OPSC ପ୍ରିଲିମନାରୀ ପରୀକ୍ଷା ତାରିଖ ଘୋଷଣା
ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା OPSC ପ୍ରିଲିମନାରୀ ପରୀକ୍ଷାର ତାରିଖ ସହ ସମ୍ପୂର୍ଣ୍ଣ ବିବରଣୀ ପ୍ରକାଶ ପାଇଛି।
ଓଡିଶା ଲୋକସେବା ଆୟୋଗ 2023 ପ୍ରିଲିମନାରୀ ପରୀକ୍ଷା ତାରିଖ ଘୋଷଣା କରିଛି। ଚଳିତ ବର୍ଷ ଅନୁଷ୍ଠିତ ହେବାକୁ ଥିବା OPSC ପ୍ରିଲିମନାରୀ ପରୀକ୍ଷାର ତାରିଖ ସହ ସମ୍ପୂର୍ଣ୍ଣ ବିବରଣୀ ପ୍ରକାଶ ପାଇଛି।
ବିଜ୍ଞପ୍ତି ଅନୁସାରେ, ଅକ୍ଟୋବର 27ରୁ ଓଡିଶା ସିଭିଲ୍ ସର୍ଭିସ୍ ପ୍ରିଲିମନାରୀ ପରୀକ୍ଷା ଆରମ୍ଭ ହେବ। ପାଞ୍ଚଟି ଜୋନ୍- ବାଲେଶ୍ୱର, ବ୍ରହ୍ମପୁର, ଭୁବନେଶ୍ୱର, କଟକ ଏବଂ ସମ୍ବଲପୁରରେ କରାଯିବ।
ସମୟ: ସକାଳ 10ରୁ 12ଟା (ଜେନେରାଲ୍ ଷ୍ଟଡିଜ୍ ପେପର 1)
ସମୟ: ଦ୍ୱିପ୍ରହର 1:30ରୁ 3:30 (ଜେନେରାଲ୍ ଷ୍ଟଡିଜ୍ ପେପର 2)
OPSC ବିଜ୍ଞପ୍ତି ଅନୁସାରେ PwD ବର୍ଗର ସମସ୍ତ ପ୍ରାର୍ଥୀଙ୍କୁ ଅତିରିକ୍ତ 40 ମିନିଟର ସମୟ ମିଳିବ। ଏହାର ଅର୍ଥ PwD ବର୍ଗର ପ୍ରାର୍ଥୀ (ସକାଳ 10ରୁ 12:40 ଏବଂ ଦିନ 1:30ରୁ 4:10 ପର୍ଯ୍ୟନ୍ତ ପରୀକ୍ଷା ଦେଇପାରିବେ।
ପରୀକ୍ଷା ହଲକୁ ଆଡମିଟ୍ କାର୍ଡ ସହ କୌଣସି ପ୍ରମାଣପତ୍ର ଆଣିବାକୁ ପଡିବ। OPSC ୱେବସାଇଟରୁ ଆଡମିଟକାର୍ଡ ଡାଉନଲୋଡ୍ କରିପାରିବେ।