Odisha Politics: ଲହୁ, ଲୁହ ଓ ଲୁଣ୍ଠନର ପୃଷ୍ଠଭୂମିରେ ଫିକା ପଡ଼ିଗଲା କି ଲଣ୍ଠନ ଆଲୁଅ ?
ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଜଣାପଡିଲା ଯେ, ମୁଖ୍ୟମନ୍ତ୍ରୀ ସେଦିନ କିଛି ବିଧାନସଭା ବାହାର ସରକାରୀ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ଆସିପାରିନଥିଲେ । ଗୋଟିଏ ଦିନର କାର୍ଯ୍ୟବ୍ୟସ୍ତତା ଯୋଗୁ ମୁଖ୍ୟମନ୍ତ୍ରୀ ଆସିପାରିନଥିବାରୁ ବିଜେଡିକୁ ଲଣ୍ଠନ ଧରିବାକୁ ପଡିଲା । ହେଲେ ସେମାନଙ୍କର ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦିନଦିନ ଧରି ବିଧାନସଭା ନଆସି ନବୀନ ନିବାସରେ ଆରାମ କରିବାର ନଜିର ରହିଛି । ଏହାଛଡା ଅନେକ ସମୟରେ ଭର୍ଚ୍ୟୁଆଲ୍ ବା ଟିଭି ପରଦାରେ ସେ ନିଜର ସରକାରୀ କାର୍ଯ୍ୟ ସମ୍ପାଦିତ କରୁଥିଲେ ।