Pakistan Election 2024: ଜେଲ୍ରେ ଥାଇ ବାଜି ଓଲଟାଇଦେଲେ ଇମ୍ରାନ
ଇସଲାମବାଦ,୧୦।୨: ପାକିସ୍ତାନ ନିର୍ବାଚନରେ ହୋଇଛି କଡା ଟକ୍କର। ସେତିକି ରୋଚକ ହୋଇଛି ରେଜଲ୍ଟ। ପିଟିଆଇ ମୁଖ୍ୟ ଇମ୍ରାନ ଖାନ୍ଙ୍କୁ ଶାସନଗାଦିରୁ ଆଉଟ୍ କରିବା ପାଇଁ ଚେଷ୍ଟା କରି ବି ବିଫଳ ହୋଇଛନ୍ତି ବିରୋଧି। ହେଲେ ଫଳାଫଳରେ ତାଙ୍କ ସମର୍ଥିତ ଦଳ କରିଛନ୍ତି କମାଲ। କିନ୍ତୁ ଯେଉଁ ରେଜଲ୍ଟ ସାମ୍ନାକୁ ଆସିଛି ସେଥିରେ କିଏ ସରକାର କଠନ କରିବ ତାହା ସମସ୍ତଙ୍କୁ ଜଣା। ହେଲେ ଇମ୍ରାନ ଓ ନଓ୍ବାଜ ଶରିଫ୍ଙ୍କ ହାଇଡ୍ରାମା ମଧ୍ୟରେ କିଏ ଗାଦି ହାତେଇବ ତାହା […] The post Pakistan Election 2024: ଜେଲ୍ରେ ଥାଇ ବାଜି ଓଲଟାଇଦେଲେ ଇମ୍ରାନ appeared first on Dharitri Odia News.
ଇସଲାମବାଦ,୧୦।୨: ପାକିସ୍ତାନ ନିର୍ବାଚନରେ ହୋଇଛି କଡା ଟକ୍କର। ସେତିକି ରୋଚକ ହୋଇଛି ରେଜଲ୍ଟ। ପିଟିଆଇ ମୁଖ୍ୟ ଇମ୍ରାନ ଖାନ୍ଙ୍କୁ ଶାସନଗାଦିରୁ ଆଉଟ୍ କରିବା ପାଇଁ ଚେଷ୍ଟା କରି ବି ବିଫଳ ହୋଇଛନ୍ତି ବିରୋଧି। ହେଲେ ଫଳାଫଳରେ ତାଙ୍କ ସମର୍ଥିତ ଦଳ କରିଛନ୍ତି କମାଲ। କିନ୍ତୁ ଯେଉଁ ରେଜଲ୍ଟ ସାମ୍ନାକୁ ଆସିଛି ସେଥିରେ କିଏ ସରକାର କଠନ କରିବ ତାହା ସମସ୍ତଙ୍କୁ ଜଣା। ହେଲେ ଇମ୍ରାନ ଓ ନଓ୍ବାଜ ଶରିଫ୍ଙ୍କ ହାଇଡ୍ରାମା ମଧ୍ୟରେ କିଏ ଗାଦି ହାତେଇବ ତାହା ଦେଖିବା ବାକି ରହିଛି।
ପାକିସ୍ତାନ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ସରକାରୀ ଭାବେ ଫଳାଫଳ ଘୋଷଣା ନ ହୋଇଥିଲେ ମଧ୍ୟ ଏଥର ପାକିସ୍ତାନ ନିର୍ବାଚନରେ ସବୁଠୁ ଅଧିକ ଆସନ ଜିତିଛନ୍ତି ସ୍ବାଧିନ ପ୍ରାର୍ଥୀ। ସ୍ବାଧିନ ପ୍ରାର୍ଥୀଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ପିଟିଆଇ ସମର୍ଥିତ ପାର୍ଟି।
ସରକାର ଗଢ଼ିବା ପାଇଁ ୧୩୩ ସଦସ୍ୟଙ୍କ ଆବଶ୍ୟକତା ଥିବାବେଳେ ନିର୍ବାଚନ କମିଶନଙ୍କ ପକ୍ଷରୁ ସଦ୍ୟ ପ୍ରକାଶିତ ଫଳାଫଳ ଅନୁଯାୟୀ ଶରିଫଙ୍କ ଦଳ ୪୨ ଆସନ ଜିତିଛି। ଅନ୍ୟପକ୍ଷରେ ଜେଲରେ ଥିବା ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଦଳ ସମର୍ଥିତ ସ୍ବାଧୀନ ପ୍ରାର୍ଥୀମାନେ ଆଗରେ ଅଛନ୍ତି। ଘୋଷିତ ୧୩୯ ଆସନ ମଧ୍ୟରୁ ଇମ୍ରାନଙ୍କ ଦଳ ପିଟିଆଇ ସମର୍ଥିତ ପ୍ରାର୍ଥୀମାନେ ୫୫ଟିରେ ବିଜୟ ହୋଇଛନ୍ତି। ପିପିପିକୁ ୩୫ ଆସନ ମିଳିଛି। ଅନ୍ୟ ଆସନଗୁଡ଼ିକ ଛୋଟ ଦଳକୁ ଯାଇଛି। ସରକାର ଗଢ଼ିବାକୁ ହେଲେ ୨୬୫ ଆସନ ବିଶିଷ୍ଟ ନ୍ୟାଶନାଲ ଆସେମ୍ବ୍ଲିରେ ୧୩୩ ଆସନରେ ବିଜୟୀ ହେବା ଆବଶ୍ୟକ। ସମ୍ପୂର୍ଣ୍ଣ ଫଳାଫଳ ଘୋଷଣାରେ ବିଳମ୍ବ ହେଉଥିବାରୁ ଭୋଟ ରିଗିଂ ହେବା ନେଇ ଅଭିଯୋଗ ହୋଇଛି।
ଇମ୍ରାନଙ୍କ ଅନୁପସ୍ଥିତିରେ ନଓ୍ବାଜ ଗଡ ଜିତିଥାନ୍ତେ ଏକରକମ ପକ୍କା ଥିଲା ବୋଲି କୁହାଯାଉଥିଲା। ହେଲେ ଇମ୍ରାନଙ୍କ ସମର୍ଥିତ ସ୍ବାଧିନ ପ୍ରାର୍ଥୀ ବିରୋଧିଙ୍କୁ ଦେଇଛନ୍ତି ବଡ ଝଟ୍କା। ତେବେ ଳବେ ବି ସରକାର କିଏ କରିବ ସସପେନ୍ସ ଜାରି ରହିଥିବାବେଳେ ଭୋଟ ରିଗିଂ ହେବାର ମଧ୍ୟ ସମ୍ଭାବନା ରହୁଛି। ଅନ୍ୟପଟେ ନଓ୍ବାଜଙ୍କୁ ଦେଶର ସେନା ସମର୍ଥନ ରହୁଥିବାବେଳେ ଶେଷ ମୂହୁର୍ତ୍ତରେ ପାଶା ପଲଟିପାରେ ମଧ୍ୟ ଆଶଙ୍କା ରହିଛି।
The post Pakistan Election 2024: ଜେଲ୍ରେ ଥାଇ ବାଜି ଓଲଟାଇଦେଲେ ଇମ୍ରାନ appeared first on Dharitri Odia News.