OSSSC ଦ୍ଵାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ବିବାଦ, ସରକାର ନେଲେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର, ୧୮ା୧୦: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ଦ୍ୱାରା କମ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ୨୦୨୪ର ଫରେଷ୍ଟର, ଫରେଷ୍ଟ ଗାର୍ଡ, ଆର୍‌ଆଇ, ଅମିନ ଆଦି ସମ୍ବନ୍ଧୀୟ ପରୀକ୍ଷାର ଅନିୟମିତତାକୁ ସରକାର ଅତି ଗୁରୁତ୍ୱର ସହ ବିଚାରକୁ ନେଇଛନ୍ତିି। ସମସ୍ତ ଅଭିଯୋଗ ପରୀକ୍ଷାର ନିରପେକ୍ଷ ଏବଂ ମେଧାଭିତ୍ତିକ ଚୟନକୁ ପ୍ରଭାବିତ କରୁଛି। ଖୁବଶୀଘ୍ର ଏ ନେଇ ନିଷ୍ପତ୍ତି ନିଆଯିବ। ଏକ ନିରପେକ୍ଷ ଓ ସ୍ବଚ୍ଛ ନିଯୁକ୍ତି ପରୀକ୍ଷା କରିବାପାଇଁ ସରକାର ପ୍ରତିବଦ୍ଧ। ଅଭିଯୋଗଗୁଡିକୁ ସରକାରଙ୍କ ଉଚ୍ଚସ୍ତରୀୟ ଅଧିକାରୀଙ୍କ […] The post OSSSC ଦ୍ଵାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ବିବାଦ, ସରକାର ନେଲେ ବଡ଼ ନିଷ୍ପତ୍ତି appeared first on Dharitri Odia News.

OSSSC ଦ୍ଵାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ବିବାଦ, ସରକାର ନେଲେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର, ୧୮ା୧୦: ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ଦ୍ୱାରା କମ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ୨୦୨୪ର ଫରେଷ୍ଟର, ଫରେଷ୍ଟ ଗାର୍ଡ, ଆର୍‌ଆଇ, ଅମିନ ଆଦି ସମ୍ବନ୍ଧୀୟ ପରୀକ୍ଷାର ଅନିୟମିତତାକୁ ସରକାର ଅତି ଗୁରୁତ୍ୱର ସହ ବିଚାରକୁ ନେଇଛନ୍ତିି। ସମସ୍ତ ଅଭିଯୋଗ ପରୀକ୍ଷାର ନିରପେକ୍ଷ ଏବଂ ମେଧାଭିତ୍ତିକ ଚୟନକୁ ପ୍ରଭାବିତ କରୁଛି। ଖୁବଶୀଘ୍ର ଏ ନେଇ ନିଷ୍ପତ୍ତି ନିଆଯିବ।

ଏକ ନିରପେକ୍ଷ ଓ ସ୍ବଚ୍ଛ ନିଯୁକ୍ତି ପରୀକ୍ଷା କରିବାପାଇଁ ସରକାର ପ୍ରତିବଦ୍ଧ। ଅଭିଯୋଗଗୁଡିକୁ ସରକାରଙ୍କ ଉଚ୍ଚସ୍ତରୀୟ ଅଧିକାରୀଙ୍କ ଦ୍ୱାରା ତର୍ଜମା କରୁଛନ୍ତି । ଓଏସ୍‌ଏସ୍‌ଏସ୍‌ସି ଦ୍ୱାରା ପରିଚାଳିତ ଉକ୍ତ ପରୀକ୍ଷା ଗୁଡିକର ପରିଚାଳନାର ସମସ୍ତ ଦିଗ ତଥା ପ୍ରାସଙ୍ଗିକ ପରିସଂଖ୍ୟାନକୁ ତର୍ଜମା କରାଯାଉଅଛି ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ତରଫରୁ ପ୍ରେସ ବିଜ୍ଞପ୍ତି ଜରିଆରେ ସୂଚନା ଗୁରୁବାର ଦିଆଯାଇଛି ।

The post OSSSC ଦ୍ଵାରା କମ୍ପ୍ୟୁଟର ଆଧାରିତ ନିଯୁକ୍ତି ପରୀକ୍ଷା ବିବାଦ, ସରକାର ନେଲେ ବଡ଼ ନିଷ୍ପତ୍ତି appeared first on Dharitri Odia News.