେଇ ନିଜ ଅଫିସିଆଲ୍ ଏକ୍ସ ପୋଷ୍ଟରେ ସୂଚନା ଦେଇଛନ୍ତି ଯେ Nothing ୬୦ ମିନିଟରେ ୬୦ ହଜାର Phone 2a ସ୍ମାର୍ଟଫୋନ ବିକ୍ରି କରିଛି । ଏହାସହ ନଥିଙ୍ଗ ସିଇଓ କାର୍ଲ ପେଇ ଏକ୍ସ ୟୁଜରଙ୍କ ପ୍ରଶ୍ନର ଜବାବ ଦେଇ କହିଛନ୍ତି ଯେ Phone 2a ସ୍ମାର୍ଟଫୋନ ପ୍ରଥମ ଘଣ୍ଟାରେ ମୋଟ ୬୯,୪୨୦ ଫୋନ ବିକ୍ରି କରିଛି ।

Nothing Phone 2a ଫୋନ ତିନି ଷ୍ଟୋରେଜ ଭାରିଆଣ୍ଟରେ ବଜାରରେ ଉପଲବ୍ଧ । 8GB RAM+128GB, 8GB RAM+256GB, 12GB RAM+256GB । ଏହାର ବେସ୍ ଭାରିଆଣ୍ଟର ମୂଲ୍ୟ ୨୩,୯୯୯ ଟଙ୍କା । ସେହିପରି ଅନ୍ୟ ଦୁଇର ମୂଲ୍ୟ ଯଥାକ୍ରମେ, ୨୫,୯୯୯ ଟଙ୍କା ଏବଂ ୨୭,୯୯୯ ଟଙ୍କା । ଏହି ସ୍ମାର୍ଟଫୋନର କିଣା ଉପରେ ଆଜି ୨ ହଜାର ଟଙ୍କାର ସ୍ପେଶାଲ ଡିସକାଉଣ୍ଟ ଅଫର ଥିଲା । ଏହା ବ୍ୟତୀତ ଏଚଡିଏଫସି ବ୍ୟାଙ୍କ କାର୍ଡରେ କିଣିବା ଦ୍ୱାରା ୨ ହଜାର ଟଙ୍କା ଅତିରିକ୍ତ ରିହାତି ମିଳୁଥିଲା ।