Ollywood Actor Manoj Mishra: ଅଭିନେତା ମନୋଜ ମିଶ୍ରଙ୍କ ନାଁରେ ସାଇବର ଥାନାରେ ଏତଲା

ସଂପର୍କରେ ମନୋଜ ମିଶ୍ରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି। 

Ollywood Actor Manoj Mishra: ଅଭିନେତା ମନୋଜ ମିଶ୍ରଙ୍କ ନାଁରେ ସାଇବର ଥାନାରେ ଏତଲା

ପୁଣି ବିବାଦରେ ଓଡ଼ିଆ ଅଭିନେତା ମନୋଜ ମିଶ୍ର। ତାଙ୍କ ନାଁରେ ପୁଣି ଥରେ ଦାୟାର ହୋଇଛି ଏତଲା। କଟକ ସାଇବର ଥାନାରେ ଏତଲା ଦେଇଛି ଓଡ଼ିଶା ଫିଲ୍ମ୍ ଓ ଟିଭି ନିର୍ଦ୍ଦେଶକ ସଂଘ। ଓଡିଆ ଫିଲ୍ମ ନିର୍ଦେଶକଙ୍କ ବିରୋଧରେ ବାରମ୍ବାର ସୋସିଆଲ ମିଡିଆରେ ଅରୁଚିକର ମନ୍ତବ୍ୟ ଦେଉଥିବା ଅଭିଯୋଗ କରି ସଂଘ ଏତଲା ଦେଇଛି।

ଓଡିଶାରେ ଓଡ଼ିଆ ଫିଲ୍ମ ନିର୍ଦେଶକ ନାହାନ୍ତି କି ନିର୍ଦେଶନା କ'ଣ ଜାଣି ନାହାଁନ୍ତି ବୋଲି ସୋସିଆଲ ମିଡିଆରେ ମନୋଜ ବାରମ୍ବାର ମନ୍ତବ୍ୟ ଦେଉଥିବା ସଂଘ ଅଭିଯୋଗ କରିଛି। ନିଜର ବ୍ୟକ୍ତିଗତ ଓ ରାଜନୈତିକ ଉଦ୍ଦେଶ୍ୟ ରଖି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ମନୋଜ ବଦନାମ କରୁଛନ୍ତି ବୋଲି କହିଛନ୍ତି ବରିଷ୍ଠ ଫିଲ୍ମ ନିର୍ଦ୍ଦେଶକ। ତେବେ ଏ ସଂପର୍କରେ ମନୋଜ ମିଶ୍ରଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି। 

ଏହାସହ ପଢ଼ନ୍ତୁ: Manoj Mitra Death: ଚାଲିଗଲେ ଜଣାଶୁଣା ଥିଏଟର କଳାକାର ମନୋଜ ମିତ୍ର 

ତେବେ ସୋସିଆଲ୍ ମିଡ଼ିଆରେ କ’ଣ କହିଥିଲେ ଅଭିନେତା ମନୋଜ ମିଶ୍ର, ଯାହାକୁ ନେଇ ମୁଣ୍ଡ ଟେକିଛି ବିବାଦ। ବିଭିନ୍ନ ସମୟରେ ବିଭିନ୍ନ କଥା କହିଛନ୍ତି ମନୋଜ ମିଶ୍ର। ତା ମଧ୍ୟରୁ ଗୋଟିଏ ଭିଡିଓରେ ସେ କହିଛନ୍ତି, ‘ଯେଉଁ ପ୍ରଡ୍ୟୁସର ମାନେ କିଛି ଜାଣିନାହାଁନ୍ତି, ସେମାନଙ୍କ ମଧ୍ୟରୁ କିଛି ନିର୍ଦ୍ଦେଶକ ଭୁଆଁ ବୁଲାଇ କୋଟି କୋଟି ଟଙ୍କା ନେଇ ଯେଉଁ ଫିଲ୍ମ ବନାଉଛନ୍ତି, ବିଗତ ୨୦-୩୦ ବର୍ଷ ହେଲା ଚାଲିଛି। ସେଇମାନଙ୍କ ଚକ୍କରରେ ପଡ଼ି ଆଜି ଆମର ଏଭଳି ଅବସ୍ଥା।’

‘ନେକ୍ସଟ ଏକ୍ସପୋଜ କରିଛି, ଗୋଟିଏ ଡାଇରେକ୍ଟରଙ୍କୁ। ଯାହାର ଲାଷ୍ଟ ହିଟ୍ ଫିଲ୍ମ୍ କୋଉଟା ମୁଁ ଜାଣିନି, କିନ୍ତୁ ପ୍ରଡ଼୍ୟୁସରମାନଙ୍କଠାରୁ ସେ କୋଟି କୋଟି ଟଙ୍କା ନେଇକି ଫିଲ୍ମ କରେ। ପୁରା ହିସାବ ଦେବି। ଥରେ ଜଣେ ପ୍ରଡ଼୍ୟୁସର କାମ କଲେ ସେ ସେକଣ୍ଡ ଟାଇମ ତା ପାଖକୁ ଆଉ କେହି କାମ କରିବାକୁ ଆସନ୍ତିନି। କିନ୍ତୁ ସେ ନିଜକୁ ବହୁତ ବଡ଼ ଡାଇରେକ୍ଟର ଭାବେ। ମୁଁ ପୁରା ମିଡିଆ ଡାକିବି। ମିଡ଼ିଆ ସାମ୍ନାରେ ଫିଲ୍ମ ବିଷୟରେ ତା ବିଷୟରେ ଡିସକସ୍ କରିବି। ତା’ର ପୂରା ସିନେମା ସବୁ ଫ୍ରେମ୍ ବାଏ ଫ୍ରେମ୍ ଯେଉଁ କପି ଅଛି ଦୁନିଆକୁ ଦେଖାଇବି। ଯଦି ତାର ହିମ୍ମତ ଅଛି ସେ ମୋ ପାଖକୁ ଆସୁ।’

ଅନ୍ୟପଟେ କିଛି ଦିନ ପୂର୍ବରୁ ମନୋଜ ବି ନିଜେ ଥାନାର ଦ୍ୱାରସ୍ଥ ହୋଇଥିଲେ । ସୋସିଆଲ୍ ମିଡ଼ିଆରେ ଆପତ୍ତିଜନକ ଟିପ୍ପଣୀକୁ ନେଇ ଥାନାର ଦ୍ୱାରସ୍ଥ ହୋଇଥିଲେ ଅଭିନେତା ମନୋଜ ମିଶ୍ର। ସୋସିଆଲ୍ ମିଡ଼ିଆ, ବିଶେଷ କରି ଏକ ୱେବ୍ ଚାନେଲ୍ ଏବଂ ନିର୍ଦ୍ଧିଷ୍ଟ କିଛି ୟୁଟ୍ୟୁବର୍ସଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ ମନୋଜ। ଭୁବନେଶ୍ୱର ସାଇବର ଥାନାର ସେ ଦ୍ୱାରସ୍ଥ ହୋଇଥିଲେ । କେବଳ ମନୋଜ ନୁହଁନ୍ତି, କିଛିଦିନ ତଳେ ସେ ଦ୍ୱିତୀୟ ବିବାହ କରିଥିବା ପତ୍ନୀ ମଧ୍ୟ ସାଙ୍ଗରେ ପହଞ୍ଚିଥିଲେ ସାଇବର ଥାନାରେ।

ମନୋଜଙ୍କ ଅଭିଯୋଗ ଥିଲା, ଆଇନ ସମ୍ମତ ଭାବେ ସେ ଦ୍ୱିତୀୟ ବିବାହ କରିଛନ୍ତି। ପ୍ରଥମ ପତ୍ନୀ ସହ ବିବାହ ବିଛେଦ ପରେ ସେ ଦ୍ୱିତୀୟ ବିବାହ କରିଛନ୍ତି। କିନ୍ତୁ ତାକୁ ନେଇ ନିର୍ଦ୍ଦିଷ୍ଟ ଏକ ୱେବ୍ ଚାନେଲ୍ ଏବଂ କିଛି ୟୁଟ୍ୟୁବର୍ସ ଆପତ୍ତିଜନକ ଟିପ୍ପଣୀ ଦେଉଛନ୍ତି। ଏପରିକି ଦ୍ୱିତୀୟ ବିବାହକୁ ନେଇ ଆକ୍ଷେପ କରାଯାଉଛି। ସାଇବର ପୋଲିସ ମନୋଜଙ୍କ ଏତଲାକୁ ଗ୍ରହଣ କରି ମାମଲା ରୁଜୁ କରିଥିଲା ।

ଏହାସହ ପଢ଼ନ୍ତୁ: Shah Rukh Khan Death Threat Case: ଶାହରୁଖ୍‌ଙ୍କୁ ଦେଇଥିଲେ ହତ୍ୟା ଧମକ, ଅଭିଯୁକ୍ତକୁ ବାନ୍ଧିଲା ମୁମ୍ବାଇ ପୋଲିସ୍‌