Pahalgam Massacre: କୁନି ପୁଅର ଛାତିଥରା ବୟାନ; କଲମା ପଢିବାକୁ କହିଲେ, ହିନ୍ଦୁଙ୍କୁ ଅଲଗା କରି ମାରିଦେଲେ...
ଜମ୍ମୁ-କାଶ୍ମୀର ପହଲଗାମରେ ଆତଙ୍କବାଦୀଙ୍କ ନରସଂହାର ସାରା ଦେଶକୁ ସ୍ତବ୍ଧ କରିଛି । ଆତଙ୍କୀଙ୍କୁ ଗୁଳିରେ କିଏ ବାପାକୁ ହରାଇଛି ତ ଆଉ କି ସ୍ୱାମୀ । ବିବାହ ପରେ ସ୍ୱାମୀ ସହ ବୁଲିବାକୁ ଯାଇଥିବା ନବବଧୂର ଲିଭିଯାଇଛି ସିନ୍ଦୂର । ୨୨ ତାରିଖ ଦିନ ଘଟିଥିଲା ଏହି ଭୟଙ୍କର ଆକ୍ରମଣ । ସେଦିନର ସେହି ଲୋମଟାଙ୍କୁରା ଘଟଣା ବଖାଣିଛି ଗୁଜୁରାଟର ଜଣେ କୁନି ବାଳକ ।