Operation Sindoor: ଚାଇନା କହିଲା ଚମକୁଛି ଭାରତ, ଶହବାଜ ସରିଫଙ୍କୁ ଲାଗିବ ବଡ଼ ଝଟକା
ବେଜିଂ/ନୂଆଦିଲ୍ଲୀ,୯।୫: ଚାଇନା ଗୁରୁବାର ଭାରତ ଏବଂ ପାକିସ୍ତାନକୁ ସଂଯମତା ଅବଲମ୍ବନ କରିବାକୁ ଏବଂ ପରିସ୍ଥିତିକୁ ଆହୁରି ଜଟିଳ କରିପାରୁଥିବା କାର୍ଯ୍ୟରୁ ଦୂରେଇ ରହିବାକୁ ଅନୁରୋଧ କରିଛି। ଏହା ସହିତ, ସେ ଉଭୟ ପଡ଼ୋଶୀଙ୍କୁ ‘ଶାନ୍ତି ଏବଂ ସ୍ଥିରତାର ବୃହତ୍ତର ସ୍ବାର୍ଥ’ରେ କାମ କରିବାକୁ କହିଥିଲେ। ଚାଇନା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଲିନ ଜିଆନ ଏକ ଗଣମାଧ୍ୟମ ବ୍ରିଫିଂ ସମୟରେ କହିଛନ୍ତି ଯେ ବେଜିଂ ବର୍ତ୍ତମାନର ଘଟଣାକ୍ରମ ବିଷୟରେ ଚିନ୍ତିତ। ‘ଆମେ ଉଭୟ ପକ୍ଷକୁ ଶାନ୍ତି ଏବଂ ସ୍ଥିରତାର […] The post Operation Sindoor: ଚାଇନା କହିଲା ଚମକୁଛି ଭାରତ, ଶହବାଜ ସରିଫଙ୍କୁ ଲାଗିବ ବଡ଼ ଝଟକା appeared first on Dharitri Odia News.
ବେଜିଂ/ନୂଆଦିଲ୍ଲୀ,୯।୫: ଚାଇନା ଗୁରୁବାର ଭାରତ ଏବଂ ପାକିସ୍ତାନକୁ ସଂଯମତା ଅବଲମ୍ବନ କରିବାକୁ ଏବଂ ପରିସ୍ଥିତିକୁ ଆହୁରି ଜଟିଳ କରିପାରୁଥିବା କାର୍ଯ୍ୟରୁ ଦୂରେଇ ରହିବାକୁ ଅନୁରୋଧ କରିଛି। ଏହା ସହିତ, ସେ ଉଭୟ ପଡ଼ୋଶୀଙ୍କୁ ‘ଶାନ୍ତି ଏବଂ ସ୍ଥିରତାର ବୃହତ୍ତର ସ୍ବାର୍ଥ’ରେ କାମ କରିବାକୁ କହିଥିଲେ। ଚାଇନା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଲିନ ଜିଆନ ଏକ ଗଣମାଧ୍ୟମ ବ୍ରିଫିଂ ସମୟରେ କହିଛନ୍ତି ଯେ ବେଜିଂ ବର୍ତ୍ତମାନର ଘଟଣାକ୍ରମ ବିଷୟରେ ଚିନ୍ତିତ। ‘ଆମେ ଉଭୟ ପକ୍ଷକୁ ଶାନ୍ତି ଏବଂ ସ୍ଥିରତାର ବ୍ୟାପକ ସ୍ବାର୍ଥରେ କାର୍ଯ୍ୟ କରିବାକୁ, ଜାତିସଂଘ ଚାର୍ଟର ସମେତ ଅନ୍ତର୍ଜାତୀୟ ଆଇନ ପାଳନ କରିବାକୁ, ଶାନ୍ତ ରହିବାକୁ, ସଂଯମତା ଅବଲମ୍ବନ କରିବାକୁ ଏବଂ ପରିସ୍ଥିତିକୁ ଆହୁରି ଜଟିଳ କରିପାରୁଥିବା କାର୍ଯ୍ୟରୁ ବିରତ ରହିବାକୁ ଅନୁରୋଧ କରୁଛୁ,’ ବୋଲି ସେ କହିଛନ୍ତି।
ଏହି ସମୟରେ, ଚାଇନା ଏମିତି କିଛି କରିଛି ଯାହା ପାକିସ୍ତାନକୁ ବିରକ୍ତ କରିବ ବା ପାକିସ୍ତାନର ଶହବାଜ ସରକାରଙ୍କୁ ଖବୁ ଜୋର ଝଟକା ଲାଗିବ। ଭାରତରେ ଚାଇନାର ରାଷ୍ଟ୍ରଦୂତ ଜୁ ଫେଇହୋଙ୍ଗ X ରେ ପୋଷ୍ଟ କରିଛନ୍ତି ଯେ ଚାଇନା ଉନ୍ନତ ଯୋଗାଯୋଗ ଏବଂ EVs ରେ ଆଗୁଆ ଅଛି, ଯେତେବେଳେ ଭାରତ IT ଏବଂ ନବସୃଜନରେ ଚମକୁଛି। ଉଭୟ ଦେଶ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟାକୁ ଆଗକୁ ବଢ଼ାଉଛନ୍ତି, ବିଶ୍ୱ ପ୍ରଗତିକୁ ଆଗେଇ ନେବା ପାଇଁ ଏକାଠି କାମ କରୁଛନ୍ତି।
The post Operation Sindoor: ଚାଇନା କହିଲା ଚମକୁଛି ଭାରତ, ଶହବାଜ ସରିଫଙ୍କୁ ଲାଗିବ ବଡ଼ ଝଟକା appeared first on Dharitri Odia News.