OASଙ୍କ ହାତ ଧରିବେ ମାହାଙ୍ଗା ବିଧାୟକ, ରାଜସ୍ଥାନରେ ହେବ…

ଭୁବନେଶ୍ୱର,୧ା୩: ଆସନ୍ତାକାଲି ଅର୍ଥାତ୍‌ ରବିବାର ବିବାହ ବନ୍ଧନରେ ବାନ୍ଧି ହେବେ ମାହାଙ୍ଗା ବିଧାୟକ ଶାରଦା ପ୍ରସାଦ ପ୍ରଧାନ। କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ବାରିମୂଳ ଗାଁର ସିପ୍ରା ପ୍ରିୟଦର୍ଶିନୀଙ୍କ ସହ ଶାରଦାଙ୍କର ହସ୍ତଗଣ୍ଠି ପଡ଼ିବ। ବିଧାୟକ ଶାରଦାଙ୍କ ଭାବୀ ପତ୍ନୀ ସିପ୍ରା ଓଏଏ୍‌ସ ପାଇ ଏବେ ତାଲିମ ନେଉଛନ୍ତି। ଆଜି ମଙ୍ଗନ ଉତ୍ସବ ଧୂମ୍‌ଧାମରେ ପାଳନ ହୋଇଥିବାବେଳେ ଆସନ୍ତାକାଲି ରାଜସ୍ଥାନର ଜୟପୁର ସହରରେ ବିବାହ ଉତ୍ସବ ଅନୁଷ୍ଠିତ ହେବ। ସିପ୍ରା କଟକ ଜଗତପୁରସ୍ଥିତ  ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କରେ […] The post OASଙ୍କ ହାତ ଧରିବେ ମାହାଙ୍ଗା ବିଧାୟକ, ରାଜସ୍ଥାନରେ ହେବ… appeared first on Dharitri Odia News.

OASଙ୍କ ହାତ ଧରିବେ ମାହାଙ୍ଗା ବିଧାୟକ, ରାଜସ୍ଥାନରେ ହେବ…

ଭୁବନେଶ୍ୱର,୧ା୩: ଆସନ୍ତାକାଲି ଅର୍ଥାତ୍‌ ରବିବାର ବିବାହ ବନ୍ଧନରେ ବାନ୍ଧି ହେବେ ମାହାଙ୍ଗା ବିଧାୟକ ଶାରଦା ପ୍ରସାଦ ପ୍ରଧାନ। କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ ବାରିମୂଳ ଗାଁର ସିପ୍ରା ପ୍ରିୟଦର୍ଶିନୀଙ୍କ ସହ ଶାରଦାଙ୍କର ହସ୍ତଗଣ୍ଠି ପଡ଼ିବ। ବିଧାୟକ ଶାରଦାଙ୍କ ଭାବୀ ପତ୍ନୀ ସିପ୍ରା ଓଏଏ୍‌ସ ପାଇ ଏବେ ତାଲିମ ନେଉଛନ୍ତି। ଆଜି ମଙ୍ଗନ ଉତ୍ସବ ଧୂମ୍‌ଧାମରେ ପାଳନ ହୋଇଥିବାବେଳେ ଆସନ୍ତାକାଲି ରାଜସ୍ଥାନର ଜୟପୁର ସହରରେ ବିବାହ ଉତ୍ସବ ଅନୁଷ୍ଠିତ ହେବ।

ସିପ୍ରା କଟକ ଜଗତପୁରସ୍ଥିତ  ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କରେ କାର୍ଯ୍ୟ କରୁଥିଲେ । ପୂର୍ବରୁ ସିପ୍ରା ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକରେ ସାମାଜିକ ସମ୍ପ୍ରସାରଣ ଅଧିକାରୀ ଭାବେ କାର୍ଯ୍ୟ  କରୁଥିଲେ । ନିକଟରେ ସେ ଓଏଏସ୍‌ ପାଇବା ପରେ ତାଲିମ ନେଉଛନ୍ତି।

The post OASଙ୍କ ହାତ ଧରିବେ ମାହାଙ୍ଗା ବିଧାୟକ, ରାଜସ୍ଥାନରେ ହେବ… appeared first on Dharitri Odia News.