Operation Sindoor: ପ୍ରତିଶୋଧ ନେବାକୁ ଭାରତକୁ ଧମକ ଦେଲା ଅଲ-କାଏଦା ଆତଙ୍କବାଦୀ ସଙ୍ଗଠନ

ଇସଲାମାବାଦ,୮।୫: ଭାରତର ଅପରେଶନ ସିନ୍ଦୁର ପରେ, ଅଲ-କାଏଦାର ଭାରତୀୟ ଉପମହାଦେଶ ଶାଖା (AQIS) ଏକ ବିବୃତ୍ତି ଜାରି କରି କହିଛି ଯେ ପାକିସ୍ତାନ ଉପରେ ଭାରତର ଆକ୍ରମଣର ଜବାବ ଦିଆଯିବ। ଏହି ବିବୃତ୍ତି ଆସ-ସାହାବ ମିଡିଆ ମାଧ୍ୟମରେ ଆସିଛି। ବିବୃତ୍ତିରେ କୁହାଯାଇଛି, ‘୨୦୨୫ ମେ’ ୬ ରାତିରେ ଭାରତର ଗେରୁଆ ସରକାର’ ପାକିସ୍ତାନର ୯ଟି ସ୍ଥାନରେ ଆକ୍ରମଣ କରିଥିଲା। ମସଜିଦ ଏବଂ ବସ୍ତିଗୁଡ଼ିକୁ ବିଶେଷ ଭାବରେ ଟାର୍ଗେଟ କରାଯାଇଥିଲା। ଏଥିରେ ଅନେକ ମୁସଲମାନ ନିହତ ଏବଂ ଆହତ […] The post Operation Sindoor: ପ୍ରତିଶୋଧ ନେବାକୁ ଭାରତକୁ ଧମକ ଦେଲା ଅଲ-କାଏଦା ଆତଙ୍କବାଦୀ ସଙ୍ଗଠନ appeared first on Dharitri Odia News.

Operation Sindoor: ପ୍ରତିଶୋଧ ନେବାକୁ ଭାରତକୁ ଧମକ ଦେଲା ଅଲ-କାଏଦା ଆତଙ୍କବାଦୀ ସଙ୍ଗଠନ

ଇସଲାମାବାଦ,୮।୫: ଭାରତର ଅପରେଶନ ସିନ୍ଦୁର ପରେ, ଅଲ-କାଏଦାର ଭାରତୀୟ ଉପମହାଦେଶ ଶାଖା (AQIS) ଏକ ବିବୃତ୍ତି ଜାରି କରି କହିଛି ଯେ ପାକିସ୍ତାନ ଉପରେ ଭାରତର ଆକ୍ରମଣର ଜବାବ ଦିଆଯିବ। ଏହି ବିବୃତ୍ତି ଆସ-ସାହାବ ମିଡିଆ ମାଧ୍ୟମରେ ଆସିଛି।
ବିବୃତ୍ତିରେ କୁହାଯାଇଛି, ‘୨୦୨୫ ମେ’ ୬ ରାତିରେ ଭାରତର ଗେରୁଆ ସରକାର’ ପାକିସ୍ତାନର ୯ଟି ସ୍ଥାନରେ ଆକ୍ରମଣ କରିଥିଲା। ମସଜିଦ ଏବଂ ବସ୍ତିଗୁଡ଼ିକୁ ବିଶେଷ ଭାବରେ ଟାର୍ଗେଟ କରାଯାଇଥିଲା। ଏଥିରେ ଅନେକ ମୁସଲମାନ ନିହତ ଏବଂ ଆହତ ହୋଇଥିଲେ। ଆମେ ଆଲ୍ଲାଙ୍କର ଏବଂ ତାଙ୍କ ପାଖକୁ ଫେରିବୁ। ଆଲ୍ଲା ମୃତକମାନଙ୍କୁ ସ୍ବର୍ଗରେ ଉଚ୍ଚ ସ୍ଥାନ ଦିଅନ୍ତୁ ଏବଂ ଆହତମାନଙ୍କୁ ଶୀଘ୍ର ସୁସ୍ଥ କରନ୍ତୁ, ଆମେନ। ଏହି ଆକ୍ରମଣ ଗେରୁଆ ସରକାରଙ୍କ ଅପରାଧ ତାଲିକାରେ ଆଉ ଏକ କଳା ଅଧ୍ୟାୟ।’
ବିବୃତ୍ତିରେ ଆହୁରି ଲେଖାଯାଇଛି, ‘ଇସଲାମ ଏବଂ ମୁସଲମାନମାନଙ୍କ ବିରୁଦ୍ଧରେ ଭାରତର ଯୁଦ୍ଧ ନୂଆ ନୁହେଁ, ଏହା ବର୍ଷ ବର୍ଷ ଧରି ଚାଲିଆସୁଛି। ଭାରତ ଏବଂ କଶ୍ମୀରରେ ମୁସଲମାନମାନେ ବହୁତ ଅତ୍ୟାଚାର ସହିଛନ୍ତି। ମୋଦି ସରକାର ସାମରିକ, ରାଜନୈତିକ, ସାଂସ୍କୃତିକ ଏବଂ ଗଣମାଧ୍ୟମ ମାଧ୍ୟମରେ ଇସଲାମ ଏବଂ ମୁସଲମାନମାନଙ୍କୁ ଶେଷ କରିବାକୁ ଚେଷ୍ଟା କରୁଛି।’
ବିବୃତ୍ତିରେ କୁହାଯାଇଛି, ‘ଆମେ ସ୍ପଷ୍ଟ ଭାବରେ କହୁଛୁ ଯେ ଏହା ମୁସଲମାନମାନଙ୍କ ପାଇଁ ଭାରତ ବିରୁଦ୍ଧରେ ଏକ ଜିହାଦ। ଆଲ୍ଲାହଙ୍କ ନାମକୁ ଉଚ୍ଚ କରିବା, ଇସଲାମ ଏବଂ ମୁସଲମାନମାନଙ୍କୁ ସୁରକ୍ଷା ଦେବା ଏବଂ ନିର୍ଯ୍ୟାତିତ ଲୋକଙ୍କୁ ସାହାଯ୍ୟ କରିବା ଆମର କର୍ତ୍ତବ୍ୟ। ଏବେ ଉପମହାଦେଶର ମୁସଲମାନମାନେ ସେମାନଙ୍କ ସମର୍ଥନରେ ଠିଆ ହେବା ଉଚିତ। ଆମେ ଶପଥ କରୁଛୁ ଯେ ଆଲ୍ଲାହଙ୍କ ସାହାଯ୍ୟରେ ଆମେ ମୁସଲମାନମାନଙ୍କ ଉପରେ ହୋଇଥିବା ସମସ୍ତ ଅତ୍ୟାଚାରର ପ୍ରତିଶୋଧ ନେବା ଏବଂ ଆଲ୍ଲାହଙ୍କ ନାମକୁ ଉଚ୍ଚ କରିବା ପର୍ଯ୍ୟନ୍ତ ଲଢ଼ିବୁ।’
ସୂଚନାଯୋଗ୍ୟ, ମେ ୬ରେ ଭାରତୀୟ ବାୟୁସେନା ଏବଂ ସେନା ପାକିତାନ ବିରୋଧରେ ଅଭୂତପୂର୍ବ ସାମରିକ ଅଭିଯାନ ‘ଅପରେସନ ସିନ୍ଦୂର’ କରିଥିଲେ। ଏହା ଅଧୀନରେ, ପାକିସ୍ତାନ ଭିତରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଟାର୍ଗେଟ କରାଯାଇଥିଲା। ଏଥର ଆକ୍ରମଣ କେବଳ ବାୟୁସେନା ଦ୍ୱାରା କରାଯାଇ ନଥିଲା, ବରଂ ସେନାର ତୋପ ୟୁନିଟ ମଧ୍ୟ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଏବଂ ସ୍ମାର୍ଟ ପ୍ରଯୁକ୍ତିବିଦ୍ୟା ସହିତ ଯୁଦ୍ଧ ଭିତ୍ତିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ୧୯୭୧ ଯୁଦ୍ଧ ପରେ ଭାରତ ପ୍ରଥମ ଥର ପାଇଁ ପାକିସ୍ତାନ ମାଟିରେ କ୍ଷେପଣାସ୍ତ୍ର ମାଡ଼ କରିଥିଲା। ଆନୁଷ୍ଠାନିକ ଭାବରେ ଏହା ରାତି ୧ଟାରୁ ଆରମ୍ଭ ହୋଇ ରାତି ୧:୩୦ ପର୍ଯ୍ୟନ୍ତ ଚାଲିଥିଲା।

The post Operation Sindoor: ପ୍ରତିଶୋଧ ନେବାକୁ ଭାରତକୁ ଧମକ ଦେଲା ଅଲ-କାଏଦା ଆତଙ୍କବାଦୀ ସଙ୍ଗଠନ appeared first on Dharitri Odia News.