OTTରେ ଅଶ୍ଲୀଳତା ଓ ହିଂସକ କଣ୍ଟେଣ୍ଟ ଉପରେ ଚାଲିଲା କେନ୍ଦ୍ର ସରକାରଙ୍କ କଇଁଚି, ୧୮ ପ୍ଲାଟଫର୍ମ ବ୍ଲକ୍
ନୂଆଦିଲ୍ଲୀ ୧୪।୩: ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ (ଆଇ ଆଣ୍ଡ ବି) ଅନେକ ଚେତାବନୀ ପରେ ବ୍ଲଗର କଣ୍ଟେଣ୍ଟ ଲାଗି ୧୮ଟି ଓଟିଟି ପ୍ଲାଟଫର୍ମକୁ ବ୍ଲକ କରିଛନ୍ତି। ଏ ନେଇ ସରକାରଙ୍କ ପକ୍ଷରୁ ଏକ ବୟାନ ଜାରି କରାଯାଇଥିବା ବେଳେ ସାରା ଦେଶରେ ଓଟିଟି ପ୍ଲାଟଫର୍ମର ୧୯ଟି ୱେବସାଇଟ୍, ୧୦ ଆପସ୍ ଓ ୫୭ଟି ସୋସିଆଲ ମିଡିଆ ହ୍ୟାଣ୍ଡଲ ବ୍ଲକ୍ କରାଯାଇଥିବା ସୂଚିତ କରିଛନ୍ତି।Ministry of I&B blocks 18 OTT platforms for obscene and vulgar content after multiple warnings; 19 websites, 10 apps, 57 social media handles of OTT platforms blocked nationwide, says the government. pic.twitter.com/03ojj3YEiF— ANI (@ANI) March 14, 2024ଏହା ପୂର୍ବରୁ ଭାରତ ସରକାର ୨୦ ଜୁନ ୨୦୨୩ରେ ନେଟଫ୍ଲିକ୍ସ, ଡିଜନୀ ଓ ଅନ୍ୟ ଷ୍ଟ୍ରିମିଂ ସେବାଗୁଡିକୁ ଅନଲାଇନରେ ଅପଲୋଡ କରିବା ପୂର୍ବରୁ ଅଶ୍ଳୀଳତା ଓ ହିଂସା ଲାଗି ନିଜ ସାମଗ୍ରୀକୁ ସ୍ୱତନ୍ତ୍ର ରୂପେ ସମୀକ୍ଷା କରିବାକୁ କହିଥିଲେ। ଏହି କାର୍ଯ୍ୟାନୁଷ୍ଠାନ ପ୍ଲାଟଫର୍ମ ପରେ ମଧ୍ୟ ହୋଇଛି। ମନ୍ତ୍ରାଳୟ ସମ୍ପର୍କିତ ୱେବସାଇଟ୍, ଆପ୍ଲିକେସନ ଓ ସୋସିଆଲ ମିଡିଆ ହ୍ୟାଣ୍ଡଲକୁ ମଧ୍ୟ ଲକ୍ଷ କରି କାର୍ଯ୍ୟାନୁଷ୍ଠାନ ହେଉଛି। ସେହି ଅନୁସାରେ ସାରା ଦେଶରେ ଓଟିଟି ପ୍ଲାଟଫର୍ମ ସମ୍ପର୍କିତ ୧୯ଟି ୱେବସାଇଟ୍, ୧୦ ଆପସ୍ ଓ ୫୭ ସୋସିଆଲ ମିଡିଆ ପ୍ରୋଫାଇଲକୁ ବ୍ଲକ୍ କରିଦେଇ
ନୂଆଦିଲ୍ଲୀ ୧୪।୩: ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ (ଆଇ ଆଣ୍ଡ ବି) ଅନେକ ଚେତାବନୀ ପରେ ବ୍ଲଗର କଣ୍ଟେଣ୍ଟ ଲାଗି ୧୮ଟି ଓଟିଟି ପ୍ଲାଟଫର୍ମକୁ ବ୍ଲକ କରିଛନ୍ତି। ଏ ନେଇ ସରକାରଙ୍କ ପକ୍ଷରୁ ଏକ ବୟାନ ଜାରି କରାଯାଇଥିବା ବେଳେ ସାରା ଦେଶରେ ଓଟିଟି ପ୍ଲାଟଫର୍ମର ୧୯ଟି ୱେବସାଇଟ୍, ୧୦ ଆପସ୍ ଓ ୫୭ଟି ସୋସିଆଲ ମିଡିଆ ହ୍ୟାଣ୍ଡଲ ବ୍ଲକ୍ କରାଯାଇଥିବା ସୂଚିତ କରିଛନ୍ତି।
Ministry of I&B blocks 18 OTT platforms for obscene and vulgar content after multiple warnings; 19 websites, 10 apps, 57 social media handles of OTT platforms blocked nationwide, says the government. pic.twitter.com/03ojj3YEiF— ANI (@ANI) March 14, 2024
ଏହା ପୂର୍ବରୁ ଭାରତ ସରକାର ୨୦ ଜୁନ ୨୦୨୩ରେ ନେଟଫ୍ଲିକ୍ସ, ଡିଜନୀ ଓ ଅନ୍ୟ ଷ୍ଟ୍ରିମିଂ ସେବାଗୁଡିକୁ ଅନଲାଇନରେ ଅପଲୋଡ କରିବା ପୂର୍ବରୁ ଅଶ୍ଳୀଳତା ଓ ହିଂସା ଲାଗି ନିଜ ସାମଗ୍ରୀକୁ ସ୍ୱତନ୍ତ୍ର ରୂପେ ସମୀକ୍ଷା କରିବାକୁ କହିଥିଲେ। ଏହି କାର୍ଯ୍ୟାନୁଷ୍ଠାନ ପ୍ଲାଟଫର୍ମ ପରେ ମଧ୍ୟ ହୋଇଛି। ମନ୍ତ୍ରାଳୟ ସମ୍ପର୍କିତ ୱେବସାଇଟ୍, ଆପ୍ଲିକେସନ ଓ ସୋସିଆଲ ମିଡିଆ ହ୍ୟାଣ୍ଡଲକୁ ମଧ୍ୟ ଲକ୍ଷ କରି କାର୍ଯ୍ୟାନୁଷ୍ଠାନ ହେଉଛି।

ସେହି ଅନୁସାରେ ସାରା ଦେଶରେ ଓଟିଟି ପ୍ଲାଟଫର୍ମ ସମ୍ପର୍କିତ ୧୯ଟି ୱେବସାଇଟ୍, ୧୦ ଆପସ୍ ଓ ୫୭ ସୋସିଆଲ ମିଡିଆ ପ୍ରୋଫାଇଲକୁ ବ୍ଲକ୍ କରିଦେଇଛନ୍ତି। ବିଚାରାଧୀନ ସାମଗ୍ରୀ ଆଇଟି ଅଧିନିୟମ, ଭାରତୀୟ ଦଣ୍ଡସଂହିତା ଓ ମହିଳାଙ୍କ ଅଶ୍ଳୀଳ ପ୍ରତିନିଧିତ୍ୱ ଅଧିନିୟମ ସହିତ ଅନ୍ୟ ଆଇନର ଉଲ୍ଲଂଘନ କରୁଥିବା ଦେଖାଯାଇଛି। ଏହି ପଦକ୍ଷେପ ଡିଜିଟାଲ କ୍ଷେତ୍ରରେ ରେଗୁଲେଟ କଣ୍ଟେଣ୍ଟ କରିବା ଶାଳିନତା ଓ ବୌଧତା ମାନକଗୁଡିକୁ କାୟମ ରଖିବା ପାଇଁ ସରକାରଙ୍କ ସଂକଳ୍ପକୁ ରେଖାଙ୍କିତ କରୁଛି।