NTRଙ୍କ ଠାରୁ ପୂଜା ଭଟ୍ଟ ଯାଏଁ, ସୈଫ୍ଙ୍କୁ ଛୁରାମାଡ ନେଇ କଲେ ନିନ୍ଦା ; ଆଇନ ବ୍ୟବସ୍ଥା ଉପରେ ଉଠାଇଲେ ପ୍ରଶ୍ନ
ମୁମ୍ଵାଇ ୧୬।୦୧; ଗୁରୁବାର ବଲିଉଡ ଅଭିନେତା ସୈଫ ଅଲି ଖାନଙ୍କୁ ଛୁରାମାଡ଼ ଘଟଣା । ଏହା ଚୋରି ଥିଲା ନା ଷଡଯନ୍ତ୍ର । ଅଭିନେତାଙ୍କ ବାନ୍ଦ୍ରା ଘରେ ପଶି ତାଙ୍କୁ ଦୁଇ ରୁ ତିନି ଥର ଛୁରୀରେ ଆକ୍ରମଣ କରିଥିଲେ । ଫଳରେ ଅଭିନେତାଙ୍କୁ ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ବର୍ତ୍ତମାନ ତାଙ୍କର ଅସ୍ତ୍ରୋପଚାର ସରିଛି । କଡା ସୁରକ୍ଷା ସତ୍ତ୍ୱେ ଅଭିନେତାଙ୍କ ଉପରେ ହୋଇଥିବା ଆକ୍ରମଣ ନେଇ ଫ୍ୟାନ୍ସ ଓ ସେଲିବ୍ରିଟି ହୋଇଛନ୍ତି ଆଶ୍ଚର୍ଯ୍ୟ । ଜୁନିଅର ଏନଟିଆରଙ୍କ ଠାରୁ ପୂଜା ଭଟ୍ଟଙ୍କ ଯାଏଁ ଅନେକ ତାରକା ଏହି ଘଟଣାକୁ ନିନ୍ଦା କରିଛନ୍ତି ଏବଂ ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି ।ସୈଫଙ୍କ ଉପରେ ଆକ୍ରମଣ ଘଟଣା ନେଇ ଅଭିନେତ୍ରୀ ପୂଜା ଭଟ୍ଟ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି । ଅଭିନେତ୍ରୀ ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ ପୋଷ୍ଟ କରି ଲେଖିଛନ୍ତି, 'ଆଇନ ଏବଂ ବ୍ୟବସ୍ଥା । ଆମ ପାଖରେ ଆଇନ ଅଛି...ବ୍ୟବସ୍ଥା କ'ଣ ?' ଦ୍ୱିତୀୟ ଟ୍ୱିଟରେ ସେ ଲେଖିଛନ୍ତି- 'ମୁମ୍ବାଇ ପୋଲିସ ଏହାକୁ ନିୟନ୍ତ୍ରଣ କରିପାରିବ କି? ବାନ୍ଦ୍ରାରେ ଆମକୁ ଅଧିକ ପୋଲିସ ଅଧିକାରୀ ଦରକାର । ଏହି ସହର ଏବଂ ବିଶେଷକରି ବାନ୍ଦ୍ରା ପୂର୍ବରୁ ନିଜକୁ ଏତେ ଅସୁରକ୍ଷିତ ମନେ କରିନାହିଁ । ସ୍ଥାନୀୟ ପୋଲିସ ଆମର ପ୍ରଥମ ରକ୍ଷକ । ଏପରି ପରିବେଶ ସୃଷ୍ଟି କରିବା ଆଇନ ଶୃଙ୍ଖଳାକାରୀଙ୍କ କର୍ତ୍ତବ୍ୟ ଯେଉଁଠାରେ ଅପରାଧ କରୁଥିବା ଲୋକମା
ମୁମ୍ଵାଇ ୧୬।୦୧; ଗୁରୁବାର ବଲିଉଡ ଅଭିନେତା ସୈଫ ଅଲି ଖାନଙ୍କୁ ଛୁରାମାଡ଼ ଘଟଣା । ଏହା ଚୋରି ଥିଲା ନା ଷଡଯନ୍ତ୍ର । ଅଭିନେତାଙ୍କ ବାନ୍ଦ୍ରା ଘରେ ପଶି ତାଙ୍କୁ ଦୁଇ ରୁ ତିନି ଥର ଛୁରୀରେ ଆକ୍ରମଣ କରିଥିଲେ । ଫଳରେ ଅଭିନେତାଙ୍କୁ ମୁମ୍ବାଇର ଲୀଲାବତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ବର୍ତ୍ତମାନ ତାଙ୍କର ଅସ୍ତ୍ରୋପଚାର ସରିଛି । କଡା ସୁରକ୍ଷା ସତ୍ତ୍ୱେ ଅଭିନେତାଙ୍କ ଉପରେ ହୋଇଥିବା ଆକ୍ରମଣ ନେଇ ଫ୍ୟାନ୍ସ ଓ ସେଲିବ୍ରିଟି ହୋଇଛନ୍ତି ଆଶ୍ଚର୍ଯ୍ୟ । ଜୁନିଅର ଏନଟିଆରଙ୍କ ଠାରୁ ପୂଜା ଭଟ୍ଟଙ୍କ ଯାଏଁ ଅନେକ ତାରକା ଏହି ଘଟଣାକୁ ନିନ୍ଦା କରିଛନ୍ତି ଏବଂ ଆଇନ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି ।
ସୈଫଙ୍କ ଉପରେ ଆକ୍ରମଣ ଘଟଣା ନେଇ ଅଭିନେତ୍ରୀ ପୂଜା ଭଟ୍ଟ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି । ଅଭିନେତ୍ରୀ ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇଛନ୍ତି । ସେ ପୋଷ୍ଟ କରି ଲେଖିଛନ୍ତି, 'ଆଇନ ଏବଂ ବ୍ୟବସ୍ଥା । ଆମ ପାଖରେ ଆଇନ ଅଛି...ବ୍ୟବସ୍ଥା କ'ଣ ?' ଦ୍ୱିତୀୟ ଟ୍ୱିଟରେ ସେ ଲେଖିଛନ୍ତି- 'ମୁମ୍ବାଇ ପୋଲିସ ଏହାକୁ ନିୟନ୍ତ୍ରଣ କରିପାରିବ କି? ବାନ୍ଦ୍ରାରେ ଆମକୁ ଅଧିକ ପୋଲିସ ଅଧିକାରୀ ଦରକାର ।

ଏହି ସହର ଏବଂ ବିଶେଷକରି ବାନ୍ଦ୍ରା ପୂର୍ବରୁ ନିଜକୁ ଏତେ ଅସୁରକ୍ଷିତ ମନେ କରିନାହିଁ । ସ୍ଥାନୀୟ ପୋଲିସ ଆମର ପ୍ରଥମ ରକ୍ଷକ । ଏପରି ପରିବେଶ ସୃଷ୍ଟି କରିବା ଆଇନ ଶୃଙ୍ଖଳାକାରୀଙ୍କ କର୍ତ୍ତବ୍ୟ ଯେଉଁଠାରେ ଅପରାଧ କରୁଥିବା ଲୋକମାନେ ଆରାମ ଅନୁଭବ କରିପାରିବେ ନାହିଁ । ଏପରି ଅପରାଧିକ କାର୍ଯ୍ୟକଳାପକୁ ରୋକିବା ପାଇଁ ପୋଲିସ ଅଧିକାରୀମାନେ କାର୍ଯ୍ୟ କରିବା ଉଚିତ୍ ।'
Shocked and saddened to hear about the attack on Saif sir.
Wishing and praying for his speedy recovery and good health.— Jr NTR (@tarak9999) January 16, 2025
ଜୁନିଅର ଏନଟିଆର ଅଭିନେତାଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ନିନ୍ଦା କରିଛନ୍ତି । ସେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, "ସୈଫ ସାରଙ୍କ ଉପରେ ହୋଇଥିବା ଆକ୍ରମଣ ବିଷୟରେ ଶୁଣି ମୁଁ ଆଶ୍ଚର୍ଯ୍ୟ ଏବଂ ଦୁଃଖିତ । ତାଙ୍କ ଶୀଘ୍ର ଆରୋଗ୍ୟ ଏବଂ ସ୍ୱାସ୍ଥ୍ୟ ପାଇଁ ମୁଁ ପ୍ରାର୍ଥନା କରୁଛି ।"
Deeply Disturbed by news of the attack by an intruder on #SaifAliKhan
Wishing and praying for his speedy recovery.— Chiranjeevi Konidela (@KChiruTweets) January 16, 2025
ସେହିପରି ଘଟଣା ନେଇ ଚିନ୍ତା ପ୍ରକଟ କରିଛନ୍ତି ଚିରଞ୍ଜିବୀ । ସେ ଏକ୍ସରେ ପୋଷ୍ଟ କରି ଲେଖିଛନ୍ତି, ''ସୈଫଙ୍କ ଉପରେ ଦୁବୃର୍ତ୍ତଙ୍କ ଆକ୍ରମଣ ଖବର ଶୁଣି ଗଭୀର ଭାବରେ ମର୍ମାହତ । ତାଙ୍କର ଶୀଘ୍ର ଆରୋଗ୍ୟ ପାଇଁ କାମନା କରୁଛି ।''
ପୂର୍ବତନ ସିଏମ୍ ଏବଂ ଆମ୍ ଆଦମୀ ପାର୍ଟି ନେତା ଅରବିନ୍ଦ କେଜ୍ରିୱାଲ ମଧ୍ୟ ଘଟଣା ନେଇ ପ୍ରତିକ୍ରିୟା ଦେଇଛନ୍ତି । ସେ ଏକ୍ସରେ ପୋଷ୍ଟ ସେୟାର କରି ଲେଖିଛନ୍ତି, ସୈଫ ଅଲି ଖାନଙ୍କ ଆକ୍ରମଣ ଖବର ଶୁଣି ମୁଁ ଆଶ୍ଚର୍ଯ୍ୟ । ମୁଁ ତାଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି । ତାଙ୍କ ପରିବାର ଏହି କଷ୍ଟ ସମୟରେ ସାହସ ମିଳୁ ।