Oldest Penguin: ସବୁଠୁ ବୟସ୍କ ପେଙ୍ଗୁଇନ୍‌

ଲଣ୍ଡନ: ବେଳେବେଳେ ଅନେକ ପ୍ରାଣୀ ସେମାନଙ୍କର ସାଧାରଣ ଜୀବନକାଳଠାରୁ ଅଧିକ ସମୟ ପର୍ଯ୍ୟନ୍ତ ବଞ୍ଚତ୍ରହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାନ୍ତି। ଏହିପରି ଏକ ପ୍ରାଣୀ ନିକଟରେ ଚର୍ଚ୍ଚାରେ ରହିଛି, ଯାହା ନିଜ ପ୍ରଜାତିର ଅନ୍ୟ ପ୍ରାଣୀଙ୍କ ଅପେକ୍ଷା କେବଳ ବର୍ଷେ କିମ୍ବା ୨ ବର୍ଷ ନୁହେଁ ବରଂ ୨ରୁ ୩ଗୁଣା ଅଧିକ ସମୟ ବଞ୍ଚି ରେକର୍ଡ ସୃଷ୍ଟି କରିଛି। ଗତ ୧୬ ତାରିଖରେ ବିଶ୍ୱର ସବୁଠାରୁ ବୟସ୍କ ହମ୍‌ବୋଲ୍ଡଟ ପେଙ୍ଗୁଇନ୍‌ ସ୍ପନେବ ନିଜର ୩୭ତମ ଜନ୍ମଦିନ ପାଳନ କରି […] The post Oldest Penguin: ସବୁଠୁ ବୟସ୍କ ପେଙ୍ଗୁଇନ୍‌ appeared first on Dharitri Odia News.

Oldest Penguin: ସବୁଠୁ ବୟସ୍କ ପେଙ୍ଗୁଇନ୍‌

ଲଣ୍ଡନ: ବେଳେବେଳେ ଅନେକ ପ୍ରାଣୀ ସେମାନଙ୍କର ସାଧାରଣ ଜୀବନକାଳଠାରୁ ଅଧିକ ସମୟ ପର୍ଯ୍ୟନ୍ତ ବଞ୍ଚତ୍ରହି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥାନ୍ତି। ଏହିପରି ଏକ ପ୍ରାଣୀ ନିକଟରେ ଚର୍ଚ୍ଚାରେ ରହିଛି, ଯାହା ନିଜ ପ୍ରଜାତିର ଅନ୍ୟ ପ୍ରାଣୀଙ୍କ ଅପେକ୍ଷା କେବଳ ବର୍ଷେ କିମ୍ବା ୨ ବର୍ଷ ନୁହେଁ ବରଂ ୨ରୁ ୩ଗୁଣା ଅଧିକ ସମୟ ବଞ୍ଚି ରେକର୍ଡ ସୃଷ୍ଟି କରିଛି। ଗତ ୧୬ ତାରିଖରେ ବିଶ୍ୱର ସବୁଠାରୁ ବୟସ୍କ ହମ୍‌ବୋଲ୍ଡଟ ପେଙ୍ଗୁଇନ୍‌ ସ୍ପନେବ ନିଜର ୩୭ତମ ଜନ୍ମଦିନ ପାଳନ କରି ରେକର୍ଡ କରିଛି। ଏହି ଅବସରରେ ସ୍ପନେବ ଥିବା ଇଂଲଣ୍ଡର କର୍ନୱାଲ ଅନ୍ତର୍ଗତ ହାୟଲେସ୍ଥିତ ପାରାଡାଇଜ୍‌ ପାର୍କ ପ୍ରାଣୀ ଉଦ୍ୟାନରେ ବରଫ ଏବଂ ମାଛରେ ତିଆରି ଏକ କେକ୍‌ କରାଯାଇଥିଲା। ସାଧାରଣତଃ ଏକ ହମ୍‌ବୋଲ୍ଡଟ ପ୍ରଜାତିର ପେଙ୍ଗୁଇନ୍‌ଙ୍କ ଆୟୁ ସାଧାରଣତଃ ୧୦ରୁ ୧୫ ବର୍ଷ ହୋଇଥିବା ବେଳେ ସ୍ପନେବର ବର୍ତ୍ତମାନର ବୟସ ଏହାଠାରୁ ପ୍ରାୟ ୩ ଗୁଣା ଅଧିକ। ୧୯୮୮ ମସିହାରୁ ଏହି ପେଙ୍ଗୁଇନ୍‌ଟି ପାରାଡାଇଜ୍‌ ପାର୍କ ପ୍ରାଣୀ ଉଦ୍ୟାନରେ ରହିଆସୁଛି।

ସ୍ପନେବର ଯତ୍ନ ନେଉଥିବା ପ୍ରାଣୀ ଉଦ୍ୟାନର କର୍ମଚାରୀମାନେ କହିଛନ୍ତି, ସାରା ବିଶ୍ୱରୁ ସଂଗୃହିତ ରେକର୍ଡ ଅନୁଯାୟୀ ସ୍ପନେବ ହେଉଛି ନିଜ ପ୍ରଜାତିର ସବୁଠାରୁ ବୟସ୍କ ପେଙ୍ଗୁଇନ୍‌। ତେବେ ବୃଦ୍ଧାବସ୍ଥାରେ ଥିଲେ ମଧ୍ୟ ସ୍ପନେବ ସଂପୂର୍ଣ୍ଣ ଭାବେ ସୁସ୍ଥ ଥିବା ସହ ଠିକ୍‌ ଭାବେ ଚାଲି ପାରୁଛି ବୋଲି ସେମାନେ କହିଛନ୍ତି। ସ୍ପନେବ ହମ୍‌ବୋଲ୍ଡଟ ପ୍ରଜାତିର ସବୁଠାରୁ ବୟସ୍କ ପେଙ୍ଗୁଇନ୍‌ ହୋଇଥିବା ବେଳେ ଏବେ ମଧ୍ୟ ଏହା ବିଶ୍ୱର ସବୁଠାରୁ ବୟସ୍କ ପେଙ୍ଗୁଇନ୍‌ ହେବାର ରେକର୍ଡକୁ ହାସଲ କରିପାରିନାହିଁ। ଏହି ଅନନ୍ୟ ରେକର୍ଡ ଦକ୍ଷିଣ ଆଫ୍ରିକାର ଏକ ପେଙ୍ଗୁଇନ୍‌ ନାମରେ ରହିଛି, ଯାହାର ମୃତ୍ୟୁ ୨୦୨୩ରେ ହୋଇଥିଲା। ସ୍ପନେବ ୧୯୮୮ରେ ଇଂଲଣ୍ଡର ସରେରେ ଜନ୍ମ ହୋଇଥିଲା। ଏହାପରେ ସ୍ପନେବକୁ ପାରାଡାଇଜ୍‌ ପାର୍କ ପ୍ରାଣୀ ଉଦ୍ୟାନକୁ ସ୍ଥାନାନ୍ତରିତ କରାଯାଇଥିଲା।

The post Oldest Penguin: ସବୁଠୁ ବୟସ୍କ ପେଙ୍ଗୁଇନ୍‌ appeared first on Dharitri Odia News.