Operation Sindhu: ଯୁଦ୍ଧରେ ଜଳୁଛି ମଧ୍ୟପ୍ରାଚ୍ୟ; ଇରାନରୁ ଭାରତୀୟଙ୍କୁ ଉଦ୍ଧାର ପାଇଁ 'ଅପରେସନ ସିନ୍ଧୁ' ଆରମ୍ଭ
ଯୁଦ୍ଧତ୍ରସ୍ତ ଇରାନରୁ ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ 'ଅପରେସନ ସିନ୍ଧୁ' ଆରମ୍ଭ କଲା ଭାରତ । ପ୍ରଥମ ପର୍ଯ୍ୟାୟରେ ଉତ୍ତର ଇରାନରୁ ୧୧୦ ଜଣ ଭାରତୀୟ ଛାତ୍ରଛାତ୍ରୀ ଆର୍ମେନିଆ ଦେଇ ଫେରୁଛନ୍ତି । କାଲି ଭୋରରୁ ଦିଲ୍ଲୀରେ ପହଞ୍ଚିବେ ।